ଧଳା ବାଳ ପାଇଁ ଆପଣ ଚିନ୍ତାରେ ଅଛନ୍ତି କି ? ତେବେ ଏହି ଉପାୟ ଅବଲମ୍ବନ କରି ଗୋଟିଏ ଚୁଟୁକି ରେ ସମସ୍ୟାକୁ ଦୂର କରନ୍ତୁ।

ବର୍ତ୍ତମାନ ସମୟରେ କେଶ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇ ସାରିଛି। ତେବେ ତାହା କେଶ ଝଡ଼ିବା ହେଉ ଅବା କେଶ ଧଳା ପଡିବା ହେଉ। ଏହି ସମସ୍ୟା ଉଭୟ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକମାନେ ଔଷଧ ଉପରେ ନିର୍ଭର କରୁଛନ୍ତି ହେଲେ ଏହା ଏତେ ଫଳପ୍ରଦ ନୁହେଁ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହାକି ଆପଣଙ୍କ କେଶ ସମସ୍ୟାକୁ ଦୂର କରିଦେବ।

ତେବେ କେଶ ଧଳା ପଡିବା ଅନେକ କାରଣ ହୋଇଥାଏ। ଶାରୀରିକ ଚିନ୍ତା ହେଉ ଅବା କୌଣସି ରୋଗରେ ଆକ୍ରାନ୍ତ ହେଉ। ତେବେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ଏକମାତ୍ର ଉପାୟ ରହିଛି। ଯାହାକି ଆମ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ତେବେ ଆପଣମାନେ ଜାଣିଥିବେ ଯେ ନାଭି ଆମ ଶରୀରର କେନ୍ଦ୍ରବିନ୍ଦୁ ଅଟେ । ନାଭି ସହ ଆମ ଶରୀରର ପ୍ରାୟ ୭୨ ହଜାର ଶିରା ପ୍ରଶିରା ସଂଯୁକ୍ତ ରହିଛି। ତେବେ ନାଭି ଦ୍ଵାରା କରା ଯାଉଥିବା କିଛି ଘରୋଇ ଉପଚାର ମାଧ୍ୟମରେ ହିଁ ଏଥିରୁ ମୁକ୍ତି ପାଇବେ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ନାଭିରେ ବୁନ୍ଦା ସୋରିଷ ତେଲ ପକାଇ ଦେଉଛନ୍ତି ଏବଂ ୨୦ ରୁ ୨୫ ମିନିଟ ଯାଏଁ ମୁଁହକୁ ଉପରକୁ କରିକି ରଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ଏପରି କରିବା ଦ୍ଵାରା ଶୀତଦିନେ ଯେଉଁମାନଙ୍କ ଓଠ କଳା ପଡିଯାଏ, ସେମାନଙ୍କ ଓଠ ଗୋଲାପି ହୋଇଯିବ। ନାଭିରେ ସୋରିଷ ତେଲ ପକାଇବା ଦ୍ଵାରା ଆପଣଙ୍କ ଚର୍ମ ମଧ୍ୟ କୋମଳ ଓ ସତେଜ ରହିବ।

କେବଳ ସୋରିଷ ତେଲ ନୁହେଁ ବରଂ ଆପଣ ଚାହିଁଲେ ମଧ୍ୟ ସମାନ ଉପାୟରେ ଏବଂ ସମାନ ଧରଣର ନଡ଼ିଆ ତେଲ ଏବଂ ଶୁଦ୍ଧ ଗୁଆଘିଆ ମଧ୍ୟ ବ୍ୟବହାର କରି ପାରିବେ। ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା ଅବା କେଶ ଜଲ୍ଦି ପାଚିଯିବା ଆଦି ସମସ୍ୟାରୁ ମୁକ୍ତି ପାଇ ପାରିବେ। କେବଳ ସେତିକି ନୁହେଁ ବାତ ଏବଂ କଫ ଆଦି ରୋଗରୁ ମଧ୍ୟ ଉପଶମ ମିଳିଥାଏ।

Leave a Reply

Your email address will not be published. Required fields are marked *