ପିଲାଦିନ ବହୁତ କଷ୍ଟରେ ବିତିଛି , ନିଜ ଜୀବନର ଅକୁହା କାହାଣୀ କହିଲେ ଏହି ଓଲିଉଡ କମେଡିଆନ

ଜୀବନଟା ସଂଘ-ର୍ଷମୟ । ଏଇଠି ପେଟ ପାଇଁ ସବୁ ନାଟ ଚାଲିଛି । ଲୋକେ ବଞ୍ଚିବା ପାଇଁ କେତେ କଣ ଯେ ନ କରୁଛନ୍ତି । ରାତି ପାହୁଣୁ ବାହାରି ଯାଉଛନ୍ତି କାମକୁ ଆଉ ରାତି ହେଉ ହେଉ ଫେରୁଛନ୍ତି ନିଜ ଘରକୁ । କିଏ ନିଜ ପେଟ ପାଇଁ କଷ୍ଟ କରୁଛି ତ ଆଉ କିଏ ନିଜ ପରିବାର ପାଇଁ ରାତିଦିନକୁ ଏକ କରିଦେଉଛି । ଏ ଦୁନିଆଁରେ ଯାହା କିଛି ବି ଚାଲିଛି , ସବୁ ନିଜ ପେଟକୁ ଦୁଇ ମୁଠା ଦାନା ଦେବା ଲାଗି । ତେବେ ଏଭଳି ପରିସ୍ଥିତିରେ ଓଲିଉଡ ଜଗତର ଜଣେ ବିଶିଷ୍ଟ କଳାକାର କହିଛନ୍ତି , ନିଜ ସଂଘ-ର୍ଷଭରା କାହାଣୀ ।

ସେ କହିଛନ୍ତି ପିଲାଦିନେ ସେ କିପରି ଖାଇବାକୁ ପାଉନଥିଲେ । ଆଉ କଷ୍ଟ କରୁଥିଲେ ଦୁଇ ମୁଠା ଦାନା ପାଇଁ । ପ୍ରଥମେ ପରିବାର କହିବାକୁ ଗଲେ ତାଙ୍କର ଚାରିଭାଇ ଆଉ ଜଣେ ଭଉଣୀ ଏବଂ ବାପା ମାଆ । ତେବେ ପିଲାଦିନେ ବାପାଙ୍କର ଏତେ ଭଲ ରୋଜଗାର ନଥିଲା । ତେଣୁ ପାଞ୍ଚ ଜଣ ପିଲାଙ୍କୁ ଖାଇବା ଯୋଗାଇବା ଏତେ ସହଜ ନଥିଲା । ତେବେ ଏହି କମେଡିଆନ ଜଣକ ଯାଇ ହୋଟେଲରେ ବାସନ ମାଜୁଥିଲେ । ଆଉ ଏହି ସମୟରେ ଅନ୍ୟମାନଙ୍କ ଠାରୁ ସେ ଗୋଇଁଠା ମା-ଡ଼ ମଧ୍ୟ ଖାଇଛନ୍ତି ।

ସେ କହିଛନ୍ତି କି , ଶୀତ ଦିନରେ ଥରି ଥରି ସେ ପାଣି ଆଗରେ ବସି ବାସନ ମାଜିଛନ୍ତି ଆଉ ସବୁ ଦୁଃ-ଖକ-ଷ୍ଟ ସେ ପରିବାର ପାଇଁ ଭୁଲି ଯାଇଛନ୍ତି । ଅନ୍ୟପକ୍ଷରେ କଳା ପ୍ରତି ତାଙ୍କର ଅତ୍ୟନ୍ତ ଆଗ୍ରହ ଥିବାରୁ ସେ ଯାଇ ରାତି ଅଧାରେ ସମସ୍ତ ମେଲୋଡି ଶୋ ଦେଖୁଥିଲେ । ଆଉ ନିଜ ଜୀବନକୁ ଆଗକୁ ବଢ଼ାଇବା ପାଇଁ ସେ ଚେଷ୍ଟା ଜାରି ରଖିଥିଲେ । କମେଡି କରିବା ସହିତ ଚିତ୍ର ଆଙ୍କିବାକୁ ସେ ଅତ୍ୟନ୍ତ ଭଲ ପାଆନ୍ତି କାରଣ ସେ ଆର୍ଟ କଲେଜର ଜଣେ ଛାତ୍ର ଅଟନ୍ତି । ତେଣୁ ସେ ଯାହା ବି ହେଉ , ଭାଗ୍ୟ ତାଙ୍କର ସାଥ ଦେବାରୁ ସେ ଆଜି ସମସ୍ତଙ୍କୁ ହସେଇ ପାରୁଛନ୍ତି ।

ସେ କହିଛନ୍ତି ଯେ , ହସେଇବା ଗୋଟିଏ ସହଜ କଥା ନୁହେଁ । ହସେଇବା ଭାରି କଷ୍ଟକର ଅଟେ । ଅନ୍ୟକୁ ହସେଇ ପାରିଲେ ବହୁତ ଖୁସି ଲାଗିଥାଏ ଆଉ ହସିବା ଦ୍ୱାରା ଜୀବନର ଅଧା କଷ୍ଟ ଯ-ନ୍ତ୍ର-ଣା ଦୂର ହୋଇ ଯାଇଥାଏ । ତେଣୁ ଆମକୁ ସବୁବେଳେ ହସିବାର ଆବଶ୍ୟକତା ରହିଛି । ଆଉ ଅନ୍ୟମାନଙ୍କୁ ହସାଇ ସେ ଆଜି ବହୁତ ଖୁସି ଅଛନ୍ତି । ଆଉ ଯେତେ ଦିନ ପର୍ଯ୍ୟନ୍ତ ସେ ବଞ୍ଚିବେ , ଏମିତି ହସଖୁସିରେ ବଞ୍ଚିବେ ବୋଲି କହିଛନ୍ତି । ଆଜିର ଜୀବନ କାଲିକୁ ନାହିଁ , ତେଣୁ ସବୁବେଳେ ସମସ୍ତଙ୍କୁ ହସିବା କଥା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *