କାର ଧରି ବୁଲୁଛନ୍ତି କିନ୍ତୁ ଟଙ୍କା ଦେଉ ନାହାଁନ୍ତି କର୍ମଚାରୀଙ୍କୁ

ସମସ୍ତେ ପଇସା ପାଇଁ କାମ କରିଥାନ୍ତି । ପଇସା ପାଇଲା ପରେ ସେମାନେ ସେଥିରେ ନିଜର ଭରଣପୋଷଣ କରିଥାନ୍ତି । ସେଥିପାଇଁ ଅନ୍ୟ ପାଖରେ ଯାଇ ସମସ୍ତେ କାମ କରିଥାନ୍ତି । କିନ୍ତୁ ଯେତେବେଳେ ସେହି ମଣିଷକୁ ଟଙ୍କା ନ ମିଳେ ତେବେ କେତେ ଯେ , କଷ୍ଟ ହୋଇଥାଏ , ଏ କଥା କେବଳ ସେହି ଲୋକମାନେ ଜାଣିପାରିବେ । ତେବେ ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ।

ମାଲିକଙ୍କ ବିରୁଦ୍ଧରେ ସହିଦନଗର ଥାନାରେ ଅଭିଯୋଗ ଦେଇଛନ୍ତି ଦୁଇ ଜଣ କର୍ମଚାରୀ । ଦୁଇ ଜଣ କର୍ମଚାରୀଙ୍କୁ ଦୁଇ ମାସ ହୋଇଗଲାଣି ତଥାପି ମାଲିକ ଟଙ୍କା ଏପର୍ଯ୍ୟନ୍ତ ଦେଇ ନାହାଁନ୍ତି । ପ୍ରଥମତଃ ଦୁଇ ମାସ ହେଲାଣି ସେମାନେ ଚାକିରୀ ଛାଡି ଦେଇଛନ୍ତି । ଚାକିରୀ ଛାଡିବା ପୂର୍ବରୁ ମାଲିକ କହିଥିଲେ କି , କିଛି ଦିନ ପରେ ଟଙ୍କା ଦିଆଯିବ ।

କିନ୍ତୁ କିଛି ଦିନ କଣ ଗୋଟିଏ ମାସ ବିତିଯିବା ପରେ ବି ଟଙ୍କା କର୍ମଚାରୀ ମାନଙ୍କୁ ସେହି ସେଲୁନର ମାଲିକ ଦେଲେ ନାହିଁ । ଏବେ ଦୁଇ ମାସ ବିତି ଗଲାଣି । ବର୍ତ୍ତମାନ ମହିଳା ଜଣକ କହିଛନ୍ତି କି , ଦୁଇ ମାସ ବିତି ଗଲାଣି ତାଙ୍କର ୧୮ ହଜାର ଟଙ୍କା ମାଲିକ ଦେଇ ନାହାଁନ୍ତି । କିନ୍ତୁ ନିଜେ କାର ଧରି ବୁଲୁଛନ୍ତି । ଯେତେବେଳେ ମାଗିଲେ ଟଙ୍କା ନାହିଁ କହୁଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ପାଖରେ ଯାଇ ୨୪ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ସେ କାହାକୁ ଖାତିର କରୁ ନାହାଁନ୍ତି ଆଉ କହୁଛନ୍ତି ଯାହା କରିବାର ଅଛି କର , ସେ ଆସିପାରିବେ ନାହିଁ । ଏଭଳି ପରିସ୍ଥିତିରେ ମହିଳା ଜଣକ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ମହିଳା ଜଣକ ନିଜ ଟଙ୍କା ଫେରି ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *