ଅସହ୍ୟ ହେଲା ସହିଦ ପୁଅର ବିଚ୍ଛେଦ, ଶେଷରେ ଝୁରି ଝୁରି ମା’ ବି ଚାଲିଗଲା….

ବୋର୍ଡ଼ରରେ ଅନ୍ୟ ଦେଶର ଆତଙ୍କବାଦୀ ଆଉ ଦେଶ ଭିତରେ ନକ୍ସଲ ସମସ୍ୟାର କେବେବି ଅନ୍ତ ହେବ ନାହିଁ । ଆଉ ଏହି କାରଣରୁ କେତେ ଯେ ମା’ଙ୍କ କୋଳ ଶୁନ୍ୟ ହେଉଛି । କହିବାକୁ ଗଲେ ଦେଶବାସୀ ଗର୍ବିତ ଯେ ଯବାନ ମାନେ ଦେଶକୁ ରକ୍ଷା କରିବା ପାଇଁ ନିଜ ଜୀବନ ଦେଇ ଦେଉଛନ୍ତି । କିନ୍ତୁ ଜଣେ ମା’ ର ଦୁଃଖ କେହି ବୁଝିବାକୁ ଚାହିଁଲେବି ବୁଝି ପାରିବେନି । କାରଣ ମା’ ଟିଏ ହିଁ ନିଜ ସନ୍ତାନକୁ ଖୁବ କଷ୍ଟ କରି ଜନ୍ମ ଦେଇଥାଏ । ଆଖି ଆଗରେ ସ୍ୱାମୀ ଏବଂ ଦୁଇ ପୁଅର ମୃତ୍ୟୁ ଦେଖିଥିବା ମା’ ମନରେ ନିଶ୍ଚିୟ ହଜାରେ ଥର ଭାବୁଥିବ ଯେ ଆଉ ଏଭଳି ତାର ଅନ୍ୟ ସନ୍ତାନ ତାଠାରୁ ଦୂରେଇ ନଯାଆନ୍ତୁ ।

କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ଯେ ଆଜି ପୁରା ପରିବାର ଶୁନ୍ୟ ହୋଇ ଯାଇଛି । ମା’ ପାଇଁ ପୁଅ ନାହିଁ କି ପୁଅ ପାଇଁ ମା’ ନାହିଁ । ହଁ ଆଜ୍ଞା ! ଆମେ ଆପଣଙ୍କୁ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ ଏବଂ ତାଙ୍କ ମା’ଙ୍କ କଥା କହୁଛୁ । ଗତ ୮ ଦିନ ତଳେ ଝାଡ଼ଖଣ୍ଡରେ ମାଓ ମୁକାବିଲା ବେଳେ କେନ୍ଦୁଝର ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ । ପୁଅ ସହିଦ ହେବା ପରେ ପରେ ମା’ ସୁନ୍ଦରୀ ଖୁଣ୍ଟିଆ ମଧ୍ୟ କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଇଥିଲେ । ସବୁବେଳେ ପୁଅକୁ ଝୁରି ଝୁରି କାନ୍ଦୁଥିଲେ । ଆଉ ପୁଅର ଆଠ ଦିନରେ ଆଜି ମା’ ର ମଧ୍ୟ ମୃତ୍ୟୁ ହୋଇ ଯାଇଛି । ଯାହା ଶୁଣି ଦୁଃଖ ଲାଗିବା ସହିତ ଆଶ୍ଚର୍ଯ୍ୟ ଲାଗୁଛି ।

ଆପଣ ଟିକିଏ ଚିନ୍ତା କରନ୍ତୁ ଯେ ଦୁଃଖ ଆସିବା ସମୟରେ କେଉଁ ରୂପରେ ଆସିଥାଏ । ଦୁଃଖର ଭୟଙ୍କର ରୁପ ହେଉଛି ଯେତେ ପର୍ଯ୍ୟନ୍ତ ସେ ମଣିଷକୁ ସମ୍ପୂର୍ଣ୍ଣ ବର୍ବାଦ ନକରି ଦେଇଛି । ଆଉ ଏହି ଯବାନଙ୍କ ପରିବାର ସହିତ ମଧ୍ୟ ସେହିଭଳି କିଛି ହୋଇଛି । ଦୁଇ ବର୍ଷ ପୂର୍ବରୁ ସେହି ମା’ ନିଜ ସ୍ୱାମୀର ମୃତ୍ୟୁ ନିଜ ଆଖିରେ ଦେଖିଥିଲା । ତଥାପି ନିଜ ତିନି ପୁଅଙ୍କ ମୁହଁ ଚାହିଁ ବଞ୍ଚି ଆସିଥିଲା ।

କିନ୍ତୁ ଏକ ବର୍ଷ ପରେ ବଡ଼ ପୁଅ ଏବଂ ମଝିଆ ପୁଅର ମୃତ୍ୟୁ ହେବା ପରେ ମା’ ଟି ଭାଙ୍ଗି ପଡ଼ିଥିଲା । ଆଉ ବର୍ତ୍ତମାନ ସାନ ପୁଅ ସହିଦ ହେବା ପରେ ସେ ଆଉ ନିଜକୁ ସମ୍ବାଳି ପାରି ନଥିଲା । ତେବେ ସେହିଦିନ ଠାରୁ ସୁଶାନ୍ତଙ୍କ ମା’ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ଯାହାପରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଏବଂ ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ପର ଲୋକ ହେବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *