ବୈରାଗୀଙ୍କ ପାଖରେ ପହଞ୍ଚିଲେ ସୁପରଷ୍ଟାର ସିଦ୍ଧାନ୍ତ , କାନ୍ଦି ପକାଇଲେ ବୈରାଗୀ

ଦୀର୍ଘ ୩୦ ବର୍ଷ ତଳର ଭଲ ପାଇବା । ଦୀର୍ଘ ୩୦ ବର୍ଷ ତଳେ ଏକାଠି କାମ କରିବା ଆଉ ସେ ସବୁ ମନେ ପଡ଼ି ଯାଇଛି ଏବେ । ସିଦ୍ଧାନ୍ତ ମହାପାତ୍ର ନିଜ ସାଙ୍ଗ ତଥା ତାଙ୍କ ସହିତ ଫିଲ୍ମରେ ନାଚୁଥିବା ବୈରାଗୀଙ୍କୁ ଦେଖା କରିବା ପାଇଁ ଯାଇ ଭୁବନେଶ୍ୱରରେ ପହଞ୍ଚି ଯାଇଛନ୍ତି । ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ବୈରାଗୀଙ୍କ ବିଷୟରେ ଭାଇରାଲ ହୋଇଥିଲା । ଯିଏ ତାଙ୍କ ଯୁବକ ବେଳର କଥା କହିଥିଲେ । ଏକଦା ସେ ବଡ ବଡ ହିରୋ ମାନଙ୍କ ସହିତ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ପରିସ୍ଥିତି ବାଧ୍ୟ କରିଛି ଯେଉଁଥିପାଇଁ ସେ ଫାଷ୍ଟଫୁଡ୍ ଦୋକାନ ଚଳାଉଛନ୍ତି ।

ତେବେ ସେ ସାକ୍ଷାତକାର ସମୟରେ ନିଜ ବନ୍ଧୁ ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ କହିଥିଲେ । ଆଉ ସେହି ଭିଡିଓ ସିଦ୍ଧାନ୍ତ ନିଜ ସ୍ତ୍ରୀଙ୍କ ପାଖରୁ ଘରେ ଦେଖିଥିଲେ। ଯାହା ପରେ ସେ ବର୍ତ୍ତମାନ କଟକ ଯାଇ ପହଞ୍ଚି ଯାଇଛନ୍ତି । ଆଉ ତାଙ୍କ ସହିତ ସେୟାର କରିଛନ୍ତି ସେହି ପୁରୁଣା ଦିନର କଥା । ଯେତେବେଳେ ସେମାନେ ସୁଟିଂ ସେଟରେ ମସ୍ତି କରୁଥିଲେ । “ପଥର ଖସୁଛି ବଡ ଦେଉଳରୁ” , “ସୁନା ପଞ୍ଜୁରୀ” ଭଳି ଅନେକ ଭଲ ଭଲ ଚଳଚିତ୍ରରେ ଏକାଠି କାମ କରିଛନ୍ତି ସେମାନେ ।

ତେବେ କଟକ ପହଞ୍ଚି ବୈରାଗୀଙ୍କୁ ସରପ୍ରାଇଯ ଦେଇଥିଲେ ସିଦ୍ଧାନ୍ତ । ଆଉ ଯାହା ପରେ ସିଦ୍ଧାନ୍ତଙ୍କୁ ଦେଖି ଆଖିରୁ ଲୁହ ଝରାଇ ପକାଇଥିଲେ ବୈରାଗୀ । ଅନ୍ୟ ପକ୍ଷରେ ସିଦ୍ଧାନ୍ତ ମଧ୍ୟ ତାଙ୍କୁ କୁଣ୍ଢାଇ ପକାଇ ଥିଲେ । ଆଉ କହିଥିଲେ ମୁଁ ତୋ ସହିତ ସବୁବେଳେ ଅଛି । ମନ ଦୁଃଖ କରିବାର କିଛି ନାହିଁ । ଅନ୍ୟ ପକ୍ଷରେ ଆଉ କିଏ କିଏ ତାଙ୍କୁ ଦେଖା କରିବାକୁ ଆସିଥିଲେ ବୋଲି ସେ ପଚାରିଥିଲେ । ତେବେ ନିଶ୍ଚିତ ଭାବରେ ପରିସ୍ଥିତି ମଣିଷକୁ ବଦଳାଇ ଦେଇଥାଏ ବୋଲି ସିଦ୍ଧାନ୍ତ ନିଜ ସାଙ୍ଗକୁ କହିଛନ୍ତି ।

କିଛି ଚିନ୍ତା କରିବାର ନାହିଁ । ସେହି ଭଗବାନ ତୋ ସହିତ ଅଛନ୍ତି ବୋଲି ସିଦ୍ଧାନ୍ତ କହିଥିଲେ । ତେବେ ଏତେ ବର୍ଷ ପରେ ଦୁଇ ସାଙ୍ଗଙ୍କ ମିଳନ ହୋଇଥିଲା । ଆଉ ଓଲିଉଡର ଏହି ସୁପରଷ୍ଟାର ଜଣଙ୍କୁ ଦେଖା କରିବା ପାଇଁ ସେଠାରେ ଅନେକ ଲୋକଙ୍କ ଭିଡ ଜମି ଯାଇଥିଲା । ଲୋକ ମାନଙ୍କ ସହିତ ସିଦ୍ଧାନ୍ତ ଅନେକ କଥାବାର୍ତ୍ତା କରିଥିଲେ । ଆଉ ବୈରାଗୀଙ୍କ ସହିତ ମଧ୍ୟ କଥା ହୋଇଥିଲେ । ତେବେ ଏହି ଦୁଇ ସାଙ୍ଗଙ୍କ ଅନେକ କଥାବାର୍ତ୍ତା ଦେଖି ଲୋକେ ଅତ୍ୟନ୍ତ ଖୁସି ହୋଇଥିଲେ ।

Leave a Reply

Your email address will not be published. Required fields are marked *