ଦାମ ରାଉତଙ୍କ ହାର୍ଟ ଚାଲିଛି, କିନ୍ତୁ ଚାଲୁନି ବ୍ରେନ୍ ! ଡାକ୍ତର କହିଲେ ମସ୍ତିଷ୍କ ଜୀବକୋଷକୁ ସୁସ୍ଥ କରିବା… ।

ଦାମ ରାଉତଙ୍କ ମୁଣ୍ଡ ଅକାମୀ ହେଲେ ଭି କେମିତି ଚାଲିଛି ହାର୍ଟ । ବରିଷ୍ଠ ରାଜନେତା ଦାମ ରାଉତଙ୍କ ଶରୀର ଏବେ କେମିତି ଅଛି? କେଉଁ କାରଣ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଦାମ ରାଉତଙ୍କୁ ସିପିଆର୍ ଦିଆ ଗଲାନି । ଆଉ ଏବେ ବ୍ରେନ୍ ଡେଡ ହେବା ପରେ କେମିତି ଚାଲିଛି ହାର୍ଟ । ହଁ ଆଜ୍ଞା ମଣିଷ ମୁଣ୍ଡ ସମ୍ପୂର୍ଣ ଅକାମୀ ହେଲା ପରେ ମଧ୍ୟ ଯେତେବେଳେ ବ୍ରେନ୍ ଡେଡ୍ କୁହାଯାଏ ତାପରେ ଭି ହାର୍ଟ ଚାଲିଥାଏ । ଆଉ କେତେ ଦିନ ଲାଗିଥାଏ ମସ୍ତିଷ୍କକୁ ପୂର୍ବ ଭଳି ଭଲ ହେବାକୁ । ତେବେ ବହୁତ୍ ଅଭିଜ୍ଞ ଡ଼ାକ୍ତର କୁହନ୍ତି ବହୁତ୍ କମ୍ ଚାନ୍ସ ଥାଏ ପୁର୍ବ ଅବସ୍ଥାକୁ ମସ୍ତିସ୍କ ଫେରିବା । ହଁ ଆଜ୍ଞା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି ।

ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ଦେଲେ ସୂଚନା । ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା ।ଗତ ୧୮ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ପ୍ରକାଶ ଯେ ହୃଦଘାତ ବ୍ରେନ ଡେଡ୍‌ରେ ଗୁରୁତର ହେବା କାରଣରୁୁ ଗୁରୁତର ଅବସ୍ଥାରେ ଦାମୋଦର ରାଉତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି ।

ତେବେ ସେଠାରେ ଡାକ୍ତରମାନେ ଦାମୋଦର ରାଉତଙ୍କୁ ସିପିଆର ଦେଇନଥିବା ସମ୍ବିତ ଅଭିଯୋଗ କରିଛନ୍ତି । ବାରମ୍ବାର କହିବା ସତ୍ତ୍ୱେ ଡାକ୍ତର ସିପିଆର ଦେଇନଥିଲେ । ଏଠାରେ ସୂଚାଇ ଦିଆ ଯାଇପାରେ କି ୩ ମାସ ତଳେ ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇ ପଡିଥିଲେ । ଯକୃତରେ ପାଣି ଜମି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏଠାରେ କହି ରଖିବାକୁ ଚାହିଁବୁ ଯେ ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ନାମୀ ଓ ଦକ୍ଷ ରାଜନେତା ଭାବରେ ଜଣାଶୁଣା ।

ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ସେ ବହୁବାର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । କିନ୍ତୁ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯିବାରୁ ସେ ୨୦୦୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ହେଲେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ଏହାପରେ ସେ ବିଜେପିକୁ ବାଏ ବାଏ କରିଥିଲେ । ଗତ କିଛି ମାସ ପୂର୍ବରୁ ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ପୁଣି ବିଜେଡିକୁ ଫେରାଇ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *