ଏଠାରେ ରଖିଦିଅନ୍ତୁ ଲାଲ ଲଙ୍କା ମିଳିବ ଶୁଭ ସୂଚନା , ଚାକିରୀରେ ମିଳିବ ଶୁଭ ସଙ୍କେତ , ବଦଳିବ ଆପଣଙ୍କ ଭାଗ୍ୟ

ସମସ୍ତଙ୍କ ଜୀବନରେ ଦୁଃଖ , ସୁଖ ଲାଗିରହିଛି ଆଉ ଏଗୁଡ଼ିକ ହିଁ ପ୍ରକୃତ ସତ୍ୟ ଅଟେ । ଏହା ବିନା ଆମେ ଆଗକୁ ବଢ଼ିପାରିବା ନାହିଁ । କେହି କେହି ଦୁଃଖ ଯୋଗୁଁ ଭାଙ୍ଗି ପଡିଥାନ୍ତି ଆଉ ନିଜ ଜୀବନ ଶେଷ କରିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏପରି ପରିସ୍ଥିତିରେ ଆମେ ଆଗକୁ କିପରି ବଢିବା ଆଉ ଜୀବନରେ କିପରି ସଫଳତା ହାସଲ କରିବା ଆସନ୍ତୁ ସେ ବିଷୟରେ ଜାଣି ନେବା ।

ତେବେ ଆଜି ଆମେ ଏପରି କିଛି ଜିନିଷ ବିଷୟରେ ଜାଣିବା , ଯାହା ବିଷୟରେ ଆଗରୁ କେବେ ଶୁଣି ନଥିବା । ତେବେ କହିରଖୁଛୁ ଯେ , ଆମେ ଖାଇବା ସମୟରେ ଲାଲ ଲଙ୍କା ତ ବ୍ୟବହାର କରୁଥିବା । ଏହା ହିଁ ଆମ ଜୀବନରେ ଆଗକୁ ବଢ଼ିବାରେ ଆମକୁ ଅତ୍ୟନ୍ତ ସାହାଯ୍ୟ କରିବ । ତେବେ କିପରି କରିବ , ଆସନ୍ତୁ ସେ ବି ଜାଣି ନେବା । ଲାଲ ଲଙ୍କା ଆମ ଖାଦ୍ୟର ସ୍ୱାଦକୁ ବଢାଇ ଦେଇଥାଏ ।

ତେବେ ଏହି ଲଙ୍କାର ବ୍ୟବହାର ଆମେ ଶତ୍ରୁ ଠାରୁ ମୁକ୍ତି ପାଇବା ଏବଂ ଆହୁରି ଅନେକ ଜିନିଷରେ ମଧ୍ୟ କରିପାରିବା । କିଛି ଲୋକ ନିଜର ହୋଇ ମଧ୍ୟ ଏପରି ବ୍ୟବହାର କରିଥାନ୍ତି କି , ସେମାନେ ଆମ ଶତ୍ରୁ ଅଟନ୍ତି । ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ କିଛି ଲଙ୍କା ନେଇ ଘର ଠାରୁ ଦୁରକୁ ଯାଇ ଶତ୍ରୁ ନାମ ଧରି ମାଟିରେ ପୋତି ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ଦୂରେଇ ଯିବେ । ଏପରି କରିବା ଦ୍ବାରା ମନେ ରଖନ୍ତୁ , ଆପଣଙ୍କୁ ଯେପରି କେହି ନ ଦେଖନ୍ତୁ ।

ଯଦି ଟଙ୍କା ପଇସାର ସମସ୍ୟା ଲାଗି ରହିଛି , ତେବେ ସାତୋଟି ଲାଲ ଲଙ୍କାକୁ ଗୋଟିଏ କପଡାରେ ବାନ୍ଧି ଦେଇ ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ , କେବେ ଟଙ୍କା ଖାଲି ହେବ ନାହିଁ । ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଶତ୍ରୁ ଆପଣଙ୍କ ପଛରେ କଥା ହେଉଛନ୍ତି , ତେବେ ଶନିବାର ରାତିରେ କିଛି ଲାଲ ଟଙ୍କା ଆଉ କିଛି ଲୁଣ ଏବଂ ସୋରିଷ ନେଇ ଗୋଟିଏ କପଡାରେ ବାନ୍ଧି ଦେଇ ଶତ୍ରୁ ନାମ ନେଇ ଫୋପାଡ଼ି ଦିଅନ୍ତୁ , ଶତ୍ରୁ ଦୁରେଇ ଯିବେ ।

ଯଦି ଜୀବନରେ କରଜ ସମସ୍ୟା ଦେଖା ଦେଉଛି , ତେବେ ଗୋଟିଏ ପାତ୍ରରେ ଲାଲ ଲଙ୍କା ପକାଇ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏପରି ଲଗାତାର ୨୧ ଦିନ କରନ୍ତୁ । ଏପରି କରିବା ଦ୍ବାରା ଧୀରେ ଧୀରେ କରଜ ସମସ୍ୟା ଦୂରେଇ ଯିବ । ଯଦି ଆପଣ କରି ପାରୁନାହାନ୍ତି , ତେବେ ଘରର କେହି ବି ଏହି କାମ କରିପାରିବେ । କାମ କାର୍ଯ୍ୟରେ ବାଧା ବିଘ୍ନ ଦୂର କରିବା ପାଇଁ ଗୋଟିଏ ପାତ୍ରରେ ଲାଲ ଲଙ୍କାର ୨୧ ଦାନା ନେଇ ଭସାଇ ଦିଅନ୍ତୁ ।

ଏପରି କରିବା ଦ୍ବାରା ସବୁ ବାଧା ବିଘ୍ନ ଦୂର ହୋଇଯିବ । ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିଲେ ମଧ୍ୟ ଲାଲ ଲଙ୍କା ନେଇ ଏବଂ ୭ଟି ଫିଟକିରି ଗୁଣ୍ଡ ନେଇ କପଡ଼ାରେ ବାନ୍ଧି ଘର ଠାରୁ ଦୂରରେ ଫୋପାଡ଼ି ଦିଅନ୍ତୁ , ଏହାଦ୍ବାରା ସମସ୍ତ ସମସ୍ୟା ଦୂରେଇ ଯିବ । ଛୋଟ ପିଲା ମାନଙ୍କୁ ନଜର ସମସ୍ୟା ଲାଗି ରହୁଥିଲେ , ସାତୋଟି ଲାଲ ଲଙ୍କା ନେଇ ପିଲାଙ୍କ ଉପରେ ବୁଲାଇ ନିଆଁରେ ପୋଡ଼ି ଦିଅନ୍ତୁ , ସବୁ ସମସ୍ୟା ଦୂରେଇ ଯିବ।

କାମ କାର୍ଯ୍ୟରେ ନଜର ଲାଗିଥିଲେ ମଧ୍ୟ ଆପଣ ଏହି ଉପାୟ ଗ୍ରହଣ କରିପାରିବେ । ଦୋକାନ ବାହାରେ ଆପଣ ଗୋଟିଏ କପଡାରେ ସାତୋଟି ଲଙ୍କା ଏବଂ ଲେମ୍ବୁ ନେଇ ବାନ୍ଧି ଦିଅନ୍ତୁ , ଏହାଦ୍ବାରା ସମସ୍ତ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ । ଏବଂ ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ହୋଇ ଚାଲିଯିବ । କାମ କାର୍ଯ୍ୟରେ ଆପଣ ଅଗ୍ରଗତି କରିବେ ।

Leave a Reply

Your email address will not be published. Required fields are marked *