ନିର୍ବାଚନରେ ଜିତିବା ଖୁସି କରିଦେଲା ଆତ୍ମହରା , ମଦ ପିଇ ଗଡ଼ିଲେ ବ୍ୟକ୍ତି

ସାରା ରାଜ୍ୟରେ ନିର୍ବାଚନ ଶେଷ ହୋଇସାରିଲାଣି ଆଉ ଭୋଟ ଗଣତି ଚାଲିଅଛି । ତେବେ ଏହି ଭୋଟ ଗଣତି ମଧ୍ୟରେ କେଉଁଠି ବିଜେଡି ଆଗୁଆ ରହିଛି ତ ଆଉ କେଉଁଠି କଂଗ୍ରେସ ଆଉ ପୁଣି କେଉଁଠି ବିଜେପି । ତେବେ ଏଥର ନିର୍ବାଚନରେ କେହି କାହାକୁ ଛାଡି ନଥିଲେ । ଏଥର ନିର୍ବାଚନରେ ଶହେ ଶହେ ରେ ଟକ୍କର ଦେଇଥିଲେ ବିଭିନ୍ନ ଦଳ । ତେବେ ଏ ସବୁ ପରେ କିଏ ଆଗକୁ ଆଗେଇ ପାରିଲା ତ ଆଉ କିଏ ପଛରେ ରହିଗଲା । ଭୋଟ ଗଣତି ଶେଷ ହେବା ପରେ ବିଜୟ ପ୍ରାର୍ଥୀ ମାନଙ୍କର ଖୁସି ମନାଇବା ଶୈଳୀ ମଧ୍ୟ ଅଲଗା ପ୍ରକାରର ଥିଲା ।ସମସ୍ତେ ନିଜ ନିଜ ଢଙ୍ଗରେ ନିଜ ଖୁସିକୁ ଦେଖାଇଥିଲେ ।

ତେବେ ଏ ସବୁ ମଧ୍ୟରେ ଏଭଳି ଏକ ଘଟଣା ଘଟିଅଛି , ଯାହାକୁ ଦେଖି ଆପଣ ହସି ହସି ବେଦମ ହୋଇଯିବେ । ଭୋଟ ଗଣନା ଶେଷ ହେବା ପରେ ବିଜୟ ହୋଇଥିବା ପ୍ରାର୍ଥୀ ଯେତିକି ଖୁସି ନଥିଲେ ତାଙ୍କ ଠାରୁ ଶହେ ଗୁଣର ଅଧିକ ଖୁସି ଥିଲେ ସେହି ଦଳର ଜଣେ ବ୍ୟକ୍ତି । ଆଉ ସେହି ଖୁସିକୁ ଜାହିର କରିବାପାଇଁ ସେ ତଣ୍ଟି ପର୍ଯ୍ୟନ୍ତ ମଦ ପିଇ ମାଟି ଉପରେ ଉପର ତଳ ହୋଇ ଗଡିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ତାଙ୍କୁ କେହି ମଧ୍ୟ ଉଠାଇବାକୁ ଆସୁନଥିଲେ ବରଂ ତାଙ୍କ ପାଖରେ ଛିଡା ହୋଇ ତାଙ୍କର ଏହି କାରନାମାକୁ ଉପଭୋଗ କରୁଥିଲେ । ତେବେ ଅନ୍ୟପକ୍ଷରେ ବ୍ୟକ୍ତି ଜଣକ ଛତା ଚିହ୍ନ ଜିନ୍ଦାବାଦ କହି କହି ଗଡି ଯାଉଥିଲେ ।

ଏହାବ୍ୟତୀତ ବ୍ୟକ୍ତି ଜଣକ ଆହୁରି ମଧ୍ୟ କହୁଥିଲେ କି , ଆମ ଚାଷୀ ନେତା ଜିତିଗଲେ । ଆମ ତାଙ୍କ ପାଇଁ ବହୁତ ଲଢ଼ିଥିଲୁ ଆଉ ଶେଷରେ ସେ ଜିତି ଯାଇ ଆମ ମନ କିଣିନେଲେ । ଆମ ସରପଞ୍ଚ ଜିତିଗଲେ । ତେବେ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ସରପଞ୍ଚଙ୍କ ପାଇଁ ଖୁସି ଅଭିବ୍ୟକ୍ତ କରୁଥିବା ଏହି ଦୃଶ୍ୟ ଥିଲା ଜଣେ ଭୋଟରଙ୍କର । ଜିତିବା ଖୁସିରେ ଭୂଇଁ ଉପରେ ଏ ପଟରୁ ସେପଟ ଗଡି ଯାଉଛନ୍ତି ବ୍ୟକ୍ତି ଜଣକ । ତେବେ ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାର ବଲ୍ଲିକା ବ୍ଲକ ଠାରେ ଦେଖିବାକୁ ମିଳିଅଛି ।

ଏହି ବ୍ଲକର ଭଣ୍ଡାର ପଞ୍ଚାୟତରେ ସରପଞ୍ଚ ପାର୍ଥିନୀ ରଶ୍ମିତା ବାଗ ବିଜୟ ଲାଭ କରିଛନ୍ତି । ଆଉ ସେହି ଖୁସିକୁ ମନ ଭରି ଉପଭୋଗ କରିବାପାଇଁ ଏହି ବ୍ୟକ୍ତି ଜଣକ ମାଟି ଉପରେ ଗଡ଼ି ଯାଉଛନ୍ତି । ତେବେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଅଛି । ଭିଡିଓରେ ବ୍ୟକ୍ତି ଜଣଙ୍କୁ ଖୁସିରେ ଆତ୍ମହରା ହୋଇ ମାଟି ଉପରେ ଗଡୁଥିବାର ଦେଖିବାକୁ ମିଳିଅଛି । ଏହି ଭିଡ଼ିଓରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଅଛି ।

ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ଦିନର ଗଣତି ଚାଲିଅଛି । ତେବେ ପ୍ରଥମ ଦିନରେ ୩୧୫ଟି ଜୋନ ମଧ୍ୟରୁ ୩୧୪ଟିର ଫଳାଫଳ ପ୍ରକାଶ ପାଇଛି । ସେଥି ମଧ୍ୟରୁ ବିଜେଡି ୨୮୧ଟି ଆସନରେ ବିଜୟ ହୋଇଛି । ଅର୍ଥାତ ବିରୋଧୀ କଂଗ୍ରେସ ଆଉ ବିଜେପିକୁ ମାତ୍ ଦେଇ ବିଜେଡି ପାଖାପାଖି ୯୦ ପ୍ରତିଶତ ଆସନରେ ଆଗୁଆ ହୋଇ ରହିଛି । ଆଉ ମାତ୍ର ଗୋଟିଏ ଫଳାଫଳ ଆସିନାହିଁ । ତେବେ ଅନ୍ୟପକ୍ଷରେ ବିଜେପି ଏବଂ କଂଗ୍ରେସ ବହୁତ ପଛରେ ପଡି ଯାଇଛନ୍ତି । ବିଜେପି ୧୫ ଆଉ କଂଗ୍ରେସ ମାତ୍ର ୧୪ଟି ଆସନରେ ବିଜୟ ଲାଭ କରିଛି । ଠିକ୍ ସେହିଭଳି ସ୍ୱାଧୀନ ପାର୍ଥି ୨ଟି ଆଉ ଅନ୍ୟାନ୍ୟ ପାର୍ଥି ୨ଟି ଆସନରେ ବିଜୟ ଲାଭ କରିଛି ।

Leave a Reply

Your email address will not be published. Required fields are marked *