ପତ୍ନୀ ତଣ୍ଟି ଚିପି ଅତି ନିର୍ମମ ଭାବେ ହ-ତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ୱାମୀ।

ରାଜଧାନୀରେ କମୁନି ଅପ-ରାଧ। ପ୍ରତ୍ୟକ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କେଉଁଠି ପତି ପତ୍ନୀଙ୍କୁ ହ-ତ୍ୟା କରୁଛି ତ ଆଉ କେଉଁଠି ପତି ପତ୍ନୀ ଆତ୍ମହତ୍ୟା କରୁଛନ୍ତି। କେଉଁଠି ଅପରାଧୀ ଅପରାଧ ଘଟାଇ ଚାଲିଯାଉଛି ଆଉ କେଉଁଠି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଅପରାଧ ହେଉଛି ତେବେ ସବୁ ଭିତରେ ରାଜ୍ୟ ରାଜଧାନୀରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଛାତିକୁ ଥରାଇ ଦେଉଛି।

ରାଜ୍ୟ ରାଜଧାନୀ ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳରେ ରହୁଥିବା ଶୁଭଶ୍ରୀ ମହାପାତ୍ରଙ୍କୁ କେହି ଜଣେ ହତ୍ୟା କରି ଚାଲିଯାଇଥିବା ଶୁଭଶ୍ରୀଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସ୍ତ୍ରୀ ଘରେ ଥିବା ବେଳେ କେହି ତାଙ୍କ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ କିଏ ଓ କାହିଁକି ଏପରି ବର୍ବର କାଣ୍ଡ ଘଟାଇଲେ ତାକୁ ନେଇ ଚାରି ଆଡ଼େ ବେଶ ଚର୍ଚ୍ଚା ଲାଗି ରହିଛି।

ରାଜଧାନୀରେ ଏପରି ଘଟଣା ଯଦିଓ କିଛି ନୂଆ କଥା ନୁହେଁ ତେବେ ବାରମ୍ବାର ଅପରାଧ ଘଟୁଥିବା ବେଳେ ଅପରାଧୀ ଅପରାଧ ଘଟାଉଥିବା ବେଳେ ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ ବୋଲି ଲୋକେ କହୁଛନ୍ତି। ଅପରାଧ ଏତେ ମାତ୍ରାରେ ବଢି ଚାଲିଛି କି ଜଣେ ବ୍ୟକ୍ତି ବର୍ତ୍ତମାନ ସମୟରେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହନ୍ତି।

ଘର ଭିତରେ ଯଦି କେହି ଧସେଇ ପଶି ଏପରି କାଣ୍ଡ ଭିଆଇ ଚାଲିଯାଇ ପାରନ୍ତି ତେବେ ରାଜଧାନୀରେ ବସବାସ କରୁଥିବା ସ୍ଥାନୀୟ ଲୋକେ କିପରି ଜୀବନ କାଟିବେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଗୋଟେ ପଟେ ଏହି ଘଟଣାକୁ ନେଇ ସାରା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଅନ୍ୟପକ୍ଷରେ କିଏ କେଉଁଥି ପାଇଁ ଓ କାହିଁକି ଏପରି ହତ୍ୟା-କାଣ୍ଡ ଭିଆଇଲେ ତାହା ଏବେ ବି ସନ୍ଧେହ ଘରରେ।

ସେପଟେ ସ୍ୱାମୀଙ୍କ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘରକୁ ସିଲ କରିଥିବା ବେଳେ ସାଇନ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟା ସତ ସାମ୍ନାକୁ ଆସିବ ବୋଲି କୁହାଯାଉଥିବା ବେଳେ ସ୍ୱାମୀ ସ୍ତ୍ରୀର ହତ୍ୟାକୁ ନେଇ ଭାଙ୍ଗି ପଡିଛନ୍ତି। କାହିଁକି ତାଙ୍କ ପରିବାର ସହ କିଏ ଏପରି କଲେ ବୋଲି ପ୍ରଶ୍ନ କରିଛନ୍ତି ତେବେ ଏହା ପୂର୍ବ ଶତ୍ରୁତାରୁ ହୋଇଛି ନା କୌଣସି ଅନ୍ୟ କାରଣକୁ ନେଇ ହୋଇଛି ପୋଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି।

ତେବେ ତଦନ୍ତ ପରେ ଘଟଣା ଉପରୁ ରହସ୍ୟତ ନିହାତି ଉଠିବ। ହେଲେ ଆଉ ଗୋଟିଏ କେବେ ହେଲେ ଫେରି ଆସିବ ନାହିଁ। ରାଜଧାନୀ ଯେଉଁଠି ପୋଲିସ ଦିନ ରାତି ପଇଁତରା ମାରୁଛନ୍ତି ଯେଉଁଠି ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି ସେହିଭଳି ସ୍ତନରେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ରାଜଧାନୀ ବାସୀଙ୍କ ଚିନ୍ତାର କାରଣ ପାଲଟିଛି।

ଆଉ ଏନେଇ ସ୍ଥାନିୟ ଲୋକେ କହୁଛନ୍ତି ଯଦି ଏହାକୁ ପୋଲିସ ରୋକିବାରେ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରନ୍ତି ତେବେ ଆଜି ସୁଭଶ୍ରୀଙ୍କର ଯେଉଁ ଅବସ୍ଥା ଘଟିଯାଇଛି ହୁଏତ କାଲିକୁ ତାହା ଅନ୍ୟ କାହା ସାଥିରେ ନଘଟିବ ତାକୁ କିଏ କହିବ । ତେବେ ଯାହାବି କିଛି ପୋଲିସର ତଦନ୍ତ ପରେ ହିଁ ସତ୍ୟା ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *