୫୦ ବର୍ଷ ବୟସ୍କ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡିଲେ ୨୨ ବର୍ଷର ଝିଅ,ଏମିତି ହେଲା ଦୁହିଁଙ୍କ ବିବାହ।

ଜଣେ ୨୨ ବର୍ଷର ଝିଅ ୫୦ ବର୍ଷ ବୟସ୍କା ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡିଗଲେ। ବ୍ୟକ୍ତି ଜଣଙ୍କ ଜଣେ ଇଲେକ୍ଟ୍ରିସିଆନ୍ ।ସେ ବିଦ୍ୟୁତ ମରାମତି ପାଇଁ ଝିଅଙ୍କ ଘରକୁ ଯାଆନ୍ତି। ଘରକୁ ଯିବା ଆସିବା ଭିତରେ ପ୍ରଥମେ ଝିଅଟି ତାଙ୍କୁ ଭଲ ପାଇ ବସିଲା। ତା’ପରେ ଉଭୟ ପରସ୍ପରକୁ ଦେଖି ହସିଲେ ଏବଂ କିଛି ଦିନ ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ଝିଅକୁ ଭଲ ପାଇ ବସିଲେ। ବ୍ୟକ୍ତି ଜଣଙ୍କ ଝିଅଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଝିଅ ମଧ୍ୟ ବିବାହ ପାଇଁ ରାଜି ହେଇଗଲେ ଏବଂ ପରେ ସେମାନେ ବିବାହ କଲେ।

ଝିଅଙ୍କ ନାମ ସାଇମା, ଯିଏ ପାକିସ୍ତାନର ଲାହୋର ରେ ରୁହନ୍ତି। ସାଇମା ତାଙ୍କ ଠାରୁ ୨୮ ବର୍ଷ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ।

ସାଇମା କହିଛନ୍ତି ଯେ ଘରେ କିଛି ବିଦ୍ୟୁତ ଜିନିଷ ଖରାପ ଥିଲା ସେଗୁଡିକୁ ଠିକ୍ କରିବା ପାଇଁ ଇଲେକ୍ଟ୍ରିସିଆନ୍ ମନସୂର୍ ଙ୍କୁ ଡକାଯାଇଥିଲା। ଯେତେବେଳେ ମୋତେ ଘରେ ଦେଖିଲେ, ସେ ହସିଲେ, ମୁଁ ମଧ୍ୟ ତାଙ୍କୁ ଦେଖି ହସିଲି। ଏହା ପରେ ସେ ଅନେକ ଥର ମରାମତି ପାଇଁ ଘରକୁ ଆସି କଥା ବାର୍ତ୍ତା ଜାରି ରଖନ୍ତି।

ମନସୂର୍ କହିଛନ୍ତି ମୁଁ ସାଇମାଙ୍କୁ ସିଧାସଳଖ କହିଥିଲି ଯେ ସେ ମୋତେ ପସନ୍ଦ କରନ୍ତି। ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି ଏହା ଶୁଣିବା ପରେ ସାଇମା ଏକ ଅଜିବ ପ୍ରତିକ୍ରିୟା ଦେଇଥିଲେ।

ସାଇମା କହିଛନ୍ତି ଯେ ମନସୂର୍ ମତେ ଲଭ୍ ୟୁ ଭାବରେ ପ୍ରସ୍ତାବ ଦେଇଥିଲେ। ଏହାର ଉତ୍ତରରେ, ମୁଁ ମଧ୍ୟ କହିଲି ମୁଁ ତୁମକୁ ବହୁତ ଭଲ ପାଏ।

ସେମାନଙ୍କର ପ୍ରେମ କାହାଣୀ ମଧ୍ୟ ଏତେ ସରଳ ନୁହେଁ। ସାଇମାଙ୍କ ଅନୁଯାୟୀ, ଯେତେବେଳେ ସେ ମନସୂର୍ ଙ୍କୁ ବିବାହ କରିବା ବିଷୟରେ ତାଙ୍କ ମାଙ୍କୁ କହିଲେ, ସେତେବେଳେ ତାଙ୍କ ମା ତାଙ୍କୁ ବହୁତ ଗାଳି ଦେଲେ। ଘରଲୋକ ସାଇମାଙ୍କୁ ତାଗିଦ କରିଥିଲେ। ଯେତେବେଳେ ମାନସଙ୍କ ମା ଏବଂ ଭଉଣୀ ସାଇମାଙ୍କ ଘରକୁ ଆସିଲେ ସେତେବେଳେ ବହୁତ୍ ଝଗଡା ହେଇଥିଲା।

ମନସୂରଙ୍କୁ ତାଙ୍କ ସାଙ୍ଗମାନେ କହିଛନ୍ତି ଯେ ସେ ସାଇମାଙ୍କୁ ବିବାହ କରିବା ଉଚିତ ନୁହେଁ, କାରଣ ସେ ବହୁତ ଛୋଟ।ଅନେକ ଲୋକ ମନସୂରଙ୍କୁ ବହୁ କଥା କହିଥିଲେ। କିନ୍ତୁ ଦମ୍ପତି ପରସ୍ପର ସହ ରହିବାକୁ ନିଷ୍ପତ୍ତି ନେଇ ସାରିଥିଲେ। ସେ ସବୁବେଳେ ବିବାହ କରିବାକୁ ଚାହୁଁଥିଲେ ଏବଂ ପରେ ସେ କାହା କଥା ନଶୁଣି ବିବାହ କଲେ। ସାଇମା କହିଛନ୍ତି ଯେ ବିବାହ ପରେ ତାଙ୍କ ଜୀବନ ବହୁତ ଭଲରେ ଚାଲିଛି।

ମନସୂର୍ ସାଇମାଙ୍କ ପାଇଁ ‘ତୁମ୍ସେ ମିଲ କେ ଏସା ଲଗା …’ ଗୀତ ମଧ୍ୟ ଗାଇଥିଲେ। ମନସୂର୍ କହିଛନ୍ତି ଯେ ସାଇମାଙ୍କୁ ବିବାହ କରିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଛି।

Leave a Reply

Your email address will not be published. Required fields are marked *