ମତ୍ସ୍ୟଜୀବୀଙ୍କୁ ଆକ୍ର-ମଣ କଲା ୧୩ ଫୁଟର ଘଡ଼ିଆଳ କୁମ୍ଭୀର । କାଠ ଗଣ୍ଡି ଭାବି ବସି ପଡ଼ିଥିଲେ ମତ୍ସ୍ୟଜୀବୀ ।

ଗତ କିଛିଦିନ ହେବ ସାରା ଦେଶରେ କୁମ୍ଭୀର ଆ-ତଙ୍କ ଦେଖା ଦେଇଛି । ଆଉ ଏଥିପାଇଁ ଏକାଧିକ ଜୀବନ ମଧ୍ୟ ଗଲାଣି । ଏହାରି ମଧ୍ୟରେ ଆଉ ଏକ ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି । ସକାଳୁ ସକାଳୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ଚାଲି ଚାଲି ଥକି ପଡ଼ିଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ନଜର ବେଳାଭୂମିରେ ପଡ଼ିଥିବା ଏକ କାଠ ଗଣ୍ଡି ଉପରେ ପଡ଼ିଥିଲା । ତେବେ ଦୌଡ଼ି ଯାଇ କାଠ ଗଣ୍ଡି ଉପରେ ବସନ୍ତେ , କିନ୍ତୁ ତାହା କାଠ ଗଣ୍ଡି ନଥିଲା । ତାହା ଏକ ବିଶାଳ କାୟ କୁମ୍ଭୀର ଥିଲା । ଯାହାର ଲମ୍ବ ପ୍ରାୟ ୧୩ ଫୁଟ ହେବ ।

ତେବେ କୁମ୍ଭୀରଟି ପାଟି ମେଲାଇ ମତ୍ସ୍ୟଜୀବୀଙ୍କ ଆଡ଼କୁ ଦୌଡ଼ି ଆସିଥିଲା ଏବଂ ବ୍ୟକ୍ତି ଜଣଙ୍କ ଉପରକୁ ଆକ୍ର-ମଣ କରିଥିଲା । ବ୍ୟକ୍ତି ଜଣକ କିଛି ଭାବିବା ଆଗରୁ କୁମ୍ଭୀର ବ୍ୟକ୍ତି ଜଣକୁ ଆକ୍ର-ମଣ କରି ଚାଲିଥିଲା । ତେବେ ଜୀବନ ବିକଳରେ ବ୍ୟକ୍ତି ଜଣକ ଚି-ତ୍କାର କରିବାରୁ ତାଙ୍କ ସାଥି ମାନେ ଦୌଡ଼ି ଆସିଥିଲେ ଏବଂ ଏଭଳି ତାଙ୍କ ସାଙ୍ଗକୁ କୁମ୍ଭୀର ଖାଇ ଯାଉଥିବାର ଦେଖି ଭ-ୟଭୀ-ତ ହୋଇ ଯାଇଥିଲେ ।

ତେବେ ସେମାନେ ମତ୍ସ୍ୟଜୀବୀ ଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ଦୀର୍ଘ ସମୟର ଅ-କ୍ଳାନ୍ତ ପରିଶ୍ରମ ପରେ ମତ୍ସ୍ୟଜୀବୀ ଜଣକ କୁମ୍ଭୀର ମୁହଁରୁ ଖସି ଆସିବାକୁ ସଫଳ ହୋଇଥିଲେ । ଏହାପରେ ଅନ୍ୟ ମତ୍ସ୍ୟଜୀବୀ ମାନେ ଏକ ଦୌଡ଼ି ସାହାଯ୍ୟରେ କୁମ୍ଭୀରଟିକୁ କାବୁ କରିଥିଲେ ।

ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ତାଳସାରି ବେଳଭୂଇଁରେ ଏଭଳି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି । ଏତେ ବଡ଼ କୁମ୍ଭୀରକୁ ଦେଖି ସମସ୍ତେ ଭ-ୟଭୀ-ତ ହେବା ସହିତ ଉଦୟଗିରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବନ ବିଭାଗର ୧୩ ଜଣିଆ କର୍ମଚାରୀ ଆସି ୧୩ ଫୁଟଟ କୁମ୍ଭୀରକୁ ଉ-ଦ୍ଧାର କରିଛନ୍ତି ।

ତେବେ କୁମ୍ଭୀରର ଲମ୍ବ ୧୩ ଫୁଟ ହୋଇଥିବା ବେଳେ ତାହା ଏକ ଘଡ଼ିଆଳ ପ୍ରଜାତିର କୁମ୍ଭୀର ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କହି ରଖିବୁ ଯେ ତାଳସାରି ବେଳଭୂଇଁରେ ଏକାଧିକ ପର୍ଯ୍ୟଟକ ପ୍ରତ୍ୟେକ ଦିନ ଗାଧାନ୍ତି । କିନ୍ତୁ ଆଜି ଏଭଳି ଘ-ଟଣା ଘଟିବା ପରେ ଲୋକଙ୍କ ମନରେ ଭ-ୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *