ନିରଞ୍ଜନଙ୍କୁ ବିରିୟାନି ଖାଇବାକୁ ମାଗିଲେ ଶର୍ମିଷ୍ଠା ଆଉ ଏମିତି କହିଲେ ନିରଞ୍ଜନ : ଦେଖନ୍ତୁ ଭିଡିଓ

ଅଧାରେ ରହିଗଲା ପ୍ରେମ କାହାଣୀ, ଅଧୁରା ରହିଗଲା ସ୍ବପ୍ନ । ନିରଞ୍ଜନ ଏବଂ ଶର୍ମିଷ୍ଠାଙ୍କର ପ୍ରେମକାହାଣୀ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଦୁହେଁ ଦୁହିଁଙ୍କୁ କେତେ ଭଲ ପାଉଥିଲେ । କିନ୍ତୁ ଗୋଟିଏ ହ-ତ୍ୟା ସେମାନଙ୍କୁ ଅଲଗା କରିଦେଲା । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ତାଙ୍କର ସହଯୋଗୀ ମାନଙ୍କୁ ପୋଲିସ ଗିରଫ କରିନେଇଛି । ଦୀର୍ଘ ଦେଢ଼ ମାସ ଧରି ସେମାନେ ଜେଲ-ଦଣ୍ଡ ଭୋଗୁଛନ୍ତି । ଆଉ ଏହାମଧ୍ୟରେ ଗୋଟିଏ ପରେ ଗୋଟିଏ ରହସ୍ୟମୟ ଗୁମର ଫିଟିବାରେ ଲାଗିଛି ।

ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ଶର୍ମିଷ୍ଠା ଏବଂ ତାଙ୍କର ସହଯୋଗୀ ମାନଙ୍କୁ ଗୋଟିଏ ପରେ ଗୋଟିଏ ପୋଲିସ ଧରିବାରେ ସଫଳ ହୋଇଛି । ତେବେ ଏହାପରେ ଏହି କାହାଣୀର ମୁଖ୍ୟ ନାୟକ ନିରଞ୍ଜନ ସେଠୀ ଏବଂ ମୁଖ୍ୟ ନାୟିକା ଶର୍ମିଷ୍ଠା ବିଷୟରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିଥିଲା ଆଉ ପୋଲିସ ଆଗରେ ସେମାନେ ସେମାନଙ୍କର ଦୋଷକୁ ସ୍ୱୀକାର କରିଥିଲେ । ତେବେ ଜେଲ ମଧ୍ୟରେ ରହିବା ଭିତରେ ସେମାନଙ୍କ ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।

ତେବେ ବର୍ତ୍ତମାନ ସମୟରେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଅଛି । ସୂଚନା ଅନୁଯାୟୀ , ପୋଲିସ ୯ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଗାଡ଼ିରେ ଚାନ୍ଦବାଲି କୋର୍ଟକୁ ନେଇ ଯାଉଥିଲା । ଆଉ ସେମାନଙ୍କ ମଧ୍ୟରେ ପ୍ରେମୀଯୁଗଳ ଶର୍ମିଷ୍ଠା ଏବଂ ନିରଞ୍ଜନ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ତେବେ ଦୀର୍ଘ ଦେଢ଼ ମାସ ପରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ଆଉ ଶର୍ମିଷ୍ଠା ସେହି ସମୟରେ ନିଜ ମନର କଥା କହିବା ପାଇଁ ସୁଯୋଗ ପାଇଥିଲେ । ଆଗରୁ ଏଭଳି ଦେଖା ହେଲେ ଶର୍ମିଷ୍ଠାଙ୍କର ସମସ୍ତ ଇଚ୍ଛାକୁ ନିରଞ୍ଜନ ପୂରଣ କରୁଥିଲେ । ସେ ଯାହା ନେବାକୁ ଚାହୁଁଥିଲେ ଯାହା ଖାଇବାକୁ ଚାହୁଁଥିଲେ , ସେ ସବୁ ଆଣି ତାଙ୍କ ଆଗରେ ରଖି ଦେଉଥିଲେ ।

କିନ୍ତୁ ବର୍ତ୍ତମାନର ପରିସ୍ଥିତି ଟିକିଏ ଅଲଗା ହୋଇ ଯାଇଥିଲା। ଦୀର୍ଘ ଦେଢ଼ ମାସ ଧରି ବିରିୟାନି ଖାଇବାକୁ ପାଇନଥିବା ଶର୍ମିଷ୍ଠା ନିଜ ପ୍ରେମିକ ନିରଞ୍ଜନଙ୍କୁ କହିଥିଲେ କି , ମୋତେ ବିରିୟାନି ଖାଇବାକୁ ଇଚ୍ଛା ହେଉଛି । ତେବେ ଏହାର ପ୍ରତ୍ୟୁତ୍ତର ନିରଞ୍ଜନ କେବଳ ଗୋଟିଏ ଲୁକ ଦେଇ କହି ଦେଇଥିଲେ । ତେବେ ତାଙ୍କ ଲୁକ ଦେଖି ଶର୍ମିଷ୍ଠା ସମ୍ପୂର୍ଣ୍ଣ ଚୁପ୍ ହୋଇ ଯାଇଥିଲେ ଆଉ ଗୋଟିଏ ପାଣି ବୋତଲରେ ହିଁ କାମ ଚଳାଇ ଦେଇଥିଲେ । ତେବେ ଆଗକୁ ଏମାନଙ୍କର ପ୍ରେମ କାହାଣୀ କେଉଁ ମୋଡ଼ ନେଉଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *