ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା , ଜାଣନ୍ତୁ କାହାକୁ କେତେ ଟଙ୍କା ଦେବାକୁ ପଡିବ

ସାରା ଓଡ଼ିଶାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ ଯୋଜନା । ସରକାର ଗରିବ ଲୋକଙ୍କ ଯାତାୟାତ ପାଇଁ ଅନେକ ନୂଆ ନୂଆ ସୁବିଧା ଆରମ୍ଭ କରୁଛନ୍ତି । ତେବେ ପୁଣିଥରେ ଏପରି କିଛି ଆରମ୍ଭ କରିଛନ୍ତି ସରକାର ଆଉ ତାହା ହେଲା ଲକ୍ଷ୍ମୀ ବସ ଯୋଜନା । ଲୋକେ ଯେମିତି ଆରାମରେ ଗାଆଁ ରୁ ସହର ପର୍ଯ୍ୟନ୍ତ ଯାତାୟାତ କରି ପାରିବେ ଖାସ ସେଥିପାଇଁ ଆରମ୍ଭ ହୋଇଛି ଏହି ଯୋଜନା । ତେବେ ଏହି ବସରେ ଯାତାୟାତ କରିବା ପାଇଁ ଏଥିରେ କେତେ ଟଙ୍କା ଭଡ଼ା ରହିଛି , ତାହା ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।ତେବେ ଆସନ୍ତୁ ସେ ବିଷୟରେ ସଂପୂର୍ଣ୍ଣ ଭାବରେ ଜାଣି ନେବା ।

ସହର ଏବଂ ପ୍ରତି ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଗାଆଁ ରୁ ସହରକୁ ଚାଲିଛି ଲକ୍ଷ୍ମୀ ବସ୍ ଯୋଜନା । ତେବେ ଏହି ଯୋଜନାରେ କେତେ ରହିବ ବସ୍ ଭଡା ଆଉ ଯାତ୍ରୀ ମାନଙ୍କୁ ଏଥିରେ କେତେ ଟଙ୍କା ଦେବାକୁ ପଡିବ ସେ ନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ତେବେ ସୂଚନା ଅନୁସାରେ , ସରକାରଙ୍କ ଏହି ଲକ୍ଷ୍ମୀ ବସ୍ ଯୋଜନାରେ ଭିନ୍ନ ଭିନ୍ନ ଭଡ଼ା ଧାର୍ଯ୍ୟ କରାଯାଇଛି । ଆଉ ଏହା ପାଇଁ ଏକ ଭିନ୍ନ ସାରଣୀ ମଧ୍ୟ ରହିଛି । ସରକାରଙ୍କ ଅନୁଯାୟୀ , ବ୍ଲକ ସ୍ତରୀୟ ଯୋଗାଯୋଗ ପାଇଁ ନନ ଏସି ବସରେ ୧୦ କିଲୋମିଟର ପାଇଁ ୫ ଟଙ୍କା ଯାତାୟାତ ଫି ଧାର୍ଯ୍ୟ କରାଯାଇଛି ।

ସେହି ପରି ୧୧ ରୁ ୨୦ କିଲୋମଟର ପାଇଁ ୧୦ ଟଙ୍କା । ୨୧ ରୁ ୪୦ କିଲୋମିଟର ପାଇଁ ୨୦ ଟଙ୍କା ଦେବାକୁ ପଡିବ । ୪୧ ରୁ ୬୦ କିଲୋମଟର ଯାତ୍ରା ପାଇଁ ୨୫ ଟଙ୍କା ଏବଂ ୬୧ ରୁ ୮୦ କିଲୋମଟର ଯାତ୍ରା ପାଇଁ ୩୦ ଟଙ୍କା ଦେବାକୁ ପଡିବ । ସେହି ଭଳି ଜିଲ୍ଲାସ୍ଥରୀୟ ଯୋଗାଯୋଗ କ୍ଷେତ୍ରରେ ୧୦ କିଲୋମିଟର ଯାତାୟାତ ପାଇଁ ଏହି ମୂଲ୍ୟ ୧୦ ଟଙ୍କା ରହିଥିବା ବେଳେ ୧୧ ରୁ ୨୦ କିଲୋମିଟର ଯାତ୍ରା ପାଇଁ ୨୦ ଟଙ୍କା ଏବଂ ୨୧ ରୁ ୪୦ କିଲୋମିଟର ଯାତ୍ରା ପାଇଁ ୪୦ ଟଙ୍କା ଦେବାକୁ ପଡିବ ।

ଅନ୍ୟ ପକ୍ଷରେ ୪୧ ରୁ ୬୦ କିଲୋମିଟର ଯାତ୍ରା ପାଇଁ ୬୦ ଟଙ୍କା ଏବଂ ୬୧ ରୁ ୮୦ କିଲୋମିଟର ଯାତ୍ରା ପାଇଁ ୮୦ ଟଙ୍କା ଦେବାକୁ ପଡିବ। ଏହା ବ୍ୟତୀତ ମହିଳା , ଛାତ୍ରଛାତ୍ରୀ ଏବଂ ଦିବ୍ୟାଙ୍ଗ ପାଇଁ ଏଥିରେ ରିହାତି ଦିଆଯାଇଛି । ମହିଳା ମାନଙ୍କୁ ବ୍ଲକ ସ୍ତରରେ ଯୋଗାଯୋଗ ପାଇଁ ଏହା ୫ ଟଙ୍କା ରହିଥିବା ବେଳେ ଜିଲ୍ଲା ସ୍ତରରେ ଏହା ୧୦ ଟଙ୍କା ରହିଛି । ସେହିପରି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏହି ଟଙ୍କା ସମାନ ରହିଛି । ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ଟଙ୍କା ୫ ଟଙ୍କା ରହିଛି । ସେହି ପରି ଜିଲ୍ଲା ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୧୦ ଟଙ୍କା ବସ୍ ଭଡା ଧାର୍ଯ୍ୟ କରିଛନ୍ତି ସରକାର ।

Leave a Reply

Your email address will not be published. Required fields are marked *