ହାଇଦ୍ରାବାଦ ଭୟାବହତା ପରେ ଓଡ଼ିଶା ସରକାରଙ୍କ ବଡ଼ ନିର୍ଦେଶ । ରାସ୍ତାରୁ ହଟାଯିବ ସବୁ ବୁଲା କୁକୁର…

ବର୍ତ୍ତମାନ ସମୟରେ ବୁଲା କୁକୁରର ଭୟ କାହିଁକି ରହିଛି , ତାହା ପ୍ରାୟ ସମସ୍ତେ ଜାଣିଥିବେ । କାରଣ ହାଇଦ୍ରାବାଦରେ ଏଭଳି ଏକ ଘଟଣା ଘଟିଛି ଯାହାକୁ କେହିବି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଏକ କୁନି ଶିଶୁକୁ ବୁଲା କୁକୁର ମାନେ ଏଭଳି ଝୁଣି ଝୁଣି ମାରିଛନ୍ତି , ଯାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ଯେଉଁ ଘଟଣା ପରେ ବର୍ତ୍ତମାନ ସରକାର ଓଡ଼ିଶାର ସବୁ ଜିଲ୍ଲା ସମସ୍ତ ୩୦ ଟି ଜିଲ୍ଲାକୁ ରାସ୍ତାରୁ ବୁଲା କୁକୁର ହଟାଇବାକୁ ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ସେ ଟ୍ୱିଟ କରିଛନ୍ତି ।

ତେବେ ଘଟଣା ଏହା ଥିଲା ଯେ ଗତ କିଛିଦିନ ତଳେ ହାଇଦ୍ରାବାଦରେ ଏକ ୪ ବର୍ଷର ଶିଶୁକୁ ରାସ୍ତାରେ ବୁଲୁଥିବା କିଛି କୁକୁର ଝୁଣି ଝୁଣି ମାରି ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇ ୩୦ ଟି ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବା ସହିତ ବୁଲା କୁକୁରଙ୍କୁ ହଟାଇବାକୁ କଡ଼ା ନିର୍ଦେଶ ଜାରି କରିଛନ୍ତି ଏବଂ ଏହାକୁ କାମରେ ଲଗାଇବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି । ତେବେ କହିବାକୁ ଗଲେ ହାଇଦ୍ରାବାଦର ସେହି ହୃଦୟ ବିଦାରକ ଘଟଣାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

ଯାହାକୁ ବାସ୍ତବରେ କେହିବି ଆଶା କରି ନଥିଲେ । ଚାରି ବର୍ଷର ପିଲାଟି ଯେତେବେଳେ ରାସ୍ତାରେ ଯାଉଥିବା ସମୟରେ ହଠାତ କିଛି ବୁଲା କୁକୁର ଦୌଡ଼ି ଆସି ତାଉପରକୁ ମାଡି ଯାଇଥିଲେ । ଏମିତିକି ତାକୁ କାମୁଡ଼ିବାରେ ଲାଗିଥିଲେ । ପିଲାଟିର ପେଟକୁ ବାରମ୍ବାର କାମୁଡ଼ି ଥିଲେ ।

ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସତ । କିନ୍ତୁ ସେତେବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା । ଯେଉଁ ଘଟଣା କି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ପୁଣି ଏହା ପୂର୍ବରୁ ନୋଏଡାରେ ଏକ ବର୍ଷର ଶିଶୁ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା ଯେଉଁଠି ବୁଲା କୁକୁର ଏକ ବର୍ଷର ଶିଶୁ ଉପରକୁ ଆକ୍ରମଣ କରି ମାରି ଦେଇଥିଲେ ।

ତେବେ ଏଭଳି ଦୁଇ ଦୁଇଟି ଘଟଣା ଘଟିବା ପରେ ସରକାର ଏଭଳି ଏକ କଡ଼ା ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଅନୁଯାୟୀ ଏଭଳି ଘଟଣା ଆଗକୁ ହେବା ଉଚିତ ନୁହେଁ । ଏମିତିକି ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଯେ ଯେଉଁମାନେ ନିୟମିତ ଭାବରେ ବିଲେଇ କୁକୁର ମାନଙ୍କୁ ଖାଇବାକୁ ଦିଅନ୍ତି ସେମାନଙ୍କୁ ଟୀକାକରଣ ପାଇଁ ଦାୟୀ କରାଯାଇ ପାରିବ । ଏହାବ୍ୟତୀତ ଯଦି ସେହି ପାଳିତ ପଶୁ କାହାକୁ ଆକ୍ରମଣ କରନ୍ତି ତେବେ ସେହିମାନେ ହିଁ କ୍ଷତିପୂରଣ ଦେବେ । ଯେଉଁ ନିଷ୍ପତ୍ତିକୁ କଠିନ ଭାବରେ ଗ୍ରହଣୀୟ କରିବା ପାଇଁ ସରକାର କଡ଼ା ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *