ଝିଅ ଆଗରେ ଯାଉଛି ବାପାର ଅଙ୍ଗ । ଦୃଶ୍ୟ ଦେଖିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ ।

ଯେଉଁ ବୟସରେ ଜଣେ କୁନି ଝିଅ ବାପା କାନ୍ଧରେ ବସି ଦୁନିଆ ଦେଖିବା କଥା ସେହି ବୟସରେ ଝିଅ ବାପାର ଅଙ୍ଗ ଯାଉଥିବାର ଦେଖିଛି । କୁନି ଝିଅଟିଏ ଏବେ ସୁଦ୍ଧା ଦୁନିଆକୁ ଠିକ ଭାବରେ ବୁଝି ନାହିଁ । କିନ୍ତୁ ତାର ବାପା ତାକୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି । ଏ ହେଉଛି ଗୋଟିଏ ଛୋଟ ପରିବାରର ଅତି ଦୁଃଖଭରା କାହାଣୀ । ଆଜ୍ଞା ହଁ ! ଏଭଳି ଏକ ଦୃଶ୍ୟ ଏକ ଘରୋଇ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ଯେଉଁଠି ଜଣେ କୁନି ଝିଅ ନିଜ ମା’କୁ ଧରି କାନ୍ଦିବାରେ ଲାଗିଛି । ହସ୍ପିଟାଲରେ କୁନି ଝିଅ ସାମ୍ନାରେ ବାପାର ସବୁ ଅଙ୍ଗ ଯାଉଛି । ଗ୍ରୀନ କରିଡ଼ର ଯେଉଁ ଭଳି ଭାବରେ ଅଙ୍ଗକୁ ନିଆ ଯାଉଛି ତାହାର ଦୃଶ୍ୟ ଆପଣ ମାନେ ଅନୁଭବ କରି ପାରୁଥିବେ ।

କୁନି ଝିଅଟିକୁ ନିଜ ଆଖି ସାମ୍ନାରେ ବାପାର ଏଭଳି ଅବସ୍ଥା ଦେଖି କିଭଳି ଲାଗୁଥିବ ତାହା ଆପଣ ମାନେ ଅନୁମାନ କରି ପାରୁଥିବେ । ହୋଲି ପୂର୍ବ ଦିନ ବାପାଙ୍କୁ ଝିଅ ରଙ୍ଗ ଲଗେଇଥାନ୍ତା କିନ୍ତୁ ଏଭଳି ଯେ ଦୁଃଖ ମାଡ଼ି ଆସିବ ତାହା କିଏ ବା ଜାଣିଥିଲା । ସବୁ କିଛି ସ୍ୱପ୍ନ ଝିଅର ଅଧା ରହି ଯାଇଛି । ଝିଅ ସାମ୍ନାରେ ହିଁ ବାପାର ଅଙ୍ଗକୁ ବୋହି ନିଆଯାଉଛି ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର ସିଆରପିଏଫ ଯବାନ କୃଷ୍ଣଚନ୍ଦ୍ର ମୋହନ୍ତି ଗତ ଦୁଇ ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ହେଉଥିଲେ । କିନ୍ତୁ ଗତ ୨୦ ତାରିଖ ଦିନ ହଠାତ କୃଷ୍ଣଚନ୍ଦ୍ରଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିଲା । ପରିବାର ଲୋକେ ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ଏହାପରେ ଡାକ୍ତର କୃଷ୍ଣଚନ୍ଦ୍ରଙ୍କର ବ୍ରେନଡେଡ଼ ବୋଲି କହିଥିଲେ । ଆଉ ଏହାପରେ ତାଙ୍କ ପରିବାର ଲୋକଙ୍କ ସହିତ ଅଙ୍ଗ ଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାପରେ ସେହି ଘରୋଇ ମେଡ଼ିକାଲ ପକ୍ଷରୁ କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଏବଂ ଯକୃତକୁ ବାହାର କରାଯାଇଥିଲା । ଏହାପରେ ଯବାନ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗକୁ ରାଜ୍ୟ ବାହାରକୁ ନିଆଯାଇଛି ।

ଏହାପରେ ମେଡ଼ିକାଲ କର୍ତ୍ତୃପକ୍ଷ ଏବଂ କମିଶନରେଟ ପୋଲିସର ମିଳିତ ସହଯୋଗରେ କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଏବଂ ଯକୃତକୁ ଗ୍ରୀନ କୋରିଡ଼ର ମାଧ୍ୟମରେ ବିମାନ ବନ୍ଦରକୁ ନିଆଯାଇ ସେଠାରୁ ମୁମ୍ବାଇ ଏବଂ କୋଲକାତାକୁ ପଠାଇ ଦିଆଯାଇଛି । ଏପଟେ କୃଷ୍ଣଚନ୍ଦ୍ରଙ୍କ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *