ମାତ୍ର ୧୫୦୦ ଟଙ୍କା ଜମାରେ ପୋଷ୍ଟ ଅଫିସ ଦେବ ୩୧ ଲକ୍ଷ ଟଙ୍କା । ଜାଣି ନିଅନ୍ତୁ ପୁରା ସ୍କିମ ।

ଆଜିକାର ଲେଖାରେ ଆମେ ଡାକଘରର ଏକ ସ୍ୱତନ୍ତ୍ର ଯୋଜନା ବିଷୟରେ କହିବାକୁ ଯାଉଛୁ । ଆଜିକାଲି ପ୍ରାୟ ଲୋକ କୌଣସି ସୁରକ୍ଷିତ ସ୍କିମରେ ଟଙ୍କା ବିନିଯୋଗ କରିବାକୁ ସବୁବେଳେ ଆଗଭର ରହନ୍ତି । ଯାହାଦ୍ୱାରା ଟଙ୍କା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ କୌଣସି ରିସ୍କ ନରହିବା ସହିତ ଭଲ ରିଟର୍ଣ୍ଣ ମଧ୍ୟ ମିଳି ପାରିବ । ଆଉ ଏଥିପାଇଁ ଲୋକେ ନାନା ପ୍ରକାରର ସ୍କିମ ମଧ୍ୟ ଆପଣେଇଥାନ୍ତି । ଯଦି ଆପଣବି ବିନିଯୋଗ ପାଇଁ ଏକ ସୁରକ୍ଷିତ ସ୍କିମ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜିକାର ଆମର ଏହି ଲେଖାକୁ ନିଶ୍ଚୟ ପଢ଼ନ୍ତୁ । ଯାହାଦ୍ୱାରା ଆପଣ ଡାକଘରର ଏକ ଜବରଦସ୍ତ ସ୍କିମ ବିଷୟରେ ବେଶ ଭଲ ଭାବରେ ଜାଣି ପାରିବେ ।

ବର୍ତ୍ତମାନ ପ୍ରାୟତଃ ଡାକଘରେ ବିନିଯୋଗ ହେଉଥିବା ସବୁ ସ୍କିମ କମ ବିପଦ ସହିତ ଅଧିକ ଏବଂ ଭଲ ରିଟର୍ଣ୍ଣ ଦେଇଥାଏ । ଏଥିରେ ଆପଣ ସ୍ୱଳ୍ପ ପରିମାଣର ନିବେଶ ସହିତ ବଡ଼ ଆକାରର ଟଙ୍କା ରିଟର୍ଣ୍ଣ ପାଇ ପାରିବେ । ବର୍ତ୍ତମାନ ପୋଷ୍ଟ ଅଫିସ ଏହିଭଳି ଏକ ସ୍କିମ ଆରମ୍ଭ କରିଛି । ସେହି ଯୋଜନା ହେଉଛି ଗ୍ରାମ ସୁରକ୍ଷା ଯୋଜନା । ଏହି ଯୋଜନାରେ ନିବେଶର ପରିମାଣ ଏତେ କମ ଯେ ଗାଁରେ ରହୁଥିବା ଜଣେ କୃଷକ ମଧ୍ୟ ଏହାର ଭଲ ଫାଇଦା ଉଠାଇ ପାରିବେ ।

ଗ୍ରାମ କୃଷକ ମାନଙ୍କ ଉଦ୍ଦେଶ୍ୟରେ କାମ ଆରମ୍ଭ କରିଥିବା ଇଣ୍ଡିଆ ପୋଷ୍ଟ ବର୍ତ୍ତମାନ ଗ୍ରାମୀଣ କାର୍ଯ୍ୟାକ୍ରମର ଏକ ଅଂଶ ଭାବରେ ଗ୍ରାମ ସୁରକ୍ଷା ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅଧୀନରେ ଯେଉଁ ନିବେଶକ ମାନେ ମାସକୁ ୧୫୦୦ ଟଙ୍କା ଜମା କରିବେ ସେମାନେ ୩୧ ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇ ପାରିବେ ।

ଆଉ ଏଥିପାଇଁ ବୟସ ସୀମା ରହିଛି ୧୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଥିବା କୌଣସି ବୟସର ବ୍ୟକ୍ତି । ସ୍କିମରେ ସର୍ବନିମ୍ନ ଜମା ରାଶି ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଯୋଜନାରେ ପ୍ରିମୀୟମ ମାସିକ , ତ୍ରୟୋମାସିକ , ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ପ୍ରଦାନ କରାଯାଇ ପାରିବ । ଆଉ ସବୁଠାରୁ ବଡ଼ କଥା ହେଲା ଯେ ଏହି ଯୋଜନାରେ ଋଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଗ୍ରାହକ ତିନି ବର୍ଷ ପରେ ମଧ୍ୟ ପଲିସିକୁ ବନ୍ଦ କରି ପାରିବେ ।

ଯଦି କେହି ୧୯ ବର୍ଷରୁ ଏହି ସ୍କିମରେ ବିନିଯୋଗ ଆରମ୍ଭ କରନ୍ତି ତେବେ ତାଙ୍କର ମୋଟ ପୁଞ୍ଜି ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଏ । ଯଦି ବ୍ୟକ୍ତି ୫୫ ବର୍ଷରେ ପରିପକ୍ୱତା ଗ୍ରହଣ କରନ୍ତି ତେବେ ମାସିକ ପ୍ରିମୀୟମ ୧୫୧୫ ଟଙ୍କା ବ୍ୟୟ ଜମା କରିବେ । ୫୮ ବର୍ଷ ପାଇଁ ୧୪୬୪ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ଜମା କରିବାକୁ ପଡ଼ିବ । ରିଟର୍ଣ୍ଣ ଦେଖିଲେ ୫୫ ବର୍ଷ ପାଇଁ ୩୧ ଲକ୍ଷ ୬୦ ହଜାର ଏବଂ ୫୮ ବର୍ଷ ପାଇଁ ୩୩ ଲକ୍ଷ ୪୦ ହଜାର ଏବଂ ୬୦ ବର୍ଷ ପାଇଁ ୩୪ ଲକ୍ଷ ୬୦ ହଜାର ଟଙ୍କା ରିଟର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *