ବ୍ୟୋମକେଶ ତ୍ରିପାଠୀ ଝାଡ଼ିଦେଲେ କହିଲେ ଧାରଣାରେ ସ୍ତ୍ରୀ ବସିବା ପାଇଁ ଏଇ ମାନେ ହିଁ ଦାୟୀ

ଗଞ୍ଜାମରୁ ଗୋଟିଏ ପରେ ଦୃଶ୍ୟ ସାମ୍ନାକୁ ଆସୁଛି କିଛି ମାସ ତଳେ ତପସ୍ୱିନୀ ଆଉ ତା ପରେ କେ ଦୀପିକା ଏବେ ଆଉ ଜଣେ ମହିଳା। ଏଥର କିନ୍ତୁ ଘଟଣା ଟିକିଏ ଭିନ୍ନ ମୋଡ଼ ନେଇଛି ମହିଳା ଜଣଙ୍କ ଶାଶୂଘର ଆଗରେ ଧାରଣାରେ ବସିଥିବା ବେଳେ ଲୋକ ଲଜ୍ୟାକୁ ସହି ନପାରି ଶାଶୁ ଆତ୍ମ-ହତ୍ୟା କରିଛନ୍ତି। ଆଉ ଏ ଘଟଣା ସାରା ଗଂଜାମ ଜିଲ୍ଲାରେ ବେଶ ଚର୍ଚ୍ଚାରେ ଥିବା ବେଳେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ୟୋମକେଶ ତ୍ରିପାଠୀ। କାହିଁକି ମହିଳା ଧାରଣାରେ ବସୁଛନ୍ତି ଓ ଏଥିପାଇଁ ଦାୟୀ କିଏ ସେ ସିଧାସଳଖ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ତାଙ୍କ କହିବା ଅନୁଯାୟୀ କୌଣସି ଆବଶ୍ୟକତା ନାହିଁ ଝିଅଟିଏ ବା ସ୍ତ୍ରୀ ଟିଏ ସ୍ୱାମୀର ଘର ଆଗରେ ଧାରଣାରେ ବସିବା। ଯେଉଁମାନେ ନ୍ୟାୟ ପାଇଁ ଧାରଣାରେ ବସୁଛନ୍ତି ସେମାନେ ଆଇନର ଆଶ୍ରୟ ନେଉ ନାହାଁନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହିତ କହିଛନ୍ତି କି ଏହା ଏକ ନାଟକ ମାତ୍ର। ଯେଉଁଠି ଜଣେ ମହିଳା ପୋଲିସରେ ଅଭିଯୋଗ କଲେ ପୋଲିସ ତାଙ୍କୁ ଶାଶୂଘରେ ଛାଡିକି ଯିବ ସେହି ଜାଗାରେ ମହିଳା ମାନେ ଏକ ପ୍ରହସନ କରି ଧାରଣାରେ ବସୁଛନ୍ତି ଆଉ ଏଥିପାଇଁ ଦାୟୀ ହେଉଛନ୍ତି ଶସ୍ତା ସମାଜସେବୀ ଓ ଶସ୍ତା ଗଣମାଧ୍ୟମ।

ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିବା ବେଳେ ପରୋକ୍ଷରେ କହିଛନ୍ତି କି ସ୍ତ୍ରୀ ଟିଏ ସ୍ୱାମୀର ମନ ବୁଝେନି ଯେଉଁଥି ପାଇଁ ପରକ୍ରିୟା ପ୍ରୀତି ଦିନକୁ ଦିନ ବଢି ଚାଲିଛି। ସ୍ତ୍ରୀ ଦେଖେନି ସ୍ୱାମୀ ପେଟର ଭୋକ କେବଳ ସ୍ତ୍ରୀ ଚାହେଁ ସ୍ୱାମୀର ନୋଟ ତେଣୁ ସମାଜରେ ଧୀରେ ଧୀରେ ପରକ୍ରିୟା ପ୍ରୀତି ବୃଦ୍ଧି ପାଉଛି ଆଉ ଯାହା ଫଳରେ ପରେ ସ୍ବାମୀ ମାନେ ହାତରୁ ଖସିଯିବା ପରେ ମହିଳା ମାନେ ଆଇନର ଆଶ୍ରୟ ନେବା ପରିବର୍ତ୍ତେ ସ୍ୱାମୀ ଘର ଆଗରେ ଧାରଣା ଦେଉଛନ୍ତି ଶସ୍ତା ମିଡିଆ ମାନେ ସେମାନଙ୍କ ପଛରେ ପଡି କିଛି ଭିୟୁଜ ପାଇଁ ସେମାନଙ୍କୁ ହାଇଲାଇଟ କରୁଥିବା ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।

ଯେଉଁ ସ୍ତ୍ରୀ ମାନେ ଧାରଣାରେ ବସୁଛନ୍ତି ସେମାନେ ଶାଶୂଘରୁ ତଡା ଖାଇ ବାପାଙ୍କ ଘରକୁ ଯାଉଛନ୍ତି ଓ ବାପ ଘର ଲୋକେ ଯେତେବେଳେ ତଡି ଦେଉଛନ୍ତି ସେତେବେଳେ ଆସି ସ୍ୱାମୀ ଘର ଆଗରେ ଧାରଣାରେ ବସୁଛନ୍ତି। ପୁରୁଷଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ବ୍ୟୋମକେଶ ତ୍ରିପାଠୀ ଆହୁରି କହିଛନ୍ତି କି ଗୋଟେ ବାପା ମା ଛୁଆଟିକୁ ଛୋଟରୁ ବଡ଼ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି ମାତ୍ର ଯେତେବେଳେ ସ୍ତ୍ରୀ ଆସେ ସେତେବେଳେ ସ୍ତ୍ରୀ ଚାହେଁ କି ସେ ସ୍ୱାମୀକୁ ହାତ ମୁଠାରେ ରଖି ତା ନିଜ ବାପା ମାଙ୍କୁ ପଚାରିବ ହେଲେ ସ୍ୱାମୀର ବାପା ମାଙ୍କୁ ନୁହେଁ ସେତେବେଳେ ପରିବାରରେ ଅନେକ ସମୟରେ ବିବାଦ ଉଠେ ଯାହା ଉଠିବା ବି ସ୍ୱାଭାବିକ କଥା।

ତେବେ ବର୍ତ୍ତମାନ ସମୟରେ ଯେଉଁ ଧାରଣା ଏକ ପ୍ରହସନ ପାଲଟି ଯାଇଛି ସେଥିପାଇଁ ଗଣମାଧ୍ୟମ କିଛି ସମାଜ ସେବୀ ଓ ପୋଲିସ ପ୍ରଶାସନ ଦାୟୀ ସମାଜସେବୀଙ୍କ ସହଯୋଗ ଓ ମିଡ଼ିଆର ସହଯୋଗ ପାଇଁ ମହିଳା ମାନେ ଆଇନ ବଦଳରେ ଧାରଣା ଦେଉଛନ୍ତି ଯାହା ଫଳରେ ଗୋଟେ ପରିବାର ଲୋକ ଲଜ୍ୟାରେ ଏଭଳି କାଣ୍ଡ ଭିଆଉଛନ୍ତି ଲୋକ ଲଜ୍ୟା ସହି ନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଆପଣେଇ ନେଉଛନ୍ତି।

Leave a Reply

Your email address will not be published. Required fields are marked *