ରାତି ବଢ଼ିଲେ ଦୋକାନର କବାଟ ବାଡ଼ଉଛି ଆତ୍ମା, ଭୟରେ ଘରୁ ବାହାରକୁ ବାହାରୁ ନାହାଁନ୍ତି ଦିଗପହଣ୍ଡି ଲୋକ

ପରମଆତ୍ମା ଅଛି ତ ଆତ୍ମା ବି ଅଛି। ଏ କଥାକୁ କେତେଜଣ ବିଶ୍ବାସ କରନ୍ତି ଆଉ କେତେଜଣ ବିଶ୍ବାସ କରନ୍ତିନି। କେତେଜଣ କୁହନ୍ତି ମଣିଷର ଆତ୍ମା ଶାନ୍ତି ନ ପାଇଲେ ସେ ଭୂତ ଘୁରିବୁଲେ। କେତେଜଣ ଲୋକ ଆତ୍ମାଙ୍କୁ ଅନୁଭବ କରିପାରୁଥିବା ବେଳେ ଅଧିକାଂଶ ଲୋକ ଏହାକୁ ଗୋଟେ ଅନ୍ଧ ବିଶ୍ବାସ କହି ମଜାକରେ ଉଡେଇ ଦିଅନ୍ତି କିନ୍ତୁ ଦେଖିବାକୁ ଗଲେ କୋଉଠିନା କୋଉଠି ଘଟଣା ଟି ସତ୍ୟ ହଁ ଆଜ୍ଞା ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି।

ଗତ ତିନି ଦିନ ତଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଠାରୁ କିଛି ବାଟ ଦୂରରେ ହେଇଥିବା ବସ୍ ଦୁର୍ଘଟଣାର ଦୁଃଖ ଏ ପର୍ଯ୍ୟନ୍ତ ଦିଗପହଣ୍ଡି ଲୋକଙ୍କ ମନରୁ ଯାଇନି। ଲୋକ ମାନେ ଏବେ ମଧ୍ୟ ସେଇ ଚିତ୍କାର ଏବଂ କାନ୍ଦ ଶୁଣି ପାରୁଛନ୍ତି। ଲାଗୁଛି ଯେମିତି ରାତିରେ କିଏ ବଞ୍ଚାଅ ବଞ୍ଚାଅ କହି ଡାକୁଛି ଏବଂ କବାଟ ବାଡ଼ଉଛି। ବସ୍ ଦୁର୍ଘଟଣାରେ ମରିଯାଇଥିବା ଲୋକମାନଙ୍କ ଆତ୍ମା ଏ ପର୍ୟ୍ୟନ୍ତ ଶାନ୍ତି ପାଇନି ସେମାନେ ମୁକ୍ତି ଖୋଜୁଛନ୍ତି।

ଖେମୁଣ୍ଡି କଲେଜର ସିକୁରିଟୀ ଗାର୍ଡ ଏବଂ ପାଖ ଦୋକାନୀ ମାନଙ୍କ କହିବା ଅନୁଯାୟୀ ଆଗରୁ ବହୁତ୍ ରାତି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ଏବଂ ଲୋକ ମାନେ ମଧ୍ୟ ଯିବା ଆସିବ କରୁଥିଲେ କିନ୍ତୁ ଏବେ ସମସ୍ତେ ୯ ବେଳୁ ଦୋକାନ ବନ୍ଦ କରି ଘରକୁ ପଳେଇ ଯାଉଛନ୍ତି। ରାତି ଅଧିକ ହେଲେ କିଏ ଆସି ଦୋକାନ କବାଟ ବାଡ଼ଉଛି ଏବଂ କାନ୍ଦି କାନ୍ଦି କହୁଛି ମୁଁ ମାରିବାକୁ ଚାହୁଁନି ମତେ ବଞ୍ଚାଅ। ରାତିରେ ଲାଗୁଛି ଯେମିତି ଚାରି ଆଡେ କେବଳ ଅତୃପ୍ତ ଆତ୍ମା ବୁଲି ବୁଲି ଚିତ୍କାର କରୁଛି। ସେଥିପାଇଁ ଭୟରେ ଆଉ କେହି ଦୋକାନ ଖୋଲୁ ନାହାନ୍ତି।

Leave a Reply

Your email address will not be published. Required fields are marked *