ସାଙ୍ଗ ହେଇ ଆସିଲା ମୋ ସ୍ତ୍ରୀ କୁ ନେଇ ପଳେଇଲା…

ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ବିବାହିତ ମହିଳା ଏବଂ ପୁରୁଷ ମାନେ ଅଧିକ ପ୍ରେମରେ ପଡି ଯାଉଛନ୍ତି ଆଉ ସବୁକିଛି ସୀମା ପାର୍ କରି ଯାଉଛନ୍ତି । ପୁଅ ଝିଅ ମାନଙ୍କ ଠାରୁ ଅଧିକ ପ୍ରେମ କରୁଛନ୍ତି ଆଉ ପିଲା ଛୁଆଙ୍କୁ ଛାଡି ଦେଇ ଆଉ କାହା ସହିତ ପଳାଉଛନ୍ତି । ତେବେ ଏଭଳି କାର୍ଯ୍ୟ ବାସ୍ତବରେ ଆମ ସମାଜରେ ଅତ୍ୟନ୍ତ ନିନ୍ଦନୀୟ ଅଟେ । ତଥାପି ଦିନକୁ ଦିନର ଏହାର ମାତ୍ରା ବଢିବାରେ ଲାଗିଛି ।

ତେବେ ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଗଉଡା ଗ୍ରାମର ପ୍ରଶାନ୍ତ କୁମାର ତାରିନିଆଙ୍କ ସହ ମଧ୍ୟ ଠିକ୍ ଏଭଳି ଘଟଣା ଘଟିଛି । ପ୍ରଶାନ୍ତ କିଛି ବର୍ଷ ଆଗରୁ ନିଜ ଘର ଆଗରେ ରହୁଥିବା ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ ଆଉ ଯୁବତୀ ମଧ୍ୟ ପ୍ରଶାନ୍ତଙ୍କୁ ଭଲ ପାଇଥିଲେ । ଏହାପରେ ଦୁହିଁଙ୍କର ଧୁମଧାମରେ ବିବାହ ହୋଇଥିଲା । ପ୍ରଶାନ୍ତଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଥିଲେ । ଉଭୟଙ୍କ ପରିବାର ବହୁତ ହସଖୁସିରେ ଚାଲିଥିଲା ।

ପ୍ରଶାନ୍ତ ଭୁବନେଶ୍ବରରେ ରହି ଓଟୋ ଚଳାଉଥିଲେ ଆଉ ଯାହା ଦୁଇ ପଇସା ରୋଜଗାର କରୁଥିଲେ , ସେଥିରେ ଘର ଚଳୁଥିଲା । ତେବେ ଏପଟେ ତାଙ୍କ ସ୍ତ୍ରୀ ଘରେ ରହିଥିଲେ । ଆଉ ଘରେ ରହି ସେ ଆଉ ଜଣଙ୍କୁ ଭଲ ପାଇ ବସିଥିଲେ କିନ୍ତୁ ଏ କଥା ପ୍ରଶାନ୍ତ ଜାଣିବା ପରେ ତାଙ୍କୁ ବହୁତ ଗାଳି ଗୁଳଜ କରିଥିଲେ ଆଉ ତାଙ୍କୁ ନିଜ ସହ ଭୁବନେଶ୍ବର ନେଇ ଯାଇଥିଲେ । ସେଠାରେ ଗୋଟିଏ ଘର ଭଡା ନେଇ ରହୁଥିଲେ । ଏହି ସମୟ ମଧ୍ୟରେ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା ।

ତେବେ ଘର ଭଡା ନେଇ ରହିବା ସମୟରେ ସେଠାରେ ରାଜୀବ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ପଡୋଶୀ ହୋଇ ରହୁଥିଲେ । ସେ ପୂର୍ବରୁ ମଧ୍ୟ ବିବାହିତ ଥିଲେ । ତେବେ ସେ ପ୍ରଥମେ ପ୍ରଶାନ୍ତଙ୍କ ସହ ବନ୍ଧୁତା କରିଥିଲେ ଆଉ ତାଙ୍କ ଘରକୁ ଆସିବାକୁ ଲାଗିଥିଲେ । ଏ ମଧ୍ୟରେ ପ୍ରଶାନ୍ତଙ୍କର ସ୍ତ୍ରୀ ଆଉ ରାଜୀବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ଦିନେ ପ୍ରଶାନ୍ତଙ୍କ ସ୍ତ୍ରୀ ରାଜୀବଙ୍କ ସହ ଘରୁ ଲୁଚି ପଳାଇଥିଲେ ନିଜ ଝିଅକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ତେବେ ବର୍ତ୍ତମାନ ପ୍ରଶାନ୍ତ ପୁରାପୁରି ଭାଙ୍ଗି ପଡିଛନ୍ତି ଆଉ ନିଜ ସ୍ତ୍ରୀଙ୍କୁ ଆଉ ଝିଅକୁ ଖୋଜି ଖୋଜି କାନ୍ଦୁଛନ୍ତି ।

Leave a Reply

Your email address will not be published. Required fields are marked *