ଛେଳି ବିକି ଦଉଥିଲା ମାଲିକ, ଭୋ ଭୋ ହେଇ ମାଲିକକୁ ଧରି କାନ୍ଦିଲା ଛେଳି….

କୁହାଯାଏ ମଣିଷ ସିନା ବେଇମାନ କରିବେ ହେଲେ ପଶୁ ପକ୍ଷୀ କେବେ ବି ଅଧା ରାସ୍ତାରେ ଧୋକା ଦେବେ ନାହିଁ । କୁହାଯାଏ ମଣିଷକୁ ଯେତେ ପାଳି ପୋଷି ବଡ ମଣିଷ କରିଲେ ସୁଦ୍ଧା ହୁଏତ ମଣିଷ ମାଲିକକୁ ଅଧା ରାସ୍ତାରେ ଠକି ଦେଇ ଚାଲିଯିବେ ହେଲେ ପଶୁ ପକ୍ଷୀ ଲୁଣ ଖାଇଥିବେ ମାନେ ଗୁଣ ଗାନ କରିବେ । ହଁ ଆଜ୍ଞା ସେ ପଶୁ ସତ ହେଲେ ସେମାନେ ବୁଝିଚନ୍ତି ସ୍ନେହ, ପ୍ରେମ ,ଭଲ ପାଇବାର ମାନେ । ସେମାନେ ପଶୁ ସତ କିନ୍ତୁ ସେମାନେ କେବେ ହେଲେ ମାଲିକକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାକୁ ଚାହାଁନ୍ତି ନାହିଁ । ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି କିଛି କଥା କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ ।

ଆପଣ ମାନେ ନିହାତି ଭାବେ ଜାଣିଥିବେ ଗତକାଲି ଥିଲା ମୁସଲିମ ମାନଙ୍କ ବଡ ପର୍ବ ଇଦ । ଆଉ ଇଦ୍ ଉପଲକ୍ଷେ ଜଣେ ଛେଳି ପାଳକ ଛେଳିଟିକୁ ଏକ ଭଲ ଦାମରେ ବିକ୍ରି କରି ଦେଉଥିଲେ । ହେଲେ ଏହି ସମୟରେ ଛେଳି ଏପରି ବ୍ୟବହାର ଦେଖାଇଥିଲା । ଏହି ସମୟରେ ଛେଳି ମାଲିକକୁ ଧରି ଏମିତି କାନ୍ଦିଥିଲା ଯେ ସମସ୍ତେ ଏକ ଦମ୍ ଚକିତ ହୋଇଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ଏହି ଘଟଣା ଦେଖି ଚକିତ ହେଉଛନ୍ତି । ମାଲିକ ସିନା ପାଳି ପୋଷି ବଡ କରିବା ପରେ ଛେଳି ଟିକୁ ବିକ୍ରି କରିବା ପାଇଁ ଗରାଖଙ୍କ ଡାକିଛି । ହେଲେ କିନ୍ତୁ ଏତେ ଦିନ ଧରି ଛେଳି ମାଲିକ ସହ ରହିବା ପରେ ଆଉ ମାଳିକକୁ ଛାଡ଼ି ଯିବାକୁ ଚାହୁଁନି ।

ହଁ ବନ୍ଧୁଗଣ ଗତକାଲି ଏହି ଘଟଣା ଦେଖିବାକୁ ଶହ ଶହ ଲୋକେ ଏକାଠି ହୋଇଥିଲେ । ଆଉ ଛେଳିର କାନ୍ଦ ଦେଖି ସମସ୍ତେ ବେଶ୍ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏପରିକି ଶେଷରେ ମାଲିକର ମନ ମଧ୍ୟ ପରିବର୍ତ୍ତନ ହୋଇ ଯାଇଥିଲା । ଯେତେବେଳେ ପ୍ରଥମେ ଗରାଖ ଛେଳି ଦେଖିବାକୁ ଆସିଥିଲା ସେ ମାଲିକ ପାଖରେ ଥିବା ଦୀର୍ଘ ଦିନର ଛେଳିଟିକୁ ଦେଖି ଲୋଭ କରିଥିଲେ କିଣି ନେବାକୁ । ହେଲେ କିନ୍ତୁ ମାଲିକ ସେହି ଛେଳିଟିକୁ ଅଧିକ ଦାମରେ ବିକ୍ରି କରିବାକୁ ଚାହୁଥିଲେ ।

ତେଣୁ ଦୀର୍ଘ ସମୟ ଧରି ମାଲିକ ଆଉ ଗରାଖ ମଧ୍ୟରେ ଛେଲିକୁ ନେଇ ମୂଲଚାଲ ହୋଇଥିଲା । ଆଉ ଏହା ପରେ ମାଲିକ ଓ ଛେଳି ନେବାକୁ ଆସିଥିବା ଗରାଖ ମଧ୍ୟରେ ଶେଷରେ ମୂଲଚାଲ ହୋଇଯାଇଥିଲା । ଯେତେବେଳେ ମାଲିକ ଛେଳିଟିକୁ ବିକ୍ରି କରିବା ପାଇଁ ଆସିଥିଲେ । ସେତେବେଳେ ଛେଳିଟି ମାଲିକକୁ ଧରି ବହୁତ୍ ଜୋରେ କାନ୍ଦିବା ଆରମ୍ଭ କରିଥିଲା । ଆଉ ଶେଷରେ ମାଲିକ ଛେଳିଟିକୁ ବିକ୍ରି ନକରି ରହିଯାଇଥିଲେ । ମାଲିକ ପ୍ରତି ଭଲ ପାଇବା ଓ ଛେଳିର କାନ୍ଦ ଦେଖି ମାଲିକର ମନ ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *