କପି କରିବା ପଡିଲା ମହଙ୍ଗା:- ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କପି କରୁଥିଲା ଛାତ୍ର, ଧରା ପଡିବା ପରେ ଘଟିଲା ଏମିତି… ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ ତ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ କିଛି ଭିଡ଼ିଓ ଭାଇରାଲ ହେଉଛି ତାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ ହସି ହସି ମଧ୍ୟ ତଳେ ଗଡି ଯାଉଛନ୍ତି। ତେବେ ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ।

ତେବେ ଆପଣ ମାନେ ଭଲ ଭବରେ ଜାଣିଛନ୍ତି ପରୀକ୍ଷାର ମହତ୍ତ୍ୱ କେତେ। ତେବେ ପରୀକ୍ଷା ରେ ଭଲ ମାର୍କ ରଖିବା ପାଇଁ କିଛି ପିଲାମାନେ ଦିନ ରାତି ପାଠ ପଢିବାରେ ପରିଶ୍ରମ କରନ୍ତି। ଆଉ କିଛି ପିଲା ମଧ୍ୟ ପରିଶ୍ରମ କରନ୍ତି କିନ୍ତୁ ସେମାନେ କପି କିପରି ପରୀକ୍ଷା ଗୃହକୁ ନେବେ ସେଥିପାଇଁ ପରିଶ୍ରମ କରନ୍ତି। ପାଠ ପଢିଥିବା ପିଲା ଅସୁବିଧାରେ ପଡେ ନାହିଁ ବରଂ କପି କରୁଥିବା ପିଲା ସର୍ବଦା ପରିଶ୍ରମରେ ପଡିଥାଏ। କପି କରିବା ସମୟରେ ଯଦି ଶିକ୍ଷକ ଧରି ଦିଅନ୍ତି ତେବେ ସେମାନେ ପରୀକ୍ଷା ଖାତା ଛଡେଇ ନେଇ ପିଲାକୁ ଶ୍ରେଣୀ ଗୃହରୁ ବାହାର କରି ଦିଅନ୍ତି। ତେବେ ସୋସିଆଲ ମିଡ଼ିଆର ମଧ୍ୟ କିଛି ଏହିଭଳି ଭିଡ଼ିଓ ଭାଇରାଲ ହେଉଛି କପି କରିବା ସମୟରେ ଛାତ୍ର ଧରା ପଡିବାର।

ଗତ ଦୁଇ ବର୍ଷ ହେବ କରୋନା କାରଣରୁ ଦେଶର ସମସ୍ତ ରାଜ୍ୟରେ ପ୍ରାୟତଃ ପରୀକ୍ଷା ବନ୍ଦ ରହିଥିଲା। ବିନା ପରୀକ୍ଷାରେ ବୋର୍ଡ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ପରୀକ୍ଷା ହୋଇ ନାହିଁ ମାନେ ପିଲା କପି କରି ନାହାନ୍ତି। କେବେଳ ସେତିକି ନୁହେଁ କପି କରିବାର ଶୈଳୀ ମଧ୍ୟ ଭୁଲି ଯାଇଥିବେ କହିଲେ କୌଣସି ଉତ୍ୟକ୍ତି ହେବ ନାହିଁ। ତେବେ ଆସନ୍ତୁ ଭିଡ଼ିଓରେ କପି କରୁଥିବା ସମୟରେ ଧରା ପଡିବା ଭିଡ଼ିଓ ଭାଇରାଲ ହେଉଛି।

ପ୍ରଥମ ଦୃଶ୍ୟରେ ଆପଣ ଜଣେ ଛାତ୍ରକୁ ଅନଲାଇନ ଜରିଆରେ ପରୀକ୍ଷା ଦେଉଥିବାର ଦେଖିବାକୁ ପାଇବେ। ଶିକ୍ଷକ ପିଲାର ଭାଇବା ଟେଷ୍ଟ ନେଉଛନ୍ତି। ପିଲାକୁ ଯେତେବେଳେ what is virtualization ? ପ୍ରଶ୍ନ ପଚରା ଗଲା ସେ ସାଙ୍ଗେ ସାଙ୍ଗେ ଗୁଗୁଲ ଅନ କରି ଉତ୍ତର ଦେବାକୁ ଲାଗିଲା। କିନ୍ତୁ ସେ ଭୁଲି ଯାଇଥିଲା ଯେ ସେ ଯାହାବି କରୁଛି ତାହା ଶିକ୍ଷକ ଦେଖୁଛନ୍ତି।

ପରବର୍ତ୍ତୀ ସମୟରେ ପିଲାଟିକୁ ଶିକ୍ଷକ ଜଣକ ବହୁତ ପ୍ରଶ୍ନ କରିଥିଲେ ଏବଂ ପିଲାଟି ଶିକ୍ଷକ ଆଗରେ କପି କରିବା କାରଣରୁ ଶିକ୍ଷକ ଜଣକ ଫେଲ କରେଇ ଦେଇଥିଲେ।

କପି କେବଳ ପିଲାମାନେ ହିଁ କରନ୍ତି ଯଦି ଭାବୁଥିବେ ତେବେ ଏହି ଭିଡ଼ିଓ ଦେଖିବା ପରେ ଆପଣଙ୍କ ଧାରଣା ମଧ୍ୟ ବଦଳି ଯିବ। ୨୦୨୧ ମସିହାରେ ହରିୟାଣାରେ ଟିଚର ଆବିଲିଟି ଟେଷ୍ଟ ହେଉଥିଲା। ତେବେ ପରୀକ୍ଷା ଗୃହରେ ଶିକ୍ଷକ ହେବା ପାଇଁ ମଧ୍ୟ କପି କରୁଥିଲେ। ଯାହାକି ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା।

ପୋଲିସରେ ଭର୍ତ୍ତି ହେବା ପାଇଁ ସମସ୍ତଙ୍କ ସ୍ୱପ୍ନ ରହିଥାଏ। କିନ୍ତୁ ପୋଲିସରେ ଭର୍ତ୍ତି ହେବା ପାଇଁ ଯୋଗ୍ୟତା ରହିଛି। ପୋଲିସରେ ଭର୍ତ୍ତି ହେବା ପାଇଁ ସର୍ବପ୍ରଥମେ ଶରୀରର ଉଚ୍ଚତା ଆବଶ୍ୟକତା ହୋଇଥାଏ। ଯଦି ଉଚ୍ଚତା କମ୍ ତେବେ ଆପଣ ପୋଲିସରେ ଭର୍ତ୍ତି ହୋଇପାରିବେ ନାହିଁ। କିଛି ଏହିଭଳି ଘଟଣା ପିଲା ସହ ଘଟିଥିଲା। ଜଣେ ଛାତ୍ରଙ୍କ ଉଚ୍ଚତା ଦୁଇ ଇଞ୍ଚ କମ୍ ଥିଲା। ତେବେ ସେ ନିଜ ଉଚ୍ଚତା ବୃଦ୍ଧି କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଥିଲେ।

ଛାତ୍ର ଜଣକ ମୁଣ୍ଡରେ ହେୟାର କ୍ୟାପ୍ ଲାଗେଇଥିଲେ। ଯାହାଦ୍ୱାରା ତାଙ୍କ ଉଚ୍ଚତା ଅଧିକ ହୋଇଯିବ। କିନ୍ତୁ ଦୁଇ ମିନିଟରେ ତାଙ୍କର ଚିଟିଙ୍ଗ ଧରା ପଡି ଯାଇଥିଲା। ଏହି ଭିଡ଼ିଓ ଖୁବ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।

ଆପଣଙ୍କ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଆସୁଥିବ ଯେ କପି କେବଳ ପୁଅ ପିଲା ନାହିଁ କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଭିଡ଼ିଓ ନେଇ ଆସିଛୁ ତାହା ଦେଖିବା ପରେ ଆପଣ ନିଜ ଆଖିକୁ ଵିଶ୍ଵାସ କରି ପାରିବେ ନାହିଁ। ତେବେ ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ଶ୍ରେଣୀ ଗୃହରେ ଯୁବତୀମାନେ ବସି ପରୀକ୍ଷା ଦେଉଛନ୍ତି।

ତେବେ ସେଥିମଧ୍ୟରୁ କିଛି ନିଜ ମନରୁ ଲେଖୁଥିବାର ଦେଖିବାକୁ ପାଇବେ। କିନ୍ତୁ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ଛାତ୍ରୀ ଜଣକ ଗୋଡ଼ ତଳୁ କିଛି ବାହାର କରୁଥିବାର ଆପଣ ଦେଖିବାକୁ ପାଇବେ। ତେବେ ଆମେ ଆପଣଙ୍କୁ କହି ରଖୁଛୁ ସେ କପି ବାହାର କରୁଛନ୍ତି ଏବଂ କପିକୁ ଟେବୁଲ ଉପରେ ରଖି ଉତ୍ତର ଲେଖିବା ଆରମ୍ଭ କରିଦେଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହେଉଛି ବୋଲି। ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *