ଓଲିଉଡ଼ରେ କେହିବି ବର୍ଷାଙ୍କୁ ଡାକନ୍ତିନି ହନୀ । କେବଳ ଅନୁଭବ ମୋହାନ୍ତି ହିଁ ଡାକନ୍ତି । ଏମିତି କିଛି କହିଲେ ନିର୍ଦେଶକ ।

ସାରା ଓଡ଼ିଶାର ଲୋକ ବର୍ଷା ଏବଂ ଅନୁଭବଙ୍କ ବିବାଦ ବିଷୟରେ ଜାଣିଥିବେ ଏବଂ ଏହା ମଧ୍ୟ ଜାଣିଥିବେ ଯେ ଉଭୟଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇ ସାରିଛି । ଯାହାକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଫ୍ୟାନ୍ସ ଅନୁଭବଙ୍କ ପକ୍ଷରେ ଥିବାବେଳେ କିଛି ବର୍ଷାଙ୍କ ସପକ୍ଷରେ ଥାଆନ୍ତି । କିନ୍ତୁ ଆଜି ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ ।

ଯେଉଁଠି ସୋସିଆଲ ମିଡିଆରେ ଲୋକଙ୍କ କମେଣ୍ଟରେ କେବଳ ବର୍ଷା ଏବଂ ଅନୁଭବ ରହିଛନ୍ତି । ଲୋକେ ଏହା ମଧ୍ୟ କହୁଛନ୍ତି କେ ବର୍ଷା ଏବଂ ଅନୁଭବ ଦୁହେଁ ପୁଣିଥରେ ମିଶିଯିବା ଉଚିତ ଥିଲା । ତେବେ କହିରଖିବୁ ଯେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ନିର୍ଦେଶକଙ୍କୁ ଯେତେବେଳେ ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ଉପରେ ପଚରା ଯାଇଥିଲା ସେ ହିଁ ଉଭୟଙ୍କ ବିଷୟରେ ସଠିକ ମତ ଦେଇଛନ୍ତି ।

o

ଯାହାକୁ ଲୋକେ ମଧ୍ୟ ପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ ” ନେଇଯାରେ ମେଘ ମୋତେ ” ଫିଲ୍ମ ରୁ ହିଁ ଉଭୟଙ୍କ ଲୋଭ୍ କ୍ୟାମେଷ୍ଟ୍ରି ଆରମ୍ଭ ହୋଇ ଯାଇଥିଲା । ଉଭୟେ ପରସ୍ପରକୁ ଖୁବ ଭଲ ପାଉଥିଲେ । ସେ କହିଛନ୍ତି ଯେ ବର୍ଷାଙ୍କୁ ଓଲିଉଡ଼ରେ କେହିବି ହନୀ ଡାକୁ ନଥିଲେ । କେବଳ ଅନୁଭବ ହିଁ ତାଙ୍କୁ ଡାକୁ ଥିଲେ । ଆଉ କେହିବି ଏହି ନାମରେ ଡାକିବାକୁ ସାହସ କରୁ ନଥିଲେ । ଆଉ ସେତେବେଳେ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କୁ ଦେଖିଲେ କେହିବି କହିବେ ଦୁହେଁ ଦୁହିଁଙ୍କ ପାଇଁ ବୋଲି । କିନ୍ତୁ ବର୍ତ୍ତମାନ ସବୁକିଛି ଶେଷ ହୋଇ ଯାଇଛି ଯାହାକୁ ଉଭୟେ ଉଭୟଙ୍କ ଇଗୋ ଏବଂ ସୋସିଆଲ ମିଡ଼ିଆ ଏବଂ ନାନା ଲୋକଙ୍କ ମତ କାରଣରୁ ହୋଇଛି ।

ତେବେ ନିର୍ଦେଶକ କହିଛନ୍ତି ଯେ ଏଥିରେ ଲୋକେ କହୁଛନ୍ତି ଅନୁଭବ ପୁଣି ଧୂମଧାମରେ ବିବାହ କରିବେ । ଯାହା ଅନୁଭବଙ୍କ ପକ୍ଷେ ଆଦୋୖ ସମ୍ଭବ ନୁହେଁ । କାରଣ ବିବାହ ବିଚ୍ଛେଦ ହୁଏତ ସତ କିନ୍ତୁ ଦୁନିଆରେ ଅନୁଭବ ଏବଂ ବର୍ଷା କେବଳ ଜଣେ ରହିବେ । ଅନୁଭବ ଏବଂ ବର୍ଷା ଦୁହେଁ ପରସ୍ପରକୁ ସତରେ ଭଲ ପାଉଥିଲେ । ଆଉ ଯେଉଁ ସବୁ କାରଣରୁ ନେଇ ବିବାଦ ବଜାୟ ରହିଲା ତାହା ମିଛ । ସେ କହିଛନ୍ତି ଯେ ବର୍ଷା ପିଲାଦିନୁ ନିଜ ବାପାଙ୍କୁ ହରାଇଛନ୍ତି ଏବଂ ବ୍ୟକ୍ତିଗତ ଭାବରେ ସେ ଖୁବ ଭଲ ଏବଂ ଅନୁଭବ ମଧ୍ୟ ଖୁବ ଭଲ । ଆଉ ଆଜି ପର୍ଯ୍ୟନ୍ତ ବି ଦୁହେଁ ମନରେ ଦୁହିଁଙ୍କୁ ଖୁବ ସମ୍ମାନ ଏବଂ ଭଲ ମଧ୍ୟ ପାଆନ୍ତି । ତେଣୁ ସେମାନଙ୍କୁ ଦ୍ୱିତୀୟ ବିବାହ କରିବା ସହଜ ହେବ ନାହିଁ । କେବଳ ଉଭୟଙ୍କ ଇଗୋ ପାଇଁ ହିଁ ଉଭୟେ ଅଲଗା ହୋଇ ଯାଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *