ଦେଓଗଡ ରୋପୱେ ଉଦ୍ଧାର କାର୍ଯ୍ୟ ବେଳେ ବ୍ୟକ୍ତି ଜଣଙ୍କ ହେଲିକପ୍ଟରୁ ଖସି ସିଧା ଘାଇରେ ପଡିଲେ ଦେଖନ୍ତୁ : ଭୟଙ୍କର ଭିଡିଓ

ଝାଡଖଣ୍ଡର ଦେଓଗଡରେ ରୋପୱେ ଦୁର୍ଘ-ଟଣାରେ ଏପର୍ଯ୍ୟନ୍ତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଆଉ ୭ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଏକ ହୃଦୟ ବିଦାରକ ଦୁର୍ଘ-ଟଣା ଘଟିଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଲେ।

ରୋପୱେ ଦୁର୍ଘ-ଟଣାର ଦୁଇ ଦିନ ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। କୁହାଯାଉଛି ଯେ କିଛି ଲୋକ ଏବେ ମଧ୍ୟ ରୋପୱେ ଟ୍ରଲିରେ ଫସି ରହିଛନ୍ତି, ଯେଉଁଥିପାଇଁ ବାୟୁସେନା ହେଲିକପ୍ଟର ଦ୍ଵାରା ସେମାନଙ୍କୁ ବଞ୍ଚାଇବା ପାଇଁ ନିୟୋଜିତ ହେଇଛନ୍ତି। ଏହି ସମୟରେ ଉଦ୍ଧାର କାର୍ଯ୍ୟ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଏଥି ମଧ୍ୟରୁ ଗୋଟିଏ ଅତ୍ୟନ୍ତ ଚକିତକାରୀ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ହେଲିକପ୍ଟର ପାଖରେ ପହଞ୍ଚିବା ମାତ୍ରେ ସିଧା ଖାଲରେ ପଡ଼ିଯାଇ ମରି-ଯାଏ। ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ଉଦ୍ଧାର ପଦ୍ଧତି ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।

ସୋମବାର ଦିନ ଏହି ଘଟଣା ଘଟିଛି। ଟ୍ୱିଟରରେ ଭାଇରାଲ ହୋଇଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ଜଣକ ଦଉଡି ସାହାଯ୍ୟରେ ହେଲିକପ୍ଟରରୁ ଝୁଲୁଛନ୍ତି। କିନ୍ତୁ କିଏ ଜାଣିଥିଲା ଯେ ପରବର୍ତ୍ତୀ ମୁହୂର୍ତ୍ତରେ ଏହିପରି କିଛି ଘଟିବାକୁ ଯାଉଛି। ଆପଣ ଦେଖିପାରିବେ ଯେ ବ୍ୟକ୍ତି ଜଣକ ହେଲିକପ୍ଟର ନିକଟରେ ପହଞ୍ଚିଛନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ହୃଦୟ ବିଦାରକ ଦୁର୍ଘ-ଟଣା ଘଟିଲା। ହେଲିକପ୍ଟରରେ ପ୍ରବେଶ କରିବା ପୂର୍ବରୁ ବ୍ୟକ୍ତିର ସୁରକ୍ଷା ବେଲ୍ଟ ଛିଡିଗଲା ଏବଂ ସେ ସିଧା ୯୦୦ ଫୁଟ ଖାଲରେ ପଡ଼ିଗଲେ। ଏହି ଦୁର୍ଘ-ଟଣାରେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମୃତକ ଜଣଙ୍କ ଡୁମକା ଜିଲ୍ଲାର କକନି ଗାଁର ବାସିନ୍ଦା ରାକେଶ ମଣ୍ଡଳ ବୋଲି ଜଣାପଡିଛି। ସେ ଶିକାରୀ ପଡା ରେ ଜଣେ ସେବକ ଭାବରେ କାର୍ଯ୍ୟ କରୁଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଉଦ୍ଧାର କାର୍ଯ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି। ଏହି ସମୟରେ ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବିମାନ ଉଡ଼ାଣ ସମୟରେ ତଳେ ପଡ଼ିଯାଇଛନ୍ତି। ଲୋକମାନେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

ରବିବାର ଦିନ ରାମ ନବମୀ ଅବସରରେ ଶତାଧିକ ଲୋକ ପୂଜାପାଠ କରିବା ପାଇଁ ଦେଓଗରର ତ୍ରିକୋଟ୍ ପାହାଡରେ ପହଞ୍ଚିଥିଲେ। ଏହି ସମୟରେ, ଓହ୍ଲାଇ ଆସୁଥିବା ରୋପୱେ ର ଏକ ଟ୍ରଲି ଧକ୍କା ଦେଇଥିଲା। ଯେତେବେଳେ ଏହି ଦୁର୍ଘ-ଟଣା ଘଟିଲା, ସେତେବେଳେ ଦୁଇଜଣ ଲୋକ ଟ୍ରଲିରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *