ଥିଏଟରରେ ଅମ୍ଳାନଙ୍କ ନୂଆ ଫିଲ୍ମ ଦେଖିଲେ ପତ୍ନୀ ଏବଂ ଝିଅ । କିନ୍ତୁ ଫିଲ୍ମ ଦେଖିବା ବେଳେ ଅସହଜ ଅନୁଭବ କଲେ ଅମ୍ଳାନଙ୍କ ଝିଅ …….

ଅଲିଉଡ଼ର ଲୋକପ୍ରିୟ ଅଭିନେତା ଅମ୍ଳାନ ଦାସଙ୍କୁ ବା କିଏ ନଜାଣେ । ବାପା ମିହୀର ଦାସ ଥିଲେ ଅଲିଉଡ଼ର ବାଦଶାହ । ଯାହାଙ୍କୁ ଭର୍ସଟାଇଲ ଅଭିନେତା କହିଲେବି ଅତୁକ୍ତି ନାହିଁ । କିନ୍ତୁ ଦୁଃଖର କଥା ଏହା ଯେ ମିହୀର ଦାସ ବର୍ତ୍ତମାନ ଆଉ ନାହାଁନ୍ତି । କିନ୍ତୁ ତାଙ୍କ ପୁଅ ଅମ୍ଳାନ ଦାସ ମଧ୍ୟ କୌଣସି ପ୍ରତିଭାରେ କମ ନୁହଁନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାରେ ତାଙ୍କୁ ଅନେକ ବର୍ଷ ବିତି ଗଲାଣି ଏବଂ ବର୍ତ୍ତମାନ ସୁଦ୍ଧା ସେ ଏକାଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ସେଥିରୁ ପ୍ରାୟତଃ ଫିଲ୍ମ ତାଙ୍କର ହିଟ ରହିଛି । ତେବେ ଦୀର୍ଘ ଦିନ ପରେ ତାଙ୍କର ଆଉ ଏକ ନୂଆ ଫିଲ୍ମ ରିଲିଜ ହୋଇଛି ।

ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । କହିରଖିବୁ ଯେ ଗତକାଲି ତାଙ୍କର ନୂଆ ଫିଲ୍ମ ” ପ୍ରିୟେ ତୁ ମୋର ” ରିଲିଜ ହୋଇଛି । ଯାହାକୁ ଅମ୍ଳାନ ନିଜ ପରିବାର କହିଲେ ସ୍ତ୍ରୀ ଏବଂ ଝିଅ ସହିତ ଥିଏଟରରେ ବସି ଦେଖିଛନ୍ତି । ଆଉ ଦେଖି ସାରିବା ପରେ ମିଡ଼ିଆ ତାଙ୍କର ପ୍ରତିକ୍ରିୟା ନେଇଥିଲେ ।

ଯେଉଁଥିରେ ଅମ୍ଳାନଙ୍କ ସ୍ତ୍ରୀ ଫିଲ୍ମ ଭଲ ଲାଗିଥିବା କହିଛନ୍ତି । ଅମ୍ଳାନଙ୍କ ସ୍ତ୍ରୀ କହିଛନ୍ତି ଯେ ଫିଲ୍ମ ବହୁତ ଭଲ ଥିଲା ଏବଂ ଖାସ କରି ଅମ୍ଳାନଙ୍କର ଏହି ଫିଲ୍ମରେ ଏକ ଗାଉଁଲି ଚରିତ୍ର ରହିଛି ଯେଉଁଥିରେ ସେ ଲୁଙ୍ଗିରେ ନଜର ଆସିଛନ୍ତି । ତାହା ଲୋକଙ୍କୁ ଅଧିକ ପସନ୍ଦ ଆସିଛି ।ଏହାପରେ ଅମ୍ଳାନଙ୍କ ସ୍ତ୍ରୀ ଝିଅ ବିଷୟରେ କହିଛନ୍ତି ଯେ ଜନ୍ମ ଠାରୁ ଏବେ ପର୍ଯ୍ୟନ୍ତ ସେ ଅମ୍ଳାନଙ୍କର ୨ ଟି ଫିଲ୍ମ ଦେଖିଛନ୍ତି ।

ଯାହାକି ପ୍ରଥମ ଥିଲା ଗୋଲାପୀ ଗୋଲାପୀ 2 ଏବଂ ଗତକାଲି ରିଲିଜ ହୋଇଥିବା ଫିଲ୍ମ । କିନ୍ତୁ ଥିଏଟରରେ ଫିଲ୍ମ ଦେଖିବା ସମୟରେ ଅମ୍ଳାନଙ୍କ ଝିଅ ଇକି ସମସ୍ୟା ଅସହଜ ଅନୁଭବ କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି । ବାସ୍ତବରେ ଥିଏଟରରେ ଲାଗିଥିବା ବଡ଼ ବଡ଼ ସ୍ପିକରର ଧ୍ୱନି କାରଣରୁ ଏପରି ହୋଇଥିବା ସେ କହିଛନ୍ତି । କହିରଖିବୁ ଯେ ଅମ୍ଳାନ ନିଜ ସ୍ତ୍ରୀ ଏବଂ ଝିଅଙ୍କ ସହିତ ଏହି ଫିଲ୍ମ ଦେଖି ଖୁବ ଉପଭୋଗ କରିଛନ୍ତି । ଯାହାର ପ୍ରତିକ୍ରିୟା ସେ ନିଜେ ଗଣମାଧ୍ୟମରେ ରଖିଛନ୍ତି ।

Leave a Reply

Your email address will not be published. Required fields are marked *