ସ୍କୁଲ ପିଲାମାନଙ୍କ ସହ ମିଶି ନାଚିଲେ ଦିଦି : ଦେଖନ୍ତୁ ଭିଡ଼ିଓ

ଏ ଦୁନିଆଁରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଆଉ ସମସ୍ତଙ୍କର ପାଠ ପଢାଇବା ଶୈଳୀ ମଧ୍ୟ ଅଲଗା ପ୍ରକାରର ହୋଇଥାଏ । କିଏ ବହୁତ ମଜା କରି ପାଠ ପଢ଼ାଇଥାନ୍ତି ତ ଆଉ କିଏ ଶ୍ରେଣୀ ଗୃହକୁ ଆସି ଖାଲି ପାଠ ପଢ଼ାଇ ଚାଲି ଯାଆନ୍ତି । କିନ୍ତୁ ଏହି ପଦ୍ଧତି ଦ୍ୱାରା ପିଲାମାନଙ୍କର ଅଧିକ ପାଠ ମନେ ରହେନାହିଁ । ପିଲାମାନଙ୍କ ସହ ଭଲ ସମ୍ପର୍କ ରଖିଲେ ଆଉ ଶ୍ରେଣୀଗୃହରେ ମଜାମସ୍ତି କରି ପାଠ ପଢ଼ାଇଲେ , ପିଲାମାନେ ପାଠରେ ଅଧିକ ମନ ଦେଇଥାନ୍ତି ଆଉ ଭଲ ପଢ଼ିଥାନ୍ତି ।

ତେବେ ବର୍ତ୍ତମାନର ସୋସିଆଲ ମିଡିଆ ଜମାନାରେ କୌଣସି ନା କୌଣସି ଜିନିଷ ଭାଇରାଲ ହୋଇଯାଉଛି । ଛୋଟ ଛୋଟ ଜିନିଷ ମଧ୍ୟ ଭାଇରାଲ ହୋଇଯାଉଛି । ଆଉ ଲୋକମାନଙ୍କର ବିଭିନ୍ନ ପ୍ରକାରର ମତ ଦେଖିବାକୁ ମିଳୁଅଛି । ଲୋକେ ସେଗୁଡିକୁ ଅତ୍ୟନ୍ତ ଭଲପାଇବା ଦେବା ସହ ଲାଇକ ମଧ୍ୟ କରୁଛନ୍ତି ଆଉ ଘରେ ବସି କିମ୍ବା ଯେଉଁଠି ହେଲେ ବି ଭିଡିଓ ଗୁଡିକୁ ଉପଭୋଗ କରି ପାରୁଛନ୍ତି । ତେବେ ନିକଟରେ ମଧ୍ୟ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଅଛି , ଯାହା ଅତ୍ୟନ୍ତ ମଜାଳିଆ ଅଟେ । ଏହି ଭିଡିଓରେ ଆପଣ ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନାଚୁ ଥିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ସୂଚନା ମୁତାବିକ , ଭିଡିଓଟି ଓଡ଼ିଶାର ବୋଲି ଜଣାପଡୁଛି କିନ୍ତୁ ପ୍ରକୃତରେ ଏହା କେଉଁ ସ୍ଥାନର ତାହା ଏଯାଏଁ ଜଣା ପଡ଼ିନାହିଁ । ତେବେ ଏହି ଭିଡିଓଟି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । କାହିଁକିନା ଶିକ୍ଷୟିତ୍ରୀ ଜଣକ ଶ୍ରେଣୀଗୃହ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାନଙ୍କ ସହ ନାଚୁ ଥିବାର ନଜର ଆସିଛନ୍ତି । ତେବେ ଏଭଳି ଏକ ସମୟ ଥିଲା , ଯେତେବେଳେ ବିଦ୍ୟାଳୟରେ କେବଳ ପାଠପଢା ହେଉଥିଲା ଆଉ ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କୁ ଦେଖି ଭୟରେ ଥରି ଉଠୁଥିଲେ । କିନ୍ତୁ ବର୍ତ୍ତମାନର ସମୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ।

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ମଧ୍ୟରେ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କ ସହ ମିଶି ନାଚ ଗୀତ କରୁଛନ୍ତି ଏବଂ ଅତ୍ୟନ୍ତ ଉପଭୋଗ ମଧ୍ୟ କରୁଛନ୍ତି । ତେବେ ଶିକ୍ଷୟିତ୍ରୀ ଜଣକ ଏକ ସମ୍ବଲପୁରୀ ଗୀତର ତାଳେତାଳେ ପିଲାମାନଙ୍କ ସହ ମିଶି ନାଚୁଛନ୍ତି । ତେବେ ଭିଡିଓଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଅଛି । ଲୋକେ ଏହି ଭିଡ଼ିଓକୁ ଅତ୍ୟନ୍ତ ପସନ୍ଦ ମଧ୍ୟ କରୁଛନ୍ତି ଆଉ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *