ଛାତ୍ରୀଙ୍କ ସହ ଏପରି କଲେ କଲେଜ ପ୍ରିନ୍ସିପାଲ , ବାଧ୍ୟ ହୋଇ ଛାତ୍ରୀ ପୋଲିସକୁ ଡାକିଲେ….

କୁହାଯାଏ ଯିଏ ସତ କହେ , ତାର ଶେଷରେ ବିଜୟ ହୋଇଥାଏ । କିନ୍ତୁ ଏ କଳିଯୁଗରେ ସବୁକିଛି ଓଲଟା ହୋଇଥାଏ । ଯିଏ ସତ କହିଦିଏ ନା ତାର ଜୀବନ ପୁରାପୁରି ବର୍ବାଦ ହୋଇଯାଏ । ତେବେ ଏ କଥା ଆମେ କହୁ ନାହୁଁ ବର୍ତ୍ତମାନ ସମୟର ସବୁକଥାକୁ ପରିଲକ୍ଷିତ କରି ଆମେ ଏହି କଥା ଜଣାଇ ଦେଉଛୁ । ତେବେ ଆମେ ଆଜି ଏପରି କିଛି କଥା କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସତରେ କଣ ଜଣେ ଶିକ୍ଷକ ନିଜ ଛାତ୍ରଛାତ୍ରୀ ସହିତ ଏମିତି କରି ପାରନ୍ତି ।

ତେବେ ହଁ ଆଜ୍ଞା ଜଣେ ପ୍ରଧାନଶିକ୍ଷକଙ୍କ ନାମରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଆଉ ଏହି ଅଭିଯୋଗ ନିଜେ ଆଣିଛନ୍ତି ତାଙ୍କ କଲେଜର ଜଣେ ଛାତ୍ରୀ । ତିଳେ ମାତ୍ର ଭୟ ନ କରି ସତ୍ୟ ପାଇଁ ଲଢିଥିଲେ ଛାତ୍ରୀ ଜଣକ ଆଉ ଶିକ୍ଷକଙ୍କୁ ନେଇ ପୋଲିସ ସାମ୍ନାରେ ହାଜର କରି ଦେଇଥିଲେ । ତେବେ ଏହି ଘଟଣା ଘଟି ଯାଇଛି , ଦେବଗଡ଼ ଜିଲ୍ଲା ରିଆମାଳ ଉପଖଣ୍ଡ ଯୁକ୍ତ ୩ ମହାବିଦ୍ୟାଳୟ ରେ । ସୂଚନା ଅନୁଯାୟୀ , ପ୍ରଧାନ ଶିକ୍ଷକ ଫକୀରମୋହନ ସାହୁ କପି କରୁଥିବା ଛାତ୍ର ମାନଙ୍କୁ ବିରୋଧ କରି ନଥିଲେ ।

କଲେଜରେ ଚତୁର୍ଥ ସେମିଷ୍ଟାର ଏଜୁକେଶନ ପରୀକ୍ଷା ଚାଲିଥିବା ବେଳେ ଛାତ୍ର ମାନେ କପି କରୁଥିଲେ ଆଉ ଶିକ୍ଷକ ମଧ୍ୟ କପି ଯୋଗାଇ ଚାଲିଥିଲେ । ସେପଟେ ଏହାକୁ ଦେଖିଥିଲେ କିଛି ଛାତ୍ରଛାତ୍ରୀ । ଏହି କପି କାରବାର ପାଇଁ ସେମାନଙ୍କୁ ବହୁତ ଅସୁବିଧା ମଧ୍ୟ ହୋଇଥିଲା । ଯାହା ପରେ ସେମାନେ ଏପରି କାମକୁ ବିରୋଧ କରିଥିଲେ । ଆଉ ପ୍ରଧାନଶିକ୍ଷକଙ୍କୁ ସିଧାସଳଖ କହିଥିଲେ । କିନ୍ତୁ ଏହା ପରେ ପ୍ରଧାନଶିକ୍ଷକ ତାଙ୍କ କଥା ଶୁଣି ସିଧାସଳଖ ତାଙ୍କ ଉପରେ ଜବାବ୍ ରଖିଥିଲେ ଆଉ କହିଥିଲେ ଏପରି କିଛି ବି ହୋଇ ନାହିଁ ।

ଆଉ କିଛି ସମୟ ଧରି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଅନ୍ୟ ପକ୍ଷରେ ଏ ସବୁ ମଧ୍ୟରେ ସିଲା ବେହେରା ନାମକ ଜଣେ ଛାତ୍ରୀଙ୍କ ସହିତ ଭାରି ଜୋରରେ କୋଳାହଳ ହୋଇଥିଲା । ତେବେ ଏହା ପରେ ଛାତ୍ରୀ ଜଣକ ପୋଲିସକୁ ଡ଼ାକି ଦେଇଥିଲେ । ଆଉ ପୋଲିସ ଆସି ଘଟଣାର ତଦନ୍ତ କରିଥିଲେ । ତେବେ ପୋଲିସ ପ୍ରଧାନଶିକ୍ଷକଙ୍କୁ ପଚରା ଉଚରା କରିଥିଲେ । ଯାହା ପରେ ସେ ସିଧାସଳଖ ଏପରି କାମ କରି ନାହାଁନ୍ତି ବୋଲି ମନା କରି ଦେଇଥିଲେ । ତେବେ ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କୁ ଅଟକି ରଖି ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *