କାହିଁକି କେବଳ ମାତାଙ୍କ ଆଗମନ ପୂର୍ବରୁ ଶରତ ଋତୁରେ ହିଁ ଫୁଟିଥାଏ କାଶତଣ୍ଡି ।

ମା’ ଦୁର୍ଗାଙ୍କ ଆଗମନ ପୂର୍ବରୁ ହିଁ କାଶତଣ୍ଡି ଫୁଟିଉଠେ ଏହି ଧରା ପୃଷ୍ଠରେ । ପୁଣି ମାତାଙ୍କ ବିସର୍ଜନ ପରେ ଧୀରେ ଧୀରେ ମଉଳିବାକୁ ଆରମ୍ଭ କରେ । ତେବେ କାହିଁକି କାଶତଣ୍ଡି କେବଳ ଶରତ ଋତୁରେ ହିଁ ଫୁଟିଥାଏ । ଏହା ପଛରେ ଏକ ରହସ୍ୟ ରହିଛି । ଦଳିତ ଝିଅ କାଶତଣ୍ଡି ଏବଂ ରାଜକୁମାରଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣ ବି ଦୁଃ-ଖିତ ହେବେ ।

ତେବେ କାହାଣୀ ଅନୁଯାୟୀ କାଶତଣ୍ଡି ଜଣେ ଗରୀବ ଲୋକର ଝିଅ ଥିଲା ଯିଏକି ପ୍ରତ୍ୟେକ ଦିନ ନଦୀ ପଠାକୁ ବୁଲିବାକୁ ଯାଉଥିଲା । ସେହି ରାଜ୍ୟର ରାଜକୁମାର ମଧ୍ୟ ନଦୀ ପାଖ ରାସ୍ତା ଦେଇ ପ୍ରତ୍ୟେକ ଦିନ ଯାଉଥିଲେ । କାଶତଣ୍ଡି ରାଜକୁମାରଙ୍କୁ ଦେଖି ଖୁବ ପସନ୍ଦ କରିବାରେ ଲାଗିଥିଲେ ଏବଂ ନିଜର ମନ ଦେଇ ବସିଥିଲେ । ଖାଲି କାଶତଣ୍ଡି ନୁହେଁ ବରଂ ରାଜକୁମାର ମଧ୍ୟ କାଶତଣ୍ଡିକୁ ମନେ ମନେ ଭଲପାଇ ବସିଲେ ।

ଉଭୟଙ୍କ ମଧ୍ୟରେ ପ୍ରେମ ହେଲା । ଦୁହେଁ ପ୍ରତ୍ୟେକ ଦିନ ନଦୀ କୂଳରେ ସାକ୍ଷାତ କରିଥିଲେ ଏବଂ ପରସ୍ପର ସହିତ ସମୟ ବିତାଉ ଥିଲେ । ମାତ୍ର ଦଇବ ବୋଧହୁଏ ଏହାକୁ ଗ୍ରହଣ କରି ପାରୁ ନଥିଲା । ରାଜାଙ୍କ କାନକୁ କଥା ଗଲା ଏବଂ ସେ ସୈନ୍ୟ ସାମନ୍ତଙ୍କୁ ରାଜକୁମାରଙ୍କୁ ଉଆସକୁ ଧରି ଆଣିବାକୁ କହିଲେ । ମାତ୍ର ସୈନ୍ୟ ସାମନ୍ତ ତାଙ୍କୁ ଯେତେ କହିଲେ ବି ସେ ଘରକୁ ଯିବାକୁ ରାଜି ନଥିଲେ । ବରଂ କାଶତଣ୍ଡିଙ୍କୁ ନେଇ ଯିବେ ବୋଲି କହିଥିଲେ । ସୈନ୍ୟ ମାନେ ବାଧ୍ୟ ହୋଇ ରାଜାଙ୍କୁ ଖବର ଦେଲେ । ରାଜା କ୍ରୋ-ଧିତ ହୋଇ କାଶତଣ୍ଡିଙ୍କୁ ମାଟିରେ ପୋତି ରାଜକୁମାରଙ୍କୁ ଉଆସକୁ ନେଇ ଆସିବାକୁ କହିଲେ ।

ସୈନ୍ୟ ମାନେ ମଧ୍ୟ ସେହିଭଳି କଲେ । କାଶତଣ୍ଡିଙ୍କୁ ଗାତ ଖୋଳି ପୋତି ଦେଲେ । ଶେଷ ମୁହୂର୍ତ୍ତରେ କାଶତଣ୍ଡି ରାଜକୁମାରଙ୍କୁ ଘରକୁ ଫେରି ଯିବାକୁ କହିଲେ । କିନ୍ତୁ ରାଜକୁମାର ଛାତି ଫଟାଇ କାନ୍ଦି-ବାରେ ଲାଗିଲେ । ଏମିତିକି କାଶତଣ୍ଡିଙ୍କ ବିନା ଜୀବନ ହାରିଦେବେ ବୋଲି କହିଲେ । ମାତ୍ର କାଶତଣ୍ଡି ନିଜ ପ୍ରେମର ରାଣ ପକାଇ ତାଙ୍କୁ ଏପରି କରିବାକୁ ମନା କଲେ । ତାପରେ କାଶତଣ୍ଡି ତାଙ୍କୁ କଥା ଦେଇଥିଲେ ଯେ ପ୍ରତ୍ୟେକ ବର୍ଷ ମାତାଙ୍କ ଆଗମନ ପୂର୍ବରୁ ଏହି ସ୍ଥାନରେ ଶରତ ଋତୁ ହିଁ ଫୁଟି ଉଠିବି । ପ୍ରତ୍ୟକ ବର୍ଷ ଆମର ଏହି ସ୍ଥାନରେ ହିଁ ସାକ୍ଷାତ ହେବ । ଏତିକି କହି କାଶତଣ୍ଡି ପ୍ରା-ଣତ୍ୟା-ଗ କରିଥିଲେ ।

ରାଜକୁମାର କା-ନ୍ଦି କା-ନ୍ଦି ରାଜ ଉଆସକୁ ଗଲେ ସତ କିନ୍ତୁ ରାଜାଙ୍କୁ କେବେବି ବିବାହ କରିବେ ନାହିଁ ବୋଲି କହିଥିଲେ । ଜୀବନ ସାରା ବିନା ବିବାହରେ ସେ ରହିଲେ ଏବଂ ପ୍ରତ୍ୟେକ ବର୍ଷ ଶରତ ଋତୁରେ ସେହି ନଦୀ ପଠାରେ କାଶତଣ୍ଡିଙ୍କୁ ଅପେକ୍ଷା କରୁଥିଲେ । କାଶତଣ୍ଡି ସତରେ ମଧ୍ୟ ନିଜ ରାଜକୁମାରଙ୍କ ପାଇଁ ଓଲ୍ହାଇ ଆସୁଥିଲେ । ତେବେ ସେହି ଠାରୁ ହିଁ କାଶତଣ୍ଡି ଶରତ ଋତୁରେ ଫୁଟିବାର ଘ-ଟଣା ଚାଲି ଆସିଛି । ମାତାଙ୍କ ଆଗମନ ପୂର୍ଣରୁ ଏହି କାଶତଣ୍ଡି ଫୁଲ ପାଇଁ ଧରଣୀ ବେଶ ସୁନ୍ଦର ଦେଖାଯାଏ । ଯେମିତି ସେ ମା’ଙ୍କ ପାଇଁ ଫୁଲର ଗଲିଚା ମେଲାଇ ରଖିଛି ଏବଂ ମା’ଙ୍କୁ ଆହ୍ୱାନ କରୁଛି ।

Leave a Reply

Your email address will not be published. Required fields are marked *