ରାଜ୍ୟ ସରକାର ବର୍ତ୍ତମାନ ଆଉ ଏକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଯାହାକି ରାଜ୍ୟରେ ଶତ ପ୍ରତିଶତ ଆଧାର ବଣ୍ଟନ ଉଦ୍ଦେଶ୍ୟରେ ଅଟେ । ପୂର୍ବରୁ ବି ଦେଶରେ ଏହି କାର୍ଯ୍ୟକ୍ରମ ରହି ଆସିଛି କିନ୍ତୁ ପ୍ରଥମଥର ପାଇଁ ରାଜ୍ୟ ସରକାର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଅନୁଯାୟୀ ବର୍ତ୍ତମାନ ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ‘ ‘ ଆଧାର ‘ପରିସରଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
‘ ବାଲ ଆଧାର ‘ କାର୍ଯ୍ୟକ୍ରମ ଅନୁଯାୟୀ ଏଥର ହସ୍ପିଟାଲରେ ହିଁ ନବଜାତ ଶିଶୁଙ୍କୁ ବିନା ବାୟୋମେଟ୍ରିକ ରେ ବି ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବର ଦିଆଯିବ । ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର ଏହି ସମ୍ବନ୍ଧରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଅନୁଯାୟୀ ଦେଶରେ ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଯାହାକି ଏହି କାର୍ଯ୍ୟକ୍ରମ କୁ ପ୍ରଥମଥର ପାଇଁ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ବର୍ତ୍ତମାନ ହସ୍ପିଟାଲରେ ୦ ରୁ ୫ ବର୍ଷର ଶିଶୁଙ୍କୁ ଆଧାର ବଣ୍ଟନ କରାଯିବ କାରଣ ଦେଶରେ ଏହି ବୟସର ପିଲାଙ୍କ ଆଧାର ପଞ୍ଜୀକରଣ ଖୁବ କମ ହୋଇଥାଏ ।
ଏହି କାରଣକୁ ଭିତ୍ତି କରି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ସୂଚନା ଅନୁଯାୟୀ ୦ ରୁ ୫ ବର୍ଷ ବୟସର ପ୍ରାୟ ୪୦ ଲକ୍ଷ ୩୬ ହଜାର ପିଲା ରାଜ୍ୟରେ ଥିବା ସତ୍ତ୍ୱେ ବି ମାତ୍ର ୧୪ ଲକ୍ଷ ୮୩ ହଜାର ପିଲା ଙ୍କ ଆଧାର ପଞ୍ଜିକରଣ ହୋଇ ପାରୁଛି । ତେଣୁ ଏହି ମୂଳ ଉଦ୍ଦେଶ୍ୟକୁ କେନ୍ଦ୍ର କରି ଆଗାମୀ ଦିନରେ ହସ୍ପିଟାଲ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଠି ବିନା ବାୟୋମେଟ୍ରିକ ରେ ବି ଆଧାର ପଞ୍ଜୀକରଣ ହୋଇପାରିବ ।
ନବଜାତ ଶିଶୁଙ୍କର ଫୋଟ ଠିକଣା ଏବଂ ବାପା ମା ଙ୍କ ଆଧାର କାର୍ଡ଼ ସହିତ ସମ୍ପୃକ୍ତ କରାଇ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବର ଯୋଗାଇ ଦିଆଯିବ । ଏବଂ ୧୫ ବର୍ଷ ବୟସରେ ସେମାନେ ନିଜର ବାୟୋମେଟ୍ରିକ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେଇ ଆଧାର କୁ ଅପଡେଟ ମଧ୍ୟ କରାଇ ପାରିବେ । ଏହା ଦ୍ୱାରା ରାଜ୍ୟରେ ଶତ ପ୍ରତିଶତ ଆଧାର ବଣ୍ଟନ ସଫଳ ହେବ ବୋଲି ମନୋଜ ମିଶ୍ର କହିଛନ୍ତି ।