ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଏହି ୮ ଟି ଜିନିଷ ଅର୍ପିତ କଲେ ଦୂର ହୋଇଯାଏ ଦାରିଦ୍ର୍ୟତା :-

ଶ୍ରାବଣ ମାସଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାସ ଅଟେ । ଏହି ମାସଟି ମହାଦେବଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହିମାସରେ ମହାଦେବଙ୍କ ଆରାଧନା କରାଯାଏ ଏବଂ ଏହି ମାସ ମହାଦେବ ନିଜ ଭକ୍ତ ଉପରେ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ଆଜିକାର ଏହି ଲେଖାରେ ଆମେ ଏହି ଶ୍ରାବଣ ମାସରେ ଶିବଙ୍କୁ ଚଢ଼ା ଯାଉଥିବା କିଛି ବିଶେଷ ଜିନିଷ ବିଷୟରେ କହିବୁ ଯାହାକୁ ଅର୍ପିତ କଲେ ଭଗବାନ ଶିବଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ ।

୧ . ଜଳ :-

ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଅର୍ପିତ କରିବାର ବିଧି ରହିଛି । ଯଦି ଆପଣ ଶ୍ରାବଣ ମାସ ପ୍ରତ୍ୟେକ ଦିନ ଶିବଲିଙ୍ଗରେ ଜଳ ଅର୍ପିତ କରନ୍ତି ତେବେ ମହାଦେବ ଆପଣଙ୍କ ଉପରେ ପପ୍ରସନ୍ନ ହେବେ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ କରିବେ ।

୨ . କ୍ଷୀର :-

ଶ୍ରାବଣ ମାସ ସୋମବାର ଦିନ ନିଷ୍ଠାର ସହିତ କ୍ଷୀର ଦ୍ୱାରା ଶିବଲିଙ୍ଗର ଅଭିଷେକ କରାଇଲେ ଭଗବାନ ଶିବ ପ୍ରସନ୍ନ ହେବା ସହିତ ଆଶୀର୍ବାଦ ମଧ୍ୟ ପ୍ରଦାନ କରିବେ । ସବୁପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ଦୂରେଇ ଯିବ ।

୩ . ଚିନି :-

ଶ୍ରାବଣ ମାସ ପ୍ରତ୍ୟେକ ସୋମବାରରେ ଶିବଲିଙ୍ଗରେ ଚିନି ଅର୍ପିତ କଲେ ମନସ୍କାମନା ପୂରଣ ହେବା ସହିତ ସବୁ ପ୍ରକାରର ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ଏହାଦ୍ବାରା ସବୁ କାର୍ଯ୍ୟରେ ସଫଳତା ମଧ୍ୟ ଅର୍ଜନ କରିବେ । ଏହାଦ୍ବାରା ଅନ୍ୟାନ୍ୟ ଦେବଦେବୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

୪ . ଘିଅ :-

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଘିଅରେ ଅଭିଷେକ କରାଇଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହେବା ସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇଥାଏ । ଏହାବ୍ୟତୀତ କାର୍ଯ୍ୟରେ ମଧ୍ୟ ସଫଳତା ନିଲିଥାଏ । ସବୁ ପ୍ରକାରର ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

୫ . ମହୁ :-

ମହୁ ମହାଦେବଙ୍କୁ ଅର୍ପିତ କଲେ ଅତ୍ୟନ୍ତ ଭଲ ଫଳ ପ୍ରାପ୍ତ ହୋଇଥାଏ । ଶ୍ରାବଣ ମାସରେ ମହାଦେବ ଶିବଙ୍କୁ ନିଷ୍ଠାର ସହିତ ମହି ଅର୍ପିତ କଲେ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହୋଇଥାଏ ।

୬ . ଭାଙ୍ଗ :-

ମହାଦେବଙ୍କର ଭାଙ୍ଗ ଅତ୍ୟନ୍ତ ପ୍ରିୟ ଅଟେ । ମହାଦେବଙ୍କ ପାଖରେ ଭାଙ୍ଗ ଭୋଗ ସଦୃଶ ମଧ୍ୟ ଲଗାଯାଏ । ଯଦି ଆପଣ ଏହି ଶ୍ରାବଣ ମାସରେ ମହାଦେବ ଶିବଙ୍କୁ ଭାଙ୍ଗ ଅର୍ପିତ କରନ୍ତି ତେବେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ ।

୭ . ଚନ୍ଦନ :-

ଚନ୍ଦନ ମଧ୍ୟ ଭଗବାନ ଶିବଙ୍କର ପ୍ରିୟ ହୋଇଥାଏ । ମାତ୍ର ଭୁଲରେ ବି ମହାଦେବଙ୍କୁ ସିନ୍ଦୁର ଏବଂ ହଳଦୀ ଅର୍ପିତ କରିବା ଉଚିତ ନୁହେଁ । ଯଦି ଆପଣ ଶ୍ରାବଣ ମାସରେ ଚନ୍ଦନ ଅର୍ପିତ କରନ୍ତୁ ମହାଦେବ ଶିବ ଶୀଘ୍ର ପ୍ରସନ୍ନ ହୁଅନ୍ତି ।

୮ . କେଶର :-

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କେଶର ଅର୍ପିତ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *