ପୁଅ ବୋହୂର ନିର୍ଯା-ତନା ଶିକା-ର ହୋଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ବାପା , କାନ୍ଦି କାନ୍ଦି କହିଲେ : ରକ୍ଷା କର ପୁଅ ବୋହୁ ମତେ ମାରି ପକେଇବେ…

ଗୋଟିଏ ପରିବାରରେ ବାପା ମା ନିଜ ସନ୍ତାନ ମାନଙ୍କୁ ଭଲଭାବରେ ଭରଣ ପୋଷଣ କରିବା ପାଇଁ ଅନେକ କଷ୍ଟ ଯ-ନ୍ତ୍ର-ଣା ସହିଥାନ୍ତି । କିନ୍ତୁ ଯଦି ଆଗାମୀ ସମୟରେ ବାପା ମା ର ବୃଦ୍ଧବସ୍ଥାରେ ସେହି ପୁଅ ଝିଅ ତାଙ୍କ ଦେଖାଶୁଣା କରିବା ତ ଦୂରର କଥା ଯଦି ତାଙ୍କୁ ନିର୍ଯା-ତନା ଦିଅନ୍ତି ତେବେ ଏହାଠାରୁ ଭ-ୟାବ-ହ ପରିସ୍ଥିତି ବା ଆଉ କଣ ହୋଇପାରେ ? ମାତ୍ର ବର୍ତ୍ତମାନ ସମୟରେ ଅନେକ ବୃଦ୍ଧା ଏପରି ପରିସ୍ଥିତିର ଶି-କା-ର ହେଉଛନ୍ତି । ଆଜିକାର ଲେଖାରେ ମଧ୍ୟ ଆମେ ଏହିପରି ଏକ ଘ-ଟ-ଣା ସମ୍ବନ୍ଧରେ କହିବୁ ।

ତେବେ ବର୍ତ୍ତମାନ ସମୟରେ ଏପରି ପରିସ୍ଥିତିକୁ ନେଇ ଏକ ଦୁଃ-ଖ-ଦ ଖବର ଶୁଣା ଯାଇଛି । ର-କ୍ତର ସନ୍ତାନ ହୋଇବି ବାପାଙ୍କୁ ନିର୍ଯାତନା କରିଛନ୍ତି ଦୁଇ ପୁଅ । ଯେଉଁ କାରଣରୁ ଜୀବନ ବିକ-ଳରେ ଘର ଛାଡ଼ିଛନ୍ତି ବୃଦ୍ଧ । ଘ-ଟ-ଣା ଶୁଣିଲେ ଆପଣବି ନିଶ୍ଚିତ ଦୁଃ-ଖି-ତ ହେଉଥିବେ । ତେବେ ଏହି କାହାଣୀ ବାଲେଶ୍ଵର ଜିଲ୍ଲା ବସ୍ତା ଥା-ନା ଅନ୍ତର୍ଗତ ଚୋରପଦା ଗ୍ରାମର ଦେବେନ୍ଦ୍ର ଦାସଙ୍କର ଅଟେ । ବୟସ ୭୦ ରୁ ଉର୍ଦ୍ଧ୍ବ । ଦେହରେ ଚାଲିବାକୁ ବଳ ନାହିଁ ଏବଂ ଆଖିକୁବି ସ୍ପଷ୍ଟ ଦେଖାଯାଏ ନାହିଁ ।

ତେଣୁ ଏଭଳି ପରିସ୍ଥିତିରେ ଯେଉଁଠି ପୁଅ ଝିଅ ତାଙ୍କ ଯତ୍ନ ନେବା କଥା ସାହାରା ହେବା କଥା ଓଲଟା ତାଙ୍କ ଉପରେ ନିର୍ଯା-ତନା କରିଛନ୍ତି ଏମିତିକି ଜୀବନରୁ ମା-ରି ଦେବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ଜୀବନ ବିକ-ଳରେ ବୃଦ୍ଧ ବାପା ଚାଲିଚାଲି ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛି । ତେବେ ଦେବେନ୍ଦ୍ର ନିଜର ସମସ୍ୟା ଜଣାଇ କହିଛନ୍ତି ଯେ ତାଙ୍କ ଦୁଇ ପୁଅ ତାଙ୍କ ସମ୍ପତ୍ତି ଉପରେ ଲୋଭ ରଖିଛନ୍ତି ଏବଂ ତାଙ୍କ ଉପରେ ନିର୍ଯା-ତନା କରିଛନ୍ତି । ପୁଅ ବୋହୂ ମିଶି ଦେବେନ୍ଦ୍ରଙ୍କୁ ମା-ଡ଼ ମଧ୍ୟ ମାରିଥିବା ସେ କହିଛନ୍ତି ।

ଦେବେନ୍ଦ୍ରଙ୍କ କହିବା କଥା ଯେ ଯଦି ପୁଅ ମାନେ ସମ୍ପତ୍ତି ପାଇଁ ନିଜ ଜନ୍ମ କଲା ବାପ ସହିତ ଏପରି କରି ପାରୁଛନ୍ତି ତେବେ ସମ୍ପତ୍ତି ରହି ଲାଭ କଣ ? ତେଣୁ ସେ ନିଜର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ଦେବେନ୍ଦ୍ର ନିଜେ ଏକ ମଠରେ ରହୁଥିବା କହିଛନ୍ତି ।

ନିଜର ଦୁଃ-ଖ କାହାଣୀ ଶୁଣାଇ କିପରି ତାଙ୍କ ପୁଅ ବୋହୂ ତାଙ୍କୁ ଦିନ ଯାକ ଘରେ ତାଲା ଲଗାଇ ରଖୁଥିଲେ ଏମିତିକି ଖାଇବାକୁ ମଧ୍ୟ ଦେଉନଥିଲେ ତାହା ମଧ୍ୟ ଜଣାଇଛନ୍ତି । ଘରେ ଖାଇବାକୁ ନପାଇ ଅନ୍ୟ ଲୋକଙ୍କ ଘରୁ ମାଗି ଯାଚି ଚଳୁଛନ୍ତି । ଦିନ ଥିଲା ସେ ମୂଲିଆ ଲାଗି ଦୁଇ ପୁଅଙ୍କୁ ମଣିଷ କରିଥିଲେ । ମାତ୍ର ବର୍ତ୍ତମାନ ସମୟରେ ସମ୍ପତ୍ତି ଲୋଭରେ ଦୁଇ ପୁଅ ଯାହା କରୁଛନ୍ତି ତାହା ବାସ୍ତବରେ ନିନ୍ଦ-ନୀୟ ଅଟେ ।

Leave a Reply

Your email address will not be published. Required fields are marked *