ପାଇଲଟଙ୍କ ସିଗାରେଟ ଟଣା ଅଭ୍ୟାସ ନେଲା ୬୬ ଜଣଙ୍କ ଜୀବନ, ମଝି ଆକାଶରେ ଜଳିଗଲା ବିମାନ :-

ଆପଣ ମାନେ ନିଶ୍ଚିତ ଭାବରେ ବୁଝି ପରିଥିବେ ଯେ ଘଟଣା କଣ ହୋଇଥିବ । ବାସ୍ତବରେ ଏହାହିଁ ସତ ଯେ ଜଣେ ପାଇଲଟଙ୍କ ସିଗାରେଟ ଟଣା ଅଭ୍ୟାସ ପାଇଁ ୬୬ ଜଣଙ୍କ ଜୀବନ ଯାଇଥିଲା । ବିମାନରେ ମୋଟ ୬୬ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତଙ୍କର ମୃ-ତ୍ୟୁ ହୋଇଥିଲା । ତେବେ ବାସ୍ତବରେ ଏହି ଘଟଣା ୨୦୧୬ର ଅଟେ । ମାତ୍ର ଦୀର୍ଘ ଦିନର ଅନୁସନ୍ଧାନ ପରେ ବର୍ତ୍ତମାନ ଏହି ଦୁର୍ଘ-ଟଣାର ବାସ୍ତବ କାରଣ ସାମ୍ନାକୁ ଆସିଛି । ତେବେ ଏହି କାରଣ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ବାସ୍ତବ ଘଟଣା ଏହା ଯେ ଫ୍ରାନ୍ସର ପ୍ୟାରିସ ଚାରଲସ ବିମାନବନ୍ଦରରୁ କାଇରୋ ଯାଉଥିଲା । ଏୟାରବସ ଏ320 , ୨୦୧୬ ମଇ ମାସ ୧୯ ତାରିଖରେ ହଠାତ ଦୁର୍ଘଟଣା ହେବା ଦ୍ୱାରା ଭୂମଧ୍ୟସାଗରକୁ ଖସି ପଡ଼ିଥିଲା । ଏବଂ ପରେ ଏହି ଘଟଣା ସମ୍ବନ୍ଧରେ ଅନୁସନ୍ଧାନ ମଧ୍ୟ କରାଯାଇ ଆସୁଛି । ତେବେ ଦୁର୍ଘ-ଟଣା ପରେ ଏକ ସର୍ଚ୍ଚ ବକ୍ସ ଆମେରିକାର ନୌସେନା ହାତରେ ଲାଗିଥିଲା । ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଅନୁସନ୍ଧାନ ଜାରି କରାଯିବା ପରେ ବର୍ତ୍ତମାନ ଦୁର୍ଘ-ଟଣାର ସଠିକ କାରଣ ସମସ୍ତଙ୍କ ସାମ୍ନାକୁ ଆସିଛି ।

ତେବେ ବର୍ତ୍ତମାନ ଏହା କୁହାଯାଉଛି ଯେ କକ୍ପିଟରେ ବିମାନର ପାଇଲଟ ସିଗରେଟ ପିଉଥିଲେ । ପୁଣି ସେହି ସମୟରେ ଅମ୍ଳଜାନ ମାସ୍କରୁ ଅମ୍ଳଜାନ ମଧ୍ୟ ନିର୍ଗତ ହେଉଥିଲା । ଯାହା ସମସ୍ତଙ୍କ ପାଇଁ କାଳ ସାଜିଲା । ସେଦିନ ରକ୍ଷଣାବେକ୍ଷଣ ଇଂଜିନିୟରିଂ ଅମ୍ଳଜାନ ମାସ୍କକୁ ଜରୁରୀକାଳୀନ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ପୁଣି କକ୍ପିଟରେ ପାଇଲଟ ସିଗାରେଟ ପିଇବା କାରଣରୁ ପୁରା ବିମାନରେ ନିଆଁ ଲାଗି ଯାଇଥିଲା ଏବଂ ବିମାନ ଦୀର୍ଘ-ଟଣା ଗ୍ରସ୍ତ ହୋଇଥିଲା ।

ତେବେ ଏହି ଦୁର୍ଘ-ଟଣା ପରେ ସଠିକ କାରଣ ଜଣା ନପଡ଼ିବାରୁ ତାହା ଆତଙ୍କ-ବାଦୀ ଆକ୍ର-ମଣ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । କିନ୍ତୁ ବିଶେଷ ଅନୁସନ୍ଧାନ ପରେ ଏହାର କାରଣ ଜଣା ପଡ଼ିଛି । ତେବେ ସେହି ଦୁର୍ଘ-ଟଣାରେ ସମଗ୍ର ୬୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ବ୍ରିଟିଶ , ୧୨ ଜଣ ଫରାସୀ ପର୍ଯ୍ୟଟକ , ୩୦ ଜଣ ଇଜିପ୍ଟିୟ , ଦୁଇଜଣ ଇରାକୀ ଏବଂ କାନାଡିୟ ନାଗରିକ ଥିବା ସୂଚନା ମଧ୍ୟ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *