ଇଣ୍ଟରଭିୟୁ ବେଳେ ମୋତେ ଗାଳି କରିଥିଲେ ଦାମ ବାବୁ

ଦାମ ବାବୁଙ୍କ ଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ, ବିରଳ ବ୍ୟକ୍ତିତ୍ଵ ମୁଁ କମ୍ ଦେଖିଛି ରାଜନୀତିରେ। ମୁଁ ତାଙ୍କୁ ଏଇ ଦୃଷ୍ଟିରେ ଦେଖେ ଯେ କଥା କହିବାର ସାହାସ। ଆପଣ ଦେଖନ୍ତୁ ଆଜିର ଦିନରେ ଆପଣ ଗୋଟେ ବାଇଟ୍ ଖୋଜିବା ପାଇଁ କୌଣସି ନେତାଙ୍କ ପାଖକୁ ଯାଉଛନ୍ତି ମେଣ୍ଟ କଥା ଆଲୋଚନା ହେଉଛି କେତେ ଜଣ ନେତା ଆପଣଙ୍କୁ ବାଇଟ୍ ଦେଉଛନ୍ତି ଆପଣମାନେ ଟିକେ ମୋତେ କୁହନ୍ତୁ। ଆପଣଙ୍କୁ ଆପଣଙ୍କ ବାଇଟ୍ ମିଳିବ ନାହିଁ ବର୍ତ୍ତମାନ ସମୟରେ। ଦାମବାବୁ ଆଜି ଯଦି ବଞ୍ଚି ଥାନ୍ତେ ଆଉ ଭଲ ଥାନ୍ତେ ଆପଣ ଯେତେ ପ୍ରଶ୍ନ ପଚାରି ଥାନ୍ତେ ମେଣ୍ଟ ସମ୍ପର୍କରେ ସିଏ ଆପଣଙ୍କୁ କହି ଥାନ୍ତେ।

ତେଣୁ ଏଇ ଯେଉଁ କଥା କହିବାର ସାହାସ କମ୍ ନେତାଙ୍କ ପାଖରେ ଅଛି। ନେତାମାନେ ସାଧାରଣତଃ ଚାହାଁନ୍ତି ଯେ ଆମେ ସବୁବେଳେ ସୁରକ୍ଷିତ ରହୁ,ହାଇ କମାଣ୍ଡ୍ ଆମ ଉପରେ ନ ରାଗନ୍ତୁ। କିନ୍ତୁ ଆପଣ ଦେଖନ୍ତୁ ଦୀର୍ଘଦିନ ଧରି ସରକାରରେ ରହି ସରକାରଙ୍କୁ ସବୁ ସମାଲୋଚନା କରିବା ,ଦୀର୍ଘଦିନ ଧରି ଯେଉଁ ପାର୍ଟିରେ ସେ ମହା ସଚିବ ଥିଲେ ,ଯେଉଁ ପାର୍ଟିରେ ସେ ବରିଷ୍ଠ ସଦସ୍ୟ ଥିଲେ ସେଇ ପାର୍ଟିର କାର୍ଯ୍ୟକ୍ରମକୁ ସମାଲୋଚନା କରିବାର ସାହସ ।

ସେ ପାର୍ଟିରୁ ବହିଷ୍କୃତ ମଧ୍ୟ ହୋଇଛନ୍ତି କିନ୍ତୁ କେବେ କଥା ବନ୍ଦ କରି ନାହାଁନ୍ତି। ଗଣତନ୍ତ୍ରରେ ଆଉ କଣ ଦରକାର କି ? ଗଣତନ୍ତ୍ରରେ ଦରକାର କି ଆମେ ଯାହା ଚାହିଁବୁ ତାହା କହି ପାରିବୁ। ଏହି ଅଧିକାରଟିକୁ ସେ ସମ୍ପୂର୍ଣ୍ଣ ଭାବେ ମାନି ଥିଲେ। ଏବଂ ଆମେ ତାଙ୍କୁ ଧନ୍ୟବାଦ ଦେବା । ଏବଂ ସେ ଆମ ସହିତ ଗତ ଏତେ ଦିନ ଥିଲେ ଆମକୁ ସେ କଥା କହିବାର ସାହସଟିକୁ ଶିଖେଇଛନ୍ତି। ସବୁଦିନ ଦାମବାବୁ ମନେ ରହିବେ। ଟେଲିଭିଜନ ଜର୍ନାଲିଷ୍ଟ୍ ହିସାବରେ ମୁଁ ତାଙ୍କୁ ସବୁଦିନ ମନେ ରଖିବି। ଯେ ସେ ଏମିତି ଜଣେ ବ୍ୟକ୍ତିତ୍ଵ ଥିଲେ , ଆପଣ ଯେତେବେଳେ ଚାହିଁବେ ସେ ଇଣ୍ଟର୍ଭ୍ୟୁ ପାଇଁ ରାଜି ହେଇ ଯିବେ।

ଲାଇଭରେ ରହିବେ, କଥା କହିବେ, ମନକୁ ତାଙ୍କର ଯାହା ଆସିବ ସେ କହିବେ ଏବଂ ତାଙ୍କର କୌଣସି ବାଡ଼ବର୍ତ୍ତା ରହିବ ନାହିଁ। କେହି ତାଙ୍କୁ ଅଟକେଇ ପାରିବେ ନାହିଁ, କଣ୍ଟ୍ରୋଲ କରି ପାରିବେ ନାହିଁ। ଏ ତ ହେଉଛି ଗଣତନ୍ତ୍ରର ସାରକଥା। ତେଣୁ ତାଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି ଆଜିର ଦିନରେ ଏବଂ ସବୁଦିନ ରହିଥିବ। ଦାମବାବୁଙ୍କ ସହିତ ମୋର ବହୁତ୍ ଗୁଡ଼ିଏ ସ୍ମୃତି ଅଛି। ମୋର ବହୁତ୍ କଥାବାର୍ତ୍ତା ତାଙ୍କ ସହିତ ହେଇଛି। ସେ ମୋତେ ବହୁତ୍ କଟୁକ୍ତି ମଧ୍ୟ କରିଛନ୍ତି। କିନ୍ତୁ ସେ ପିତୃତୁଲ୍ୟ। ଧର୍ମେନ୍ଦ୍ର ବାବୁ ମୋତେ ଥରେ କହିଥିଲେ କିନ୍ତୁ ମୁଁ ଦାମବାବୁଙ୍କ କଥା ମୁଁ ଧରେନି କାରଣ ସେ ପିତୃତୁଲ୍ୟ।

ସେ ମୋତେ ବହୁତ୍ କଟୁକ୍ତି ମଧ୍ୟ କରିଛନ୍ତି । ଲାଇଭ୍ ଟେଲିଭିଜନରେ ସେ ମୋତେ ଗାଳି ଦେଇଛନ୍ତି। ସେଗୁଡ଼ିକ ଯଦି ଆପଣ ୟୁଟୁବରେ ଦେଖିବେ ପାଇବେ। ଆଉ ତାଙ୍କୁ ନେଇ ଆମେ ବହୁତ୍ ଦର୍ଶକୀୟ ଆଦୃତି ମଧ୍ୟ ପାଇଛୁ। ଯେ ତାଙ୍କ ସହିତ ଆମେ କଥା କହି ପାରୁଛୁ। ତାଙ୍କୁ ମୁଁ ବହୁତ୍ ବଡ଼ ବଡ଼ ଶୋକୁ ଡାକିଛି। ଆଉ ସେଇ ଶୋରେ ବି ଆମର ବହୁତ୍ ଯୁକ୍ତିତର୍କ ହେଇଛି। ସେ ମୋତେ ଗାଳି ଦେଇଛନ୍ତି। କିନ୍ତୁ ଆମ ଭିତରେ ରାଗ କେବେ ନଥିଲା। ନେତା ଅଛନ୍ତି ବୋଲି ତ କଥା ଉଠୁଛି। ଯଦି ନେତା ବନ୍ଦ ହେଇ ଯିବେ ତାହାଲେ ଟିଭି ଚାନେଲ୍ ବନ୍ଦ ହେଇଯିବ। ଆଉ ଗଣତନ୍ତ୍ର ଖତମ୍ ହେଇଯିବ। ସେଇ କଥା ମୁଁ କହୁଛି ଜଣେ କିଏ ଭଲ ଭାବରେ କଥା କୁହନ୍ତୁ। ଆମକୁ ଜଣାନ୍ତୁ। ଆଉ ନେତା ଡାଇଲଗ୍ କରନ୍ତୁ ଲୋକଙ୍କ ସହିତ।

Leave a Reply

Your email address will not be published. Required fields are marked *