ଆଶାରେ ରହିଗଲା ଖାସ ମାଂସ ଖିଆ… ମାଂସ ଖାଇବା ବଦଳରେ ଖାଇଲେ ଇଞ୍ଜେକ୍ସନ।

ଖାସ ମାଂସ ଇଛା ଛାଡ଼ିଗଲା। ବେଙ୍ଗାଲୁରୁରୁ ଘରକୁ ଆସିଥିଲେ ଯୁବକ ଜଣକ। ଆଉ ଆମିଷ ବାର ଥିବାରୁ ଘରୁ ଖାଇ ବାହାରିଥିଲେ ଖାସି ମାଂସ ଆଣିବାକୁ। ଆଉ ଭାଇ ଘରୁ ବାହାରିବା ସମୟରେ ଭଉଣୀକୁ କହି ଯାଇଥିଲେ ମସଲା କରି ରଖିଥା ଏଇ ଗଲି ଆଉ ଆସିଲି। ଖାସି ମାଂସ ଆଣିଲେ ଆମେ ରୋଷେଇ କରି ଖାଇବୁ। ଘରେ ପହଞ୍ଚିଥିଲେ ଖାସି ମାଂସ ହୋଇଥାନ୍ତା। ଆଉ ପରିବାର ଲୋକେ ବେସ ହସ ଖୁସିରେ ଖାଇଥାନ୍ତେ। କିନ୍ତୁ ଅଧାରେ ରହିଗଲା ଖାସି ମାଂସ ଖାଇବା। ମାର୍କେଟରୁ ଖାସି ମାଂସ ଆଣି କେତେ ହସଖୁସିରେ ଘରକୁ ଆସୁଥିଲେ ହେଲେ କିଏ ବା ଜାଣିଥିଲା ଖାସି ମାଂସ ଆଣି ଘରେ ପହଂଚି ପାରିବେନି ବୋଲି।

ହଁ ଆଜ୍ଞା ନିଜର ଗନ୍ତବ୍ୟ ସ୍ଥଳରେ ପହଁଚିବା ପୂର୍ବରୁ ଏମିତି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଖାସି ମାଂସ ଖାଇବା ଇଛା ମିଳେଇଗଲା। ହଁ ଆଜ୍ଞା ଖାସି ମାଂସ ଖାଇବେ କ’ଣ ସିଧା ଯାଇ ପହଁଚିଗଲେ ଡାକ୍ତରଖାନାରେ। ଆଉ ଏବେ ଖାସି ମାଂସ ବଦଳରେ ଡାକ୍ତରଖାନା ବେଡ଼ରେ ଇଞ୍ଜେକ୍ସନ ଫୁଡା ଖାଉଛନ୍ତି।

ବାହାର ଦେଶକୁ ଯାଇଥିଲେ ଯୁବକ ଜଣକ। ଘରେ ପହଁଚିବା ପରେ ପରିବାରରେ ଖୁସିର ପର୍ବ ଚାଲିଥିଲା। ସମସ୍ତେ ଖୁସିଥିଲେ କାରଣ ଘରର ରୋଜଗାରିଆ ପୁଅଟା ଅନେକ ଦିନ ପରେ ଘରକୁ ଫେରିଛି ଆଉ ସେହି କାରଣରୁ ଘରେ ଚିକେନ କରିଥାନ୍ତେ। ଘରର ରୋଜଗାରିଆ ପୁଅର ଖାସି ମାଂସ ଖାବାକୁ ମନ ବଳାଇଥିଲା। ଆଉ ଗାଁ ନିକଟରେ ଥିବା ମଟନ ଦୋକାନକୁ ଖାସି ମାଂସ ଆଣିବାକୁ ଯାଉଥିବା ବେଳେ ଯୁବକଙ୍କ ସହିତ ଏମିତି କିଛି ଘଟଣା ଘଟିଗଲା।

ହଁ ଆଜ୍ଞା ଖାସି ମାଂସ ଆଣିବାକୁ ଯାଉଥିବା ବେଳେ ଉଦଳା ଥାନା ଅନ୍ତର୍ଗତ ଚିନ୍ତାଗଡ଼ି ଛକ ନିକଟରେ ଘଟିଲା ମର୍ମନ୍ତୁତ ସଡ଼କ ଦୁର୍ଘଟଣା।ସୂଚନା ମୁତାବକ ହାତୀ ସାହି ଗାଁର ନରେନ୍ଦ୍ର ମୁଖୀଙ୍କ ପୁଅ ଚିତରଞ୍ଜନ ମୁଖୀ। ହାଇଦ୍ରାବାଦରୁ କାମ କରିବାକୁ ଯାଇ ଘରକୁ ଫେରିଥିଲେ ଆଉ ସନ୍ଧ୍ୟାରେ ମଟନ ଆଣିବାକୁ ମୁଣ୍ଡାଗଡିକୁ ଗାଁର ଅନ୍ୟ ଏକ ଯୁବକଙ୍କ ସହ ଯାଇଥିଲେ ଆଉ ମଟନ ନେଇ ଫେରୁଥିବା ସମୟରେ ପୂର୍ବରେ ଜଣେ ରାସ୍ତାରେ ମୋବାଇଲରେ କଥା ହୋଇ ହଠାତ ଗାଡି ସାମ୍ନାକୁ ପଳାଇ ଆସିବାରୁ ଘଟିଗଲା ଏମିତି ଦୁର୍ଘଟଣା।

ତେବେ ବାଇକ ଚାଳକ ତଳେ ପଡିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଯାହା ଫଳରେ ଏବେ ଉଦଳା ଡାକ୍ତରଖାନାରେ ସମସ୍ତେ ଆହତ ଅବସ୍ଥାରେ ଚିକିତ୍ସିତ ଅଛନ୍ତି। ବାଇକ ଚାଳକ ଆହତ ହୋଇଥିବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *