ଭାଇରାଲ ହୋଇଥିବା ଏହି ଭିଡ଼ିଓ , ଯାହାକୁ ଦେଖିଲେ ହସି ହସି ଆପଣଙ୍କ ପେଟ ଦରଜ ହୋଇଯିବ : ଦେଖନ୍ତୁ ଭିଡିଓ

ପ୍ରତିଦିନ ଆମ ଚାରିପାଖରେ କିଛି ନା କିଛି ଘଟଣା ଘଟିଥାଏ । ଆଉ ସେଗୁଡ଼ିକ ମଧ୍ୟରୁ କେତେକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଥାଏ । ତେବେ ବର୍ତ୍ତମାନର ଯୁଗରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଅନେକ ଜିନିଷ ବିଷୟରେ ଅବଗତ ହୋଇପାରୁଛୁ । ଏହା ମାଧ୍ୟମରେ ଆମେ ଅନେକ ଖବରର ମଜା ମଧ୍ୟ ନେଇପାରୁଛୁ । ତେବେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଖବର ବିଷୟରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ପ୍ରାୟତଃ ଆଜିକାର ସମୟରେ ସମସ୍ତଙ୍କ ଘରେ ଗୋଟିଏ ନା ଗୋଟିଏ କୁକୁର ରହିଥିବ । କୁକୁରକୁ ସମସ୍ତେ ପୋଷା କରି ଘରେ ରଖିବାକୁ ବହୁତ ଭଲ ପାଆନ୍ତି । ଆଉ ଏହି କୁକୁର ମାନଙ୍କ ସହ ଥରେ ଥରେ ଭଲପାଇବା ଏତେ ବଢିଯାଏ କି , ସେମାନେ ଟିକିଏ ଦୁରେଇ ଗଲେ , ଆଖିରେ ଲୁହ ଚାଲିଆସେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଭିଡ଼ିଓ କୁକୁର ସମ୍ବନ୍ଧୀୟ ଅଟେ ।

ଆପଣ ଭିଡ଼ିଓରେ ଦେଖିପାରିବେ କି ଗୋଟିଏ ଘର ସାମ୍ନାରେ ଦୁଇଟି ପିଲା ବଲ ସାହାଯ୍ୟରେ ଖେଳୁଥିଲେ । ଆଉ ସେମାନଙ୍କ ପାଖରେ ଗୋଟିଏ କୁକୁର ବସି ଦେଖୁଥିଲା । ତେବେ ହଠାତ ବଲ ଯାଇ ପାଖରେ ଥିବା କୂଅ ଭିତରେ ପଡି ଯାଇଥିଲା । ଆଉ ପିଲାମାନେ କୂଅ ପାଖକୁ ଯାଇ ବଲଟିକୁ ଉଠାଇବାକୁ ଚେଷ୍ଟା କରୁଥିଲେ । ତେବେ ହଠାତ କୁକୁର ଯାଇ ବଲକୁ ଉଠାଇ ଦେଇଥିଲା ଆଉ ପିଲା ମାନଙ୍କୁ ମୃ-ତ୍ୟୁ ମୂଖରୁ ବଞ୍ଚାଇ ଆଣିଥିଲା ।

ଆଉ ଏକ ଖବର ବିଷୟରେ କହିବାକୁ ଗଲେ , ବର୍ତ୍ତମାନ ସମୟରେ ପୁଷ୍ପା ଚଳଚ୍ଚିତ୍ରର ଟ୍ରେଣ୍ଡ ଚାରିଆଡେ ଲାଗିରହିଛି । ଏହାର ଟ୍ରେଣ୍ଡ ବର୍ତ୍ତମାନ ସୁଦ୍ଧା କମ୍ ହୋଇନାହିଁ । ଯେଉଁଠି ଦେଖିବେ , ସେଇଠି ଲୋକମାନେ ଅଲ୍ଲୁ ଅର୍ଜୁନଙ୍କର ପୁଷ୍ପା ଷ୍ଟାଇଲ କରିବାରେ ଲାଗି ପଡିଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାଇରାଲ ହୋଇଥିବା ଭିଡ଼ିଓରେ ଆପଣ ମାନେ ଦେଖିପାରିବେ କି , ପୂଜା ସ୍ଥଳରେ ଲୋକମାନେ ପୁଷ୍ପା ଷ୍ଟାଇଲ କରି ନାଚିବାରେ ଲାଗିଛନ୍ତି । ଭିଡ଼ିଓଟି ମଜାଳିଆ ଅଟେ କିନ୍ତୁ ଧର୍ମ ସହ ଏଭଳି ମଜା ଆଦୌ ଉଚିତ ନୁହେଁ ।

ତେବେ ଆଉ ଏକ ଭାଇରାଲ ବିଷୟରେ କହିବାକୁ ଗଲେ , ଆପଣ ମାନେ ଜାଣିଥିବେ ଯେ , ଏହି କିଛିଦିନ ପୂର୍ବରୁ ହୋଲି ଯାଇଅଛି । ଆପଣ ମାନେ ସମସ୍ତେ ହୋଲିର ଶୁଭେଚ୍ଛା ନିଜର ପରିବାର ବର୍ଗକୁ ଜଣାଇଥିବେ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ବ୍ୟକ୍ତିଙ୍କର ଶୁଭେଚ୍ଛା ଜଣାଇବାର ଢଙ୍ଗ ଟିକେ ଅଲଗା ଥିଲା । ସେ ପୁରା ନାଲି ପାଣି ମାରି ନିଶାରେ ଟଳଟଳ ହେଉଥିଲେ । ସେ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇବା ସହ ରାବଣ ଦହନ କଥା ମଧ୍ୟ କହିଥିଲେ । ତେବେ ଏହା ଅତ୍ୟନ୍ତ ମଜାଦାୟକ ଥିଲା ।

ସମସ୍ତେ ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ତେବେ ଆଜିକାଲିର ପଶୁପକ୍ଷୀ ମାନେ ବହୁତ ଚାଲାକ ହୋଇଗଲେଣି । ସେମାନେ ନିଜ ମାଲିକ ମାନଙ୍କୁ ନିଜ ନାମ ଧରି ଡାକୁଛନ୍ତି । ଏଭଳି ଏକ ଭିଡ଼ିଓ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି । ଏଠାରେ ଗଞ୍ଜାଟିଏ ନିଜ ମାଲିକକୁ ଆମା ବୋଲି ଡାକୁଛି ।

ଆଉ ଏକ ଖବର ହେଉଛି , ଜଣେ ନ୍ୟୁଜ ରିପୋର୍ଟର ଗୋଟିଏ ଜାଗାରେ ରିପୋର୍ଟିଂ କରୁଥିଲେ । କିନ୍ତୁ ପାଖରେ ଛିଡା ହୋଇଥିବା ଜଣେ ବୃଦ୍ଧ ବ୍ୟକ୍ତି ବାରମ୍ବାର ତାଙ୍କୁ ଅନାଉଥିଲେ । ଆଉ ତାଙ୍କ ଠାରୁ ଆଖି ଉଠାଇ ପାରୁନଥିଲେ । ଏହା ଦେଖି ରିପୋର୍ଟର ଜଣକ କହିଥିଲେ କି , ସତରେ ମୁଁ କଣ ଏତେ ସୁନ୍ଦର ଦେଖିବାକୁ ।

ଅନ୍ୟ ଏକ ଭିଡ଼ିଓରେ ଆପଣ ଦେଖି ପାରିବେ କି , ବନ୍ଦ ହୋଇଥିବା ଗେଟର ଏପଟେ ସେପଟେ କୁକୁର ମାନେ ପରସ୍ପର ସହ ଝଗଡା ଲାଗୁଥିଲେ । କିନ୍ତୁ ଗେଟ ଖୋଲିଯିବା ମାତ୍ରେ ସେମାନେ ଦୌଡି ପଳାଉଛନ୍ତି । ତେବେ ଏଥିରୁ ଜଣା ପଡୁଛି , କୁକୁର ମାନେ ବି ଡ୍ରାମା କରିପାରନ୍ତି ।

ଆଉ ଏକ ଭିଡ଼ିଓକୁ ଦେଖିଲେ , ହସି ହସି ଆପଣଙ୍କ ପେଟ ଦରଜ ହୋଇଯିବ । ବାହାଘରରେ ବୁଢ଼ାବୁଢ଼ୀ ମାନେ ଭିନ୍ନ ଭିନ୍ନ ପ୍ରକାରର ନାଚ ଦେଖାଉଛନ୍ତି ।

Leave a Reply

Your email address will not be published. Required fields are marked *