ବିଦ୍ୟାଳୟ ପାଲଟି ଯାଇଛି ଚିଡ଼ିଆଖାନା, ଶିକ୍ଷକ ଟେବୁଲ ଉପରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି

ବିଦ୍ୟାଳୟ , ଯାହାକୁ କୁହାଯାଏ ଶିକ୍ଷାର ମନ୍ଦିର । ଯେଉଁଠି ପାଠ ପଢି ପିଲାଟିଏ ବଡ଼ ମଣିଷଟିଏ ହେବା ସହିତ ଭଲ ମଣିଷଟିଏ ହୋଇଥାଏ । ଆଉ ନିଜ ବାପା ମାଆଙ୍କ ସହିତ ଦେଶର ନାମ ରଖିଥାଏ । କିନ୍ତୁ ଆଜିର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବଦଳି ଗଲାଣି । ପିଲାମାନେ ଆଜିର ସମୟରେ କେବଳ ଖାଦ୍ୟ ଖାଇବା ପାଇଁ ସ୍କୁଲ ଯାଉଛନ୍ତି ଆଉ ପାଠ ବୋଲି କିଛି ଜାଣୁ ନାହାଁନ୍ତି ।

ତେବେ ଏଭଳି ପିଲାମାନଙ୍କୁ କେବଳ ଜଣେ ମହାନ ଶିକ୍ଷକ ମାର୍ଗ ଦର୍ଶନ କରିପାରିବେ ଆଉ ସେମାନଙ୍କୁ ଭଲ ଶିକ୍ଷା ଦେଇ ଜୀବନରେ କିଛି କରିବାର ଅଧିକାରୀ କରିବେ । କିନ୍ତୁ ଯଦି ଶିକ୍ଷକ ଏ ବାବଦରେ ନ ଚିନ୍ତା କରି ଖାଇ ପିଇ ସ୍କୁଲରେ ଶୋଇ ପଡିବେ , ତେବେ ଶିକ୍ଷା ବ୍ୟବସ୍ଥାର ଆଉ କଣ ଅବସ୍ଥା ରହିବ । ଶିକ୍ଷା ବ୍ୟବସ୍ଥା ଉପରେ ଅତ୍ୟନ୍ତ ଗଭୀର ପ୍ରଭାବ ପଡିବ । ଆଉ ପିଲାମାନେ ଶିକ୍ଷା ଲାଭ କରିପାରିବେ ନାହିଁ , କେବଳ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିଯିବେ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓ ଏହି ଦିଗକୁ ଇଙ୍ଗିତ କରୁଛି । ପିଲାମାନେ ସ୍କୁଲ ନୁହେଁ ଚିଡ଼ିଆଖାନା ଆସିଲା ଭଳି ଲାଗୁଛି । ଆଉ ଶିକ୍ଷକ ଟେବୁଲ ଉପରେ ଡ୍ରେସ ଖୋଲି ଶୋଇ ପଡିଛନ୍ତି । ଏପଟେ ପିଲାମାନେ ଥାଳିରେ ଖାଇବା ଖାଉଛନ୍ତି ଆଉ ତାହା ପୁଣି ସମ୍ପୂର୍ଣ୍ଣ ଅଳିଆ ଆବର୍ଜନା ପଡିଥିବା ସ୍ଥାନରେ । ତେବେ ବାସ୍ତବରେ ଏଭଳି ସ୍ଥିତି ଅତ୍ୟନ୍ତ ଲଜ୍ଜିତ ଅଟେ ।

ବିହାରର ବୈଶାଲିର ଭିଖାନପୁର ବିଦ୍ୟାଳୟରୁ ଏହି ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ବିହାରର ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଠି ଦେଖାଉଛି । ତେବେ ଏ ବାବଦରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚରା ଯିବାରୁ ସେ କହିଥିଲେ କି ଶିକ୍ଷକଙ୍କର ଦେହ ଖରାପ ହୋଇଥିବାରୁ ସେ ଏଭଳି ବିଶ୍ରାମ ନେଇଥିଲେ । କିନ୍ତୁ ଏହି କଥା କେତେ ଦୂର ସତ ତାହା ତ ସେ ଶିକ୍ଷକ ହିଁ କହିପାରିବେ । ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟ ବାବଦରେ ଅନେକ ଥର ଚର୍ଚ୍ଚା ହୋଇସାରିଛି ।

Leave a Reply

Your email address will not be published. Required fields are marked *