ସିନେମାରେ ସୁଯୋଗ ଦେବାକୁ କହି ଯୁବତୀଙ୍କ ସହ ଦେହ ସୁଖ ନେଉଥିଲେ ପ୍ରଯୋଜକ…

କିଛି ଦିନ ପୂର୍ବରୁ ଓଡ଼ିଆ ଇଣ୍ଡଷ୍ଟ୍ରିରୁ ଆସୁଥିଲା ଗୋଟିଏ ପରେ ଗୋଟିଏ କାଷ୍ଟିଂ କାଉଜ ଅଭିଯୋଗ। ଆଉ ଏହି ଅଭିଯୋଗରେ କେହି କେହି ଗିରଫ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବନ୍ଧୁଗଣ ଆପଣଙ୍କର ମନେ ଥିବ ପୂର୍ବରୁ ଅନେକ ନାମୀ ଦାମୀ କଳାକାରଙ୍କ ନାମରେ ଓଡ଼ିଆ ଇଣ୍ଡଷ୍ଟ୍ରିରୁ କାଷ୍ଟିଂ କାଉଜ ଅଭିଯୋଗ ଆସିଥିଲା ଆଉ ସେହି ସମୟରେ ଭିତରେ କଳା ରଖି ଉପରକୁ ଧଳା ପାଉଡର ମାଖୀ ବଡ ବଡ ପ୍ରଯୋଜକ ମାନେ ନାନା କଥା କହିଥିଲେ।

ଆମ ସିନେମାରେ କାଷ୍ଟିଂ କାଉଜ ହୁଏ ନାହିଁ ଆମେ ସେସବୁ ଜାଗାରୁ ନିଜକୁ ଦୂରେଇ ରଖୁ। ଆମକୁ ନେଇ ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ଆଗେଇ ଚାଲିଛି। ଆମେ କଳାକାର ଦେଖୁ ଆମେ ଅଭିନୟ ଦେଖି ନୂଆ ପିଲାଙ୍କୁ ସୁଯୋଗ ଦେଉ । ଯେହେତୁ ଆମେ କାଷ୍ଟିଂ କାଉଜରୁ ନିଜକୁ ଦୂରେଇ ରଖିଛୁ ତେଣୁ ସେହି ସବୁ ଘଟଣା ଓଡ଼ିଆ ଇଣ୍ଡଷ୍ଟ୍ରିରେ ଘଟେ କି ନାହିଁ ତାହା ମଧ୍ୟ ଜାଣିନୁ। ଏପରି କହି ନିଜ ଚେହେରାକୁ ସଫା ରଖୁଥିବା ଲୋକଙ୍କ ମଧ୍ୟରୁ ଜଣେ ବରିଷ୍ଠ ପ୍ରଯୋଜକଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ।

ନିଜକୁ ସଫା ରଖି ସ୍ୱଚ୍ଛ ଭାବ ମୂର୍ତ୍ତି ଦେଖାଇ ହେଉଥିବା ଜଣେ ବରିଷ୍ଠ ପ୍ରଯୋଜକ କିପରି ଜଣେ ଯୁବତୀଙ୍କ ସହ ଓ କେଉଁଭଳି ଭଳି ଅବସ୍ଥାରେ ଅଛନ୍ତି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ। ଆଉ ଲୋକେ କହୁଛନ୍ତି ଏହି ପ୍ରଯୋଜକ କୁଆଡେ ଦିନେ କହୁଥିଲେ ଆମେ କାଷ୍ଟିଂ କାଉଜ କଣ ଜାଣିନୁ।

ହଁ ବୋଧେ ହୁଏ ସେମାନେ କ୍ୟାମେରା ସାମ୍ନାରେ କାଷ୍ଟିଂ କାଉଜ ଜାଣି ନାହାଁନ୍ତି ହଁ ବୋଧେ ହୁଏ ସେମାନେ କ୍ୟାମେରା ସାମ୍ନାରେ ଚିକ ଚିକ କରନ୍ତି। ମାତ୍ର ବନ୍ଦ କଠୋରି ଭିତରେ କ୍ୟାମେରା ପଛରେ ସେମାନେ ଏକ ଦମ କଳା। ଆଉ ବର୍ତ୍ତମାନ ସେହି କଳା କାରନାମା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ସେହି ଫଟୋ ଯିଏ ଦେଖୁଛନ୍ତି ସେ କହୁଛନ୍ତି ଛି ଛି ଏତେ ନିଚ୍ଚ ଏମାନେ।

ଦାଣ୍ଡରେ ପଡି ହାଟରେ ଗଡ଼ିଲା ପ୍ରଯୋଜକଙ୍କ କାଣ୍ଡ କାରନାମା। ଜଣଙ୍କ ମୋବାଇଲରୁ ଆଉ ଜଣଙ୍କ ମୋବାଇଲକୁ ଘୁରି ବୁଲିଲା ଫଟୋ।ସୋସିଆଲ ମିଡିଆରେ ପବନ ବେଗରେ ଭାଇରାଲ ହେଉଛି। ଫଟୋଟି ଏତେ ମାତ୍ରାରେ ଖରାପ ଅଛି ଯେ ଯାହା ସଭ୍ୟ ସମାଜକୁ ନିହାତି ଭାବେ ଖରାପ ସୂଚନା ଦେଉଛି।

ସେହି ଫଟୋ ଦେଖିଲେ ଲାଗୁଛି ଏଇ କଣ ଓଡ଼ିଆ ସିନେ ଜଗତର ଭବିଷ୍ୟତ। ବରିଷ୍ଠ ଲୋକେ ଯଦି ଏପରି କାଣ୍ଡ ଭିଆଇବେ ତାହାଲେ କଣ ହେବ ଓଡ଼ିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତ ? ଏ ପ୍ରଶ୍ନ ଆମର ନୁହେଁ ଆଜ୍ଞା ଏ ପ୍ରଶ୍ନ ଏବେ ଲୋକେ ପଚାରୁଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ପବନ ବେଗରେ ବ୍ୟାପି ଚାଲିଛି ଆଉ ଲୋକେ ଏପରି ଲୋକଙ୍କ ଏପରି କାଣ୍ଡକୁ ଛି ଛିକାର କରୁଛନ୍ତି।

ବୟସର ଅପରାହ୍ନରେ ପହଁଚିଥିବା ବ୍ୟକ୍ତିଙ୍କର ପ୍ରେମ ନିଶା ଓ ଦେହର ଭୋକ ଏତେ ମାତ୍ରାରେ ଥିଲା ଯେ ସେ ଭୁଲି ଯାଇଥିଲେ ବୟସର ତାରତମ୍ୟ। ନୂତନ ଯୁବ ପିଢ଼ି ଯେଉଁମାନେ ଅଭିନୟ କରିବାର ଆଶା ନେଇ ଧାଇଁ ଆସୁଛନ୍ତି ସିନେ ଜଗତରେ ପାଦ ଦେବାକୁ ସେମାନଙ୍କୁ ସିନେମାରେ ସୁଯୋଗ ଦେବାକୁ ଆଉ ସେମାନଙ୍କ ଫ୍ୟାନ୍ସ ଫଲୋ ବଢେଇବାର ସ୍ୱପ୍ନ ଦେଖାଇ ସେମାନଙ୍କ ସହ ରଖୁଛନ୍ତି ଶାରୀରିକ ସମ୍ପର୍କ। ତେବେ ଯେଉଁ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ହେଉଛି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କର। ଆଉ ଏହି ଫଟୋକୁ ନିଜେ ଭାଇରାଲ କରିଥିବା ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *