କି ଯୁଗ ହେଲା…. ଶେଷରେ ବିଲେଇ ନାଁରେ ହେଲା ଏ-ତଲା….

କୁକୁର ଆଉ ବିଲେଇକୁ ଆମେ ଗୃହପାଳିତ ପଶୁ ବୋଲି କହୁ। ସେଥିପାଇଁ ଆମେ ସେମାନଙ୍କୁ ଘରେ ରଖୁ। କିନ୍ତୁ ଆଜିକାଲି କିଛି ସ୍ତ୍ରୀ ଲୋକଙ୍କ କହିବା ଅନୁସାରେ କୁକୁର,ବିଲେଇକୁ ନୁହେଁ ବରଂ ବାଘ ଏବଂ ଭାଲୁକୁ ଘରେ ରଖିବା କଥା। ହଁ ଆଜ୍ଞା ଏମିତି ଏକ ଅଦ୍ଭୁତ ଘ-ଟଣା ଦେଖିବାକୁ ମିଳିଛି ଛତ୍ରପୁର ୱାଡ ନମ୍ବର ୧୦ ରେ।

ଛତ୍ରପୁର ୱାଡ ନମ୍ବର ୧୦ ର ସ୍ଥାନୀୟ ବାସିନ୍ଦା ମଞ୍ଜୁବାଳା ପାଣିଗ୍ରାହୀ ଗତ ୬-୭ ବର୍ଷ ହେଲା ୨୦ ରୁ ଉର୍ଦ୍ଧ ବିଲେଇଙ୍କୁ ପାଳିଛନ୍ତି। ସେ ନିଜ ପିଲାଙ୍କ ପରି ବିଲେଇ ମାନଙ୍କର ଯତ୍ନ ନିଅନ୍ତି। ମାସକୁ ପ୍ରାୟ ୧୮-୨୦ ହଜାର ଟଙ୍କା ସେ ବିଲେଇ ମାନଙ୍କ ପଛରେ ଖର୍ଚ୍ଚ କରନ୍ତି। କିନ୍ତୁ ତାଙ୍କ ପଡୋଶୀ ରେ ରହୁଥିବା କିଛି ସ୍ତ୍ରୀ ଲୋକ ଗତ କିଛି ଦିନ ହେବ ବିଲେଇ ପାଇଁ ତାଙ୍କ ସହ ଝ-ଗଡା କରୁଛନ୍ତି।

ପଡୋଶୀ ରେ ରହୁଥିବା ୭-୯ ଜଣ ସ୍ତ୍ରୀ ଲୋକ ବିଲେଇ ପାଇଁ ମଞ୍ଜୁବାଳାଙ୍କ ସହ ଝ-ଗଡା କରି ବିଲେଇକୁ କଲୋନୀ ରୁ ବାହାର କରିଦେବାକୁ କହିଲେ କିନ୍ତୁ ମଞ୍ଜୁବାଳା ତାଙ୍କ କଥା ନ ଶୁଣିବାରୁ ସେ ଏବଂ ତାଙ୍କ ସହ ୧୦ ନମ୍ବର ୱାଡର କାଉନସିଲର ମଧ୍ୟ ବିଲେଇ ବିରୁଦ୍ଧର ଏତଲା ଦେବାକୁ ପୋ-ଲିସ୍ ଷ୍ଟେ-ସନ୍ ଯାଇଛନ୍ତି।

କଲୋନୀର ଜଣେ ସ୍ତ୍ରୀ ଲୋକ କହିଛନ୍ତି ବିଲେଇଗୁଡ଼ା ଦିନ ରାତି ସବୁବେଳେ ବୋବୋଉଛନ୍ତି। ରାତିରେ ଟିକେ ଶାନ୍ତିରେ ଶୋଇ ହଉନି। ସେମାନେ ସବୁଆଡେ ବୁଲି ବୁଲି ହଗୁଛନ୍ତି ସେଥିପାଇଁ ପୁରା କଲୋନୀ ଗନ୍ଧଉଛି। ସେଥିପାଇଁ ଘରକୁ ବନ୍ଧୁ ବାନ୍ଧବ ଏବଂ କଲୋନୀ କୌଣସି ବେପାରୀ ମଧ୍ୟ ଆସୁ ନାହାନ୍ତି। ସ୍ତ୍ରୀ ଲୋକଙ୍କ କହିବା ଅନୁସାରେ ସେ ପ୍ରଥମେ ମଞ୍ଜୁବାଳାଙ୍କୁ କହିଥିଲେ କିନ୍ତୁ ସେ ଗା-ଳି ଗୁଲଜ କରିବାରୁ ସେମାନେ ଏନ୍ଏସି ରେ କହିଲେ କିନ୍ତୁ ସେମାନେ କିଛି ପଦକ୍ଷପ ନ ନେବାରୁ ସମସ୍ତେ ମିଶି ଏସପିଙ୍କ ପାଖକୁ ଯାଇ ତାଙ୍କ ବିରୁ-ଦ୍ଧର ଏତ-ଲା ଦେଇଛୁ।

କଲୋନୀ ର ସେଇ ୮-୯ ଜଣ ସ୍ତ୍ରୀ ଲୋକଙ୍କ ଛଡ଼ା ଆଉ କେହି ମଧ୍ୟ ମଞ୍ଜୁବାଳା ଏବଂ ତାଙ୍କ ବିଲେଇମାନକ ବିରୁ-ଦ୍ଧର କିଛି କହୁ ନାହାନ୍ତି। ଜଣେ ପଡୋଶୀ କହିଛନ୍ତି ସେ ତାଙ୍କ ବିଲେଇ ଙ୍କର ବହୁତ୍ ଯତ୍ନ ନିଅନ୍ତି। ଆମ ଘରକୁ କଇଁ ସେମିତି କିଛି ଗନ୍ଧ ଆସିନି କି ବିଲେଇବି ଆମ ଘରକୁ ଆସନ୍ତିନି। ବିଲେଇ ସବୁବେଳେ ମଞ୍ଜୁବାଳାଙ୍କ ଘର ଭିତରେ ହିଁ ରୁହନ୍ତି। ସେମାନେ ବାହାରକୁ ଅସନ୍ତିନି।

ମଞ୍ଜୁବାଳାଙ୍କ କହିଛନ୍ତି ସେ ଘରେ କୋଉ ବାଘ କିମ୍ଵା ଭାଲୁ କୁ ଘରେ ରଖି ନାହାନ୍ତି ସେ ଗୋଟେ ଗୃହ ପାଳିତ ପଶୁକୁ ଘରେ ରଖିଛନ୍ତି ସେଥିପାଇଁ ସେ କାହା କଥାରେ ବିଲେଇ ମାନଙ୍କୁ ଘରୁ ବାହାର କରିବେନି।

Leave a Reply

Your email address will not be published. Required fields are marked *