ଚାବି ମାଗିବାରୁ ହୋଇଥିଲା ପାଟିତୁଣ୍ଡ , ଚାଲିଗଲା ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଜୀବନ….

ବର୍ତ୍ତମାନ ସମୟରେ ସାରା ଓଡିଶାକୁ ସମ୍ପୂର୍ଣ୍ଣ ଭାବରେ ଥରହର କରି ରଖି ଦେଇଥିବା ହ-ତ୍ୟାକା-ଣ୍ଡ ମାମଲାର ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାକୁ ଗୋଟିଏ ଦିନ ବିତିଗଲାଣି । ସମସ୍ତଙ୍କୁ ଏହି ଘଟଣା ସ୍ତ-ବ୍ଧ କରି ରଖିଦେଇଛି । କାହା ପାଖରେ କହିବାକୁ ଆଉ କିଛି ନାହିଁ । ଓଡ଼ିଶାର ଘରେ ଘରେ ଏବେ ଏହି ଘଟଣା ବିଷୟରେ ଚର୍ଚ୍ଚା ଚାଲିଛି । କିଏ ମନ ଦୁଃଖ କରୁଛି ତ ଆଉ କାହା ଆଖି ଏ ଖବର ବିଷୟରେ ଶୁଣି ଛଳଛଳ ହୋଇଯାଉଛି । ଭାଇ ଭାଇ ମଧ୍ୟରେ ପାରିବାରିକ କଳହ କେତେ ଯେ ଭୟଙ୍କର ହୋଇପାରେ , ତାହାର ଏକ ସ୍ପଷ୍ଟ ଉଦାହରଣ ପାଲଟିଛି ଏହି ଘଟଣା ।

ତେବେ ଏହି ଘଟଣାରେ କେବଳ ଜଣେ କିମ୍ବା ଦୁଇ ଜଣଙ୍କର ନୁହେଁ ବରଂ ପାଞ୍ଚ ପାଞ୍ଚ ଜଣଙ୍କର ଜୀବନ ବଳି ପଡିଯାଇଛି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ତିନୋଟି ନିରୀହ ନିଷ୍ପାପ ପିଲା । ଯେଉଁମାନେ କାଲି ଦେଶର ଭବିଷ୍ୟତ ହୋଇଥାନ୍ତେ ଆଉ ଏ ଦୁନିଆଁକୁ ଭଲ ଭାବରେ ଦେଖିଥାନ୍ତେ । କୁହାଯାଏ ବିଧିର ବିଧାନ କେ କରିବ ଆନ, ଠିକ୍ ସେହିଭଳି ଭଗବାନଙ୍କର ଇଚ୍ଛାକୁ କେହି ରୋକିପାରିବ ନାହିଁ । ଯିଏ ଯେତିକି ଦିନର ଅତିଥି ସାଜି ଏ ଦୁନିଆଁକୁ ଆସିଥିବ, ସେତିକି ଦିନ ପରେ ଏ ଦୁନିଆଁରୁ ବିଦାୟ ନେଇଯିବ । ତେବେ ଘଟଣାଟି କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳରେ ଘଟିଯାଇଛି ।

ପାରିବାରିକ କଳହ ଯୋଗୁଁ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେଇଛି ଭାଇ । ରକ୍ତ ସମ୍ପର୍କ ମଧ୍ୟ ଏହି ଘଟଣା ଆଗରେ ବଳି ପଡିଯାଇଛି । ପାରିବାରିକ ହିଂସା ପାଇଁ ଏ ଦୁନିଆଁକୁ ଛାଡି ଚାଲିଯାଇଛନ୍ତି ଗୋଟିଏ ପରିବାରର ପାଞ୍ଚ ଜଣ । ତେବେ ସୂଚନା ଅନୁଯାୟୀ , ମାହାଙ୍ଗା ଅଞ୍ଚଳର ଥିବା କୁସୁପୁର ଗ୍ରାମର ଶିବ ସାହୁଙ୍କର ଅନେକ ଦିନ ଧରି ନିଜ ବଡ଼ ଭାଇ ଅଲେଖ ସାହୁଙ୍କ ସହ ଜମିବାଡ଼ି ବିବାଦ ଲାଗି ରହିଥିଲା । ତେବେ ସମ୍ପତ୍ତି ପାଇଁ ଏସବୁ ଘଟାଇଥିବାର ଅନୁମାନ କରାଯାଉଛି । ଏହାବ୍ୟତୀତ ଅଭିଯୁକ୍ତ ଶିବ ସାହୁ କଟୁରିରେ ହାଣି ପାଞ୍ଚ ଜଣଙ୍କୁ ହତ୍ୟା କରିଛି ଆଉ ହତ୍ୟା କରିସାରିବା ପରେ ଭିଡ଼ିଓ କରି ଆତ୍ମସମର୍ପଣ କରିବ ବୋଲି ମଧ୍ୟ କହିଛି ।

ତେବେ ଅନ୍ୟପକ୍ଷରେ ଅଭିଯୁକ୍ତ ଶିବ ସାହୁଙ୍କର ପତ୍ନୀ ଘଟଣା ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ , ରାତି ପ୍ରାୟ ୪ଟା ସମୟରେ ତାଙ୍କ ସ୍ୱାମୀ ବାହାରକୁ ଝାଡା ଯିବେ ବୋଲି ତାଙ୍କ ବଡ଼ ଭାଇ ଅଲେଖ ସାହୁଙ୍କ ଠାରୁ ଚାବି ମାଗିବାକୁ ଯାଇଥିଲେ । କିନ୍ତୁ ବଡ଼ ଭାଇ ଅଲେଖ ସାହୁ ରାଗି ଯାଇଥିଲେ ଆଉ ତାପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ତେବେ ଏହାପରେ ଅଭିଯୁକ୍ତ ଶିବ ସାହୁ କ୍ରୋଧିତ ହୋଇ ନିର୍ମମ ଭାବରେ ନିଜ ରକ୍ତର ଭାଇଙ୍କୁ ହତ୍ୟା କରିବା ସହିତ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ମଧ୍ୟ ହତ୍ୟା କରିଦେଇଥିଲେ । କିନ୍ତୁ ଶିବ ସାହୁ ନିଜ ପତ୍ନୀଙ୍କୁ ସେଠାରୁ ପଳାଇ ଯିବାକୁ କହିଥିଲେ ନହେଲେ ସେ ତାଙ୍କୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲେ ଆଉ ତାପରେ ନିଜ ପତ୍ନୀଙ୍କୁ ଘର ମଧ୍ୟରେ ଚାବି ପକାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *