କାର ଶୋ ରୁମ୍ ରେ ଇଡି , ସମସ୍ତଙ୍କୁ କରିବ ଜେରା , ସାମ୍ନାକୁ ଆସିବେ ଅର୍ଚ୍ଚନାଙ୍କ ସହଯୋଗୀ

ଦିନକୁ ଦିନ ବଢ଼ିବାରେ ଲାଗିଛି ଆଉ ନୂଆ ନୂଆ କଥା ଆସିବାରେ ଲାଗିଛି । ଏବେ କିଛି ଦିନ ହେବ , ଅର୍ଚ୍ଚନା ନାଗଙ୍କ କଥା ଟିକିଏ ଥମି ଯାଇଛି ଆଉ ତାହାକୁ ନେଇ ବେଶୀ ଆଲୋଚନା ହେଉନାହିଁ । ସମସ୍ତେ ଚୁପ୍ ଚାପ ହୋଇ ଯାଇଛନ୍ତି । ଜେଲ ଭିତରେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ କଣ କରୁଛନ୍ତି ତାହା ବି ଜଣା ନାହିଁ । ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ମିଳୁ ନାହିଁ ଜାମିନ । ସେଥିପାଇଁ ସ୍ଵାମୀ ସ୍ତ୍ରୀ କେବେ ଖୋଲା ଆକାଶ ତଳେ ଉଡ଼ି ବୁଲିବେ , ସେ କଥା ସମୟ କହିବ ।

ଅନ୍ୟ ପକ୍ଷରେ ଅର୍ଚ୍ଚନା ନାଗ ମାମଲାରେ ଜଡିତ ରହିଥିବା ଅନେକ ନେତା , ରାଜନେତା , ଅଭିନେତାଙ୍କ ନାମକ ସାମ୍ନାକୁ ଆସି ପାରି ନାହିଁ । ମାତ୍ର କେଇ ଜଣଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଆଉ କିଛି ଜଣ ଲୁଚି ହୋଇ ରହି ଯାଇଛନ୍ତି । ସେମାନେ କେବେ ସାମ୍ନାକୁ ଆସିବେ ଆଉ ତାଙ୍କ ଅସଲ ମୁଁହ ଜଣା ପଡ଼ିବ , ସେଥିପାଇଁ ଲୋକ ମାନେ ଅନାଇ ବସିଛନ୍ତି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଚି ଏପରି କିଛି କଥା । ଇଡି ର ନଜର ଏବେ ବଡ ବଡ ଲୋକଙ୍କ ଉପରେ ରହିଛି । 

କାରଣ ଇଡି ଅନେକ ଖୋଳତାଡ କରିବା ପରେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ଆର୍ଥିକ କ୍ଷେତ୍ର ଉପରେ ତର୍ଜମା କରିଥିଲା । ତେବେ ଏହାପରେ ସେମାନଙ୍କର ଆର୍ଥିକ କାରବାର ସହିତ ଜଡ଼ିତ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ତେବେ ଇଡି ସୁତ୍ରରୁ ଜଣା ପଡ଼ିଛି କି , ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ନୋଟିସ କରାଯିବ , ଆଉ ସେମାନଙ୍କ ପାଖରୁ ସବୁ ସତ ବାହାର କରାଯିବ । ଏହାବ୍ୟତୀତ ଜଗବନ୍ଧୁଙ୍କ ଘନିଷ୍ଠ ବନ୍ଧୁ ଖଗେଶ୍ବର ଏବଂ ଶ୍ରଦ୍ଧାଞ୍ଜଳୀଙ୍କୁ ମଧ୍ୟ ଇଡି ନୋଟିସ କରିଛି ବୋଲି ଜଣା ପଡିଛି ।

ଅନ୍ୟ ପକ୍ଷରେ ଅର୍ଚ୍ଚନା ପାଖରେ ରହିଥିବା ଦାମୀ କାର ଏବଂ ବାଇକ୍ ଉପରେ ନଜର ରଖିଛି ଇଡି । ଏହି କାର ଆଉ ଗାଡ଼ି ନଗଦ ରେ କିଣା ଯାଇଥିବାରୁ ଇଡି ଯାଇ ଶୋ ରୁମରେ ପହଞ୍ଚି ଯାଇଛି । ସେହି ମାନଙ୍କୁ ମଧ୍ୟ ଇଡି ନୋଟିସ କରିପାରେ । ସେମାନେ ହୁଏତ ତଦନ୍ତରେ କିଛି ସହାୟତା କରିପାରିବେ । ତେବେ ଏହାବ୍ୟତୀତ ଅର୍ଚ୍ଚନା ପାଖକୁ ଆସୁଥିବା ଟଙ୍କାର ଗାଦିକୁ ଖୋଳତାଡ କରିବ ଇଡି । ସେହି ବଡ ବଡ଼ିଆଙ୍କୁ ଧରିବ ଇଡି । ଆଉ ସେମାନଙ୍କ ଠାରୁ ଗୋଟି ଗୋଟି କରି ସବୁ ସତ ଆଦାୟ କରିବ ଇଡି ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *