ବିବାହ ପାଇଁ ମନା କଲା ପ୍ରେମିକ, ୬ ପ୍ରେମିକା ପିଇଲେ ବିଷ, ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ :-

ବର୍ତ୍ତମାନ ସମାଜରେ ପ୍ରେମ ଭଳି ସମ୍ପର୍କ ଖୁବ କମ ତିଷ୍ଠି ରହୁଛି । ଅନେକ ଯୁବକ ଯୁବତୀ ପ୍ରେମରେ ପଡ଼ି ତାହା ସାକାର ନହେଲେ ଭୁଲ ନିଷ୍ପତ୍ତି ମଧ୍ୟ ନେଉଛନ୍ତି । କୌଣସି ଏକ ପ୍ରେମ ସଫଳ ନହେଲେ ତାହାର ଅର୍ଥ ନୁହେଁ ଯେ ଜୀବନ ହାରି ଦେବା । କିନ୍ତୁ ବର୍ତ୍ତମାନର ଅଧିକାଂଶ ଯୁବପିଢ଼ି ଆତ୍ମ-ହ-ତ୍ୟାକୁ ଏକମାତ୍ର ରାସ୍ତା ବାଛି ନେଉଛନ୍ତି । ପୁଣି କେଉଁଠି ଯୁବକ ଯୁବତୀ ପ୍ରେମରେ ଧୋକାର ଶିକାର ହୋଇ ଏପରି ନିଷ୍ପତ୍ତି ନେଉଛନ୍ତି । ଆଜିକାର ଲେଖାରେ କିନ୍ତୁ ମାମଲା ଟିକିଏ ଭିନ୍ନ ।

ଏଠାରେ ପ୍ରେମିକ ବିବାହ କରିବାରୁ ମନା କରିବାରୁ ୬ ଜଣ ଆହତ ଯୁବତୀ ବିଷ ଖାଇଛନ୍ତି । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଏହି ଘଟଣା ବିହାର ଔରଙ୍ଗାବାଦର ଅଟେ । ଯେଉଁଠି ଜଣେ ଯୁବକ ପାଇଁ ୬ ଜଣ ଯୁବତୀ ବିଷ ପିଇଛନ୍ତି । ୩ ଜଣଙ୍କର ଏବେ ସୁଦ୍ଧା ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଥିବା ସୂଚନା ରହିଛି ।

ତେବେ ଘଟଣା ଅନୁଯାୟୀ ଏସପି କାନ୍ତେଶ କୁମାର ମିଶ୍ରାଙ୍କ ମୁତାବିକ ଜଣେ ଝିଅର ସମ୍ପର୍କ ତାଙ୍କ ଭାଇଙ୍କ ଶଳା ସହିତ ଥିଲା । ତେଣୁ ଯେତେବେଳେ ଝିଅଟି ନିଜର ଅନ୍ୟ ସାଙ୍ଗଙ୍କ ସହ ଯୁବକଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲା ଯୁବକ ଜଣକ ପ୍ରସ୍ତାବକୁ ଖାରଜ କରିଥିଲା । ତେଣୁ ପ୍ରଥମେ ପ୍ରସ୍ତାବ ଦେଇଥିବା ଯୁବତୀ ଜଣକ ବିଷ ପିଇଥିଲେ ଏବଂ ଘଟଣା ଜାଣିବା ପରେ ଅନ୍ୟ ପାଞ୍ଚ ଜଣ ଯୁବତୀ ମଧ୍ୟ ବିଷ ପିଇଛନ୍ତି ।

ତେବେ ସବୁକିଛି ଜଣା ପଡ଼ିବା ପରେ ଗୁରୁତର ଅବସ୍ଥାରେ ତିନି ଜଣ ଯୁବତୀଙ୍କୁ ମଗଧ ମେଡିକାଲରେ ଭର୍ତ୍ତି କରାଯାଇଛି ମାତ୍ର ଅନ୍ୟ ତିନି ଯୁବତୀଙ୍କ ମୃତ୍ୟୁ ହୋଇଛି । ଯାହାଦ୍ୱାରା ସାରା ଗାଁ ରେ ଦୁଃଖର ଛାୟା ଖେଳି ଯାଇଛି । ତେବେ ଏପରି ଘଟଣା ଶୁଣି ଲୋକେ ଆଦୌ ବିଶ୍ୱାସ କରି ପାରି ନାହାଁନ୍ତି । କାରଣ କୌଣସି ସାଧାରଣ କଥାକୁ ନେଇ ଜଣେ ନୁହେଁ ବରଂ ୬ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

Leave a Reply

Your email address will not be published. Required fields are marked *