ମା ପରି କିଏ ହେବ! ନିଜ ବସା ଏବଂ ଛୁଆ ପାଇଁ ବୁଲଡୋଜର ସହ ମୁହାଁମୁହିଁ ହେଲା ମାଆ ଚଢେଇ….

ମା, ଦୁନିଆଁରେ ଏହି ଶବ୍ଦ ଠାରୁ ଆଉ କିଛି ବି ବଡ଼ ଶବ୍ଦ ନାହିଁ । କାହିଁକିନା ଆମକୁ ବିପଦ ସମୟରୁ ଯିଏ ରକ୍ଷା କରିଥାଏ , ସେ ହେଉଛି ଆମ ମା । ନିଜ ଜୀବନକୁ ଖାତିର ନ କରି ଯିଏ ଅନ୍ୟ ସହ ଲଢ଼ିଯାଏ, ସେ ହେଉଛି ଆମ ମା । ନିଜେ ନ ଖାଇ ଭୋକିଲା ରହି ଆମକୁ ଯିଏ ଖାଇବାକୁ ଦିଏ , ସେ ହେଉଛି ଆମ ମା । ତେବେ ମା ବିଷୟରେ ଯେତେ କହିଲେ ବି ଶେଷ ହେବ ନାହିଁ । କାହିଁକି ନା ମା ଅବର୍ଣ୍ଣନୀୟ , ମା ଅତୁଳନୀୟ । ତାକୁ ଆଉ କାହା ସହ ମଧ୍ୟ ତୁଳନା କରାଯାଇପାରିବ ନାହିଁ । ତେବେ ଏହି ଅବର୍ଣ୍ଣନୀୟ ଏକ ଚଢେଇ ମା ର ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଅଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପୂର୍ଣ୍ଣ ହୋଇଯିବେ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ସୂଚନା ଅନୁଯାୟୀ , ଗୋଟିଏ ସ୍ଥାନରେ ବୁଲଡୋଜର ଗୋଟିଏ ଚଢେଇ ଆଡ଼କୁ ମାଡି ଆସୁଥିଲା । ଆଉ ସେଠାରେ ଚଢେଇର ଅଣ୍ଡା ଗୁଡିକ ରହିଥିଲା । ତେବେ ନିଜ ଅଣ୍ଡାକୁ ରକ୍ଷା କରିବାପାଇଁ ଚଢେଇ ବାରମ୍ବାର ଜୋରସୋରରେ ପାଟି କରୁଥିଲା । ଆଉ ସତେ ଯେପରି ଲାଗୁଥିଲା କି , ସେ ବୁଲଡୋଜରକୁ ଅଟକାଇବା ପାଇଁ ଚେଷ୍ଟା କରୁଛି । ଆଉ ପାଟି କରି କହୁଛି ମୋ ଛୁଆର କିଛି ହେବ ନାହିଁ , ମୋ ଛୁଆ ପାଇଁ ମୁଁ ଅଛି । ବୀରଯୋଦ୍ଧା ଭଳି ବୁଲଡୋଜର ଆଗରେ ଡେଣା ମେଲାଇ ଛିଡା ହୋଇଗଲା ଏହି ମା ପକ୍ଷୀ । ନିଜ ପିଲା ପାଇଁ ମା ଯୋଦ୍ଧା ବି ସାଜିପାରେ । ନିଜ ପିଲା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦିଏନାହିଁ । ଏଭଳି ଜଣେ ମା ନିଜ ପିଲାଙ୍କ ପାଇଁ ଢାଲ ହୋଇ ବୁଲଡୋଜର ସହ ଲଢ଼ି ଚାଲିଛି ।

କୁହାଯାଏ ମା ନିଜ ପିଲାମାନଙ୍କ ଉପରେ ଟିକିଏ ବି ଧୂଳି ଲାଗିବାକୁ ଦିଏ ନାହିଁ , ତେବେ ସେଠାରେ ନିଜ ପିଲାମାନଙ୍କ ଉପରେ ବିପଦ ମାଡି ଆସିଲେ ସେ କିପରି ସହିବ । ସତରେ ମା କେବେ କାହାକୁ ଡରେ ନାହିଁ , ସେ ମଣିଷ ହେଉ କିମ୍ବା ପକ୍ଷୀ । ମା ତ ମା ହୋଇଥାଏ । ଦେଖନ୍ତୁ ଏହି ଅସହାୟ ପକ୍ଷୀର ବେଦନାକୁ । ତା ଭିତରେ କେତେ ଭୟ ଭରି ରହିଛି , ତଥାପି ସେ ସାମ୍ନା କରିଚାଲିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି , ଗୋଟିଏ ମା ପକ୍ଷୀ ନିଜ ଅଣ୍ଡା ଗୁଡିକୁ ରକ୍ଷା କରିବାପାଇଁ ବୁଲଡୋଜରକୁ ବି ସାମ୍ନା କରିବାକୁ ପଛାଉ ନାହିଁ । ଆପଣ ଦେଖିପାରିବେ କି ବୁଲଡୋଜର ଆଗକୁ ମାଡି ଆସୁଥିବା ବେଳେ ନିଜ ଅଣ୍ଡାକୁ ରକ୍ଷା କରିବାକୁ ମା ପକ୍ଷୀ କିପରି ପାଟି କରୁଛି ।

ତେବେ ଏହି ମା ପକ୍ଷୀ କେତେ ଅସହାୟ ଲାଗୁଛି , ଆଉ ସତେ ଯେପରି ଡ୍ରାଇଭରଙ୍କୁ କହିବାକୁ ଚାହୁଁଛି ଆଗକୁ ଆସ ନାହିଁ , ଏଠାରେ ମୋ ଅଣ୍ଡା ରହିଛି । ତେବେ ଏହି ଭିଡ଼ିଓକୁ ଜଣେ ଆଇଏଏସ ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଏହି ଭିଡିଓକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଆଉ ମା ପକ୍ଷୀକୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି । ଏହି ଭିଡ଼ିଓକୁ ଦେଖିଲା ପରେ ସମସ୍ତେ ନିଜ ମାଆଙ୍କର ଭଲପାଇବାକୁ ମନେ ପକାଉଛନ୍ତି ।

ସତରେ ମାର ହୃଦୟ କେତେ ବଡ଼ , ନିଜ ଛୁଆ ପାଇଁ ମାର ପ୍ରାଣ କାନ୍ଦୁଥାଏ । ମାର ନିଃସ୍ୱାର୍ଥପର ଭଲପାଇବା ଆଗରେ ସବୁ ଫିକା ପଡ଼ିଯାଏ । ତେବେ ଆଉ କିଛି ଲୋକ କହିଛନ୍ତି ଯେ , ଜାଣିଶୁଣି ବୁଲଡୋଜର ଡ୍ରାଇଭର ଗାଡିଟିକୁ ଚଢେଇ ଆଡ଼କୁ ଆଣୁଛି ଯେପରିକି ତାର ପ୍ରତିକ୍ରିୟାକୁ ରେକର୍ଡ କରାଯାଇପାରିବ ।

Leave a Reply

Your email address will not be published. Required fields are marked *