ଅନୁଭବଙ୍କ ଦୁଃଖ ସମୟରେ ତାଙ୍କ ପାଖକୁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଜାଗୃତି । ଯାହାଙ୍କୁ ଦେଖି ଖୁବ ଖୁସି ହେଲେ ଅନୁଭବ ।

ବର୍ତ୍ତମାନ ସମୟ ଅନୁଭବଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । କାରଣ ଅନୁଭବ ନିଜ ବାପାଙ୍କୁ ହରାଇଛନ୍ତି । ତଥାପି ନିଜ ହୃଦୟରେ ଦୁଃଖକୁ ସେ ବାହାରେ ଏତେ ଦେଖାଇ ନାହାଁନ୍ତି । ତେବେ କହିରଖିବୁ ଯେ ଅନୁଭବଙ୍କ ବାପାଙ୍କ ଏକାଦଶାହ କ୍ରିୟା ଅବସରରେ ତାଙ୍କ ଦୁଃଖରେ ଦୁଃଖୀ ହେବା ପାଇଁ ତଥା ତାଙ୍କ ବାପାଙ୍କ ଆତ୍ମାକୁ ସଦ୍ଗତି ଦେବା ନିମନ୍ତେ ପ୍ରାର୍ଥନା କରିବାକୁ ଅଲିଉଡ଼ର ଅନେକ କଳାକାର ସେଠାରେ ଯୋଗ ଦେଇଥିଲେ । ଆଉ ଏପଟେ ଅନୁଭବଙ୍କର ପ୍ରିୟ ବନ୍ଧୁ ଜାଗୃତି ମଧ୍ୟ ଦିଲ୍ଲୀରୁ ଅନୁଭବଙ୍କ ପାଖକୁ ଧାଇଁ ଆସିଛନ୍ତି । ଯାହାଙ୍କୁ ଦେଖି ଅନୁଭବ ବହୁତ ଖୁସି ହୋଇ ଯାଇଛନ୍ତି । ଜଣେ ଭଲ ବନ୍ଧୁଙ୍କ ପାଖକୁ ଆଉ ଜଣେ ବନ୍ଧୁ ଧାଇଁ ଆସିଛନ୍ତି ।

ପରିବାର ମଧ୍ୟରେ ସାଂସଦ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଳା ମଧ୍ୟ ସାମିଲ ହୋଇଛନ୍ତି । ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶାହରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଅନୁଭବ ଜାଗୃତିଙ୍କୁ ସମସ୍ତଙ୍କ ପାଖକୁ ନେଇ ପରିଚୟ କରାଉଛନ୍ତି । ପୁରା ପରିବାର ଆଜି ବହୁତ ଖୁସି କାରଣ ଆଜି ଅନୁଭବ ମହାନ୍ତି ତାଙ୍କର ପ୍ରିୟ ବନ୍ଧୁ ଜାଗୃତିଙ୍କୁ ପାଖରେ ପାଇ ଖୁସି ଅଛନ୍ତି ।

ବାପାଙ୍କୁ ହରାଇବା ଦୁଃଖରେ ଜାଗୃତି ଅନୁଭବଙ୍କ ପାଇଁ ଖୁସିର କାରଣ ପାଲଟିଛନ୍ତି । ଯେଉଁ ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ବିବାଦକୁ ମଧ୍ୟ ଆସିଥିଲା । ସେହି ବନ୍ଧୁ ଜାଗୃତି ଆଜି ଅନୁଭବ ମହାନ୍ତିଙ୍କ ପାଖକୁ ଆସିଛନ୍ତି ।

ସାଥିରେ ଦୁହେଁ ସମସ୍ତଙ୍କ ପାଖକୁ ଯାଉଛନ୍ତି । ପରିବାର ଲୋକଙ୍କ ପାଖକୁ ନେଇ ପରିଚୟ କରାଉଛନ୍ତି ସାଂସଦ ଅନୁଭବ ମହାନ୍ତି । ଜାଗୃତି ଶୁକ୍ଳା ମଧ୍ୟ ସମସ୍ତଙ୍କ ପାଦକୁ ଛୁଇଁ ପ୍ରଣାମ କରୁଛନ୍ତି । ଜାଗୃତିଙ୍କୁ ପାଖରେ ପାଇ ଅନୁଭବଙ୍କ ସମେତ ପୁରା ପରିବାର ମଧ୍ୟ ଖୁସିରେ ଅଛନ୍ତି । ଅନୁଭବ ମହାନ୍ତିଙ୍କ ଏକାଦଶାହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନେକ ବଡ଼ବଡ଼ କଳାକାର ଏବଂ ବ୍ୟକ୍ତି ବିଶେଷ ସେଠାରେ ଉପସ୍ଥିତ ରହିଥିଲେ ।

କିନ୍ତୁ ଜାଗୃତି ଶୁକ୍ଳା ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଯିଏକି ହାତରେ ଅନୁଭବଙ୍କ ବାପାଙ୍କ ପୁସ୍ତିକା ଧରିଥିଲେ । ଅନୁଭବଙ୍କୁ ପାଖରେ ପାଇଁ ଜାଗୃତି ମଧ୍ୟ ବେଶ ଖୁସି । କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଯେ ଏକାଦଶାହରେ ସ୍ତ୍ରୀ ବର୍ଷାଙ୍କୁ ଦେଖିବାକୁ ମିଳିନଥିଲା । ଖାଲି ସେତିକି ନୁହେଁ ସେ ନିଜ ଶ୍ୱଶୁରଙ୍କ ମୃତ୍ୟୁ ଦିନ ମଧ୍ୟ ଆସି ନଥିଲେ ।

Leave a Reply

Your email address will not be published. Required fields are marked *