ବିଲରୁ ଝାଳ ନାଳ ହେଇ ନଈକୁ ଯାଇଥିଲି ଗାଧେଇବା ପାଇଁ, କୁମ୍ଭୀର ଦେଖି ଦୋଉଡିଲି….

ବର୍ତ୍ତମାନ ଚାରିଆଡ଼େ କୁମ୍ଭୀର ଆତଙ୍କ ସମସ୍ତଙ୍କୁ ଘାରି ଯାଇଛି । ଚାରିଆଡ଼େ କୁମ୍ଭୀର ଭୟ ଲାଗି ରହିଛି । କାହିଁକି ନା ଆପଣ ଦେଖି ପାରୁଥିବେ ଯେ , ଗତ କିଛି ମାସ ହେବ କୁମ୍ଭୀର ଆତଙ୍କ କିପରି ଭାବରେ ବ୍ୟାପିଛି । ଆଉ ଚାରିଆଡ଼େ କୁମ୍ଭୀର କିପରି ମଣିଷକୁ ଟାଣି ନେଇ ଖାଇ ଯାଉଛି । ଏହାପରେ ଲୋକଙ୍କ ମନରେ ଏକ ଛନକା ପଶି ଯାଇଛି ଆଉ ଯାହାକୁ ବାହାର କରିବା ଭାରି କଷ୍ଟକର । ତେବେ ପୂର୍ବରୁ କେନ୍ଦ୍ରାପଡ଼ାରେ ଜଣେ ମହିଳାଙ୍କୁ ନଈ ମଧ୍ୟକୁ ଟାଣି ନେଇ କୁମ୍ଭୀର ଖାଇ ଦେଇଥିଲା ।

ଆଉ ତାପରେ ସେହି କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଥିଲା । ତେବେ ନିକଟରେ ଯାଜପୁର ଜିଲ୍ଲାରେ ମଧ୍ୟ ନଈ ମଧ୍ୟରେ କୁମ୍ଭୀର ଜଣେ ମହିଳାଙ୍କୁ ସମସ୍ତଙ୍କ ଆଖି ଆଗରେ ଟାଣି ନେଇ କଚାଡି କଚାଡି ମାରି ଦେଇଥିଲା । ଆଉ ଲୋକଙ୍କ ପାଖରେ ପାଟି କରିବା ଛଡା ଅନ୍ୟ କିଛି ଉପାୟ ନଥିଲା । ଏସବୁକୁ ଅନୁସନ୍ଧାନ କରିବା ପରେ ଲୋକେ ଆଉ କେମିତି ବା ନଈ ପାଖକୁ ଯିବେ ବୋଲି ଭାବୁଛନ୍ତି । ତେବେ ପୁଣିଥରେ ଜଣେ ବୃଦ୍ଧ କୁମ୍ଭୀର ମୁଖରୁ ବଞ୍ଚି କରି ଆସିଛନ୍ତି ବୋଲି କହିଛନ୍ତି । କାହିଁକି ନା ବେଳ ଥାଉ ଥାଉ ସେ ଉପାୟ ପାଞ୍ଚି ସେଠାରୁ ଖସି ଆସିଥିଲେ ବୋଲି କହିଛନ୍ତି ।

ତେବେ ଏପରି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ବୃଦ୍ଧଙ୍କ କହିବା ଅନୁସାରେ ବିଲରୁ ସେ କାମ ସାରି ଘରକୁ ଫେରିଥିଲେ । ଆଉ ବିଲରେ କାମ କରି ସେ ଝାଳ ନାଳ ହୋଇ ଯାଇଥିଲେ । ଯାହା ପରେ ଟିକିଏ ପରିଷ୍କାର ହେବା ପାଇଁ ସେ ନଦୀକୁ ଯିବା କଥା ଭାବି ଥିଲେ । ଆଉ ସେ ତାହା ବି କରିଥିଲେ । କାହିଁକି ନା ନୀତି ଦିନିଆ କାମ ପାଇଁ ସେମାନେ ନଦୀ ଉପରେ ନିର୍ଭରଶୀଳ ।ନା ତାଙ୍କ ଘରେ ପାଣି ଟାଙ୍କି ଅଛି ନା ଅଛି ବାଥରୁମ । ତେଣୁ କରି ସ୍ନାନ ଶୌଚ କରିବା ପାଇଁ ସେମାନେ ନଦୀ ଉପରେ ନିର୍ଭରଶୀଳ।

ଆଉ ଯେତେବେଳେ ସେ ନଦୀକୁ ଯାଇଥିଲେ , ସେତେବେଳେ ଗୋଟିଏ ବଡ ମଣିଷଖିଆ କୁମ୍ଭୀରକୁ ସେ ଦେଖିଥିଲେ । ଆଉ ସାଙ୍ଗେ ସାଙ୍ଗେ କଣ କରିବେ ବୋଲି ଭାବି ପାରି ନଥିଲେ । ଯାହା ହେଉ ଶେଷରେ ସେ ସେଠାରୁ ଧାଇଁ ପଳାଇ ଆସିଥିଲେ । ଜୀବନ ବିକଳରେ ସେ ଘରକୁ ପଳାଇ ଆସିଥିଲେ । ତେବେ ଘରକୁ ଆସି ସମସ୍ତଙ୍କୁ ସେ ଏହି ବାବଦରେ କହିଥିଲେ । ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ଦାବି ସେହି କୁମ୍ଭୀରକୁ ବନ ବିଭାଗ କର୍ମଚାରି ମାନଙ୍କ ଦ୍ଵାରା ଉଦ୍ଧାର କରାଯାଉ । ନଚେତ୍ ସେମାନେ କିପରି ଚଳିବେ ଆଉ କିପରି ବଞ୍ଚିବେ।

Leave a Reply

Your email address will not be published. Required fields are marked *