ହାତ ଯୋଡ଼ି ଦର୍ଶକଙ୍କୁ ଏମିତି କହିଲେ ଯାତ୍ରା କଳାକାର ପୀୟୂଷ । କହିଲେ ” ଯେବେଠୁ ମୋ ଉପରେ ଚେୟାର ମାଡ଼ ହୋଇଛି , ସେବେଠୁ ମନରେ ଭୟ ରହିଛି , ଆଉ ……..

ଓଡ଼ିଶାରେ ଏବେ ଯାତ୍ରାକୁ ନେଇ ଅନେକ ରୋମାଞ୍ଚକ ଭରି ରହିଛି । କାରଣ ନିଜଟ ଅତୀତରେ ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କ ନାଟକ ” ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ” ଖୁବ ଲୋକପ୍ରିୟ ହେବା ପରେ ବର୍ତ୍ତମାନ ଯାତ୍ରାକୁ ଲୋକେ ଏକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ କେହି କେହି ଭାବୁଛନ୍ତି ଯେ ରାଣୀ ପଣ୍ଡା କଣ୍ଟ୍ରୋଭର୍ସିରେ ଥିବା କାରଣରୁ ଏଭଳି ଅଧିକ ଲୋକ ନାଟକ ନୁହେଁ ବରଂ ତାଙ୍କୁ ଦେଖିବାକୁ ଆସୁଛନ୍ତି ।

ତାହା କେତେ ଦୂର ଠିକ କିମ୍ବା ଭୁଲ ତାହା କେବଳ ସବୁ ଦର୍ଶକଙ୍କ ଉପରେ ନିର୍ଭର କରେ । କିନ୍ତୁ ଏହାରି ମଧ୍ୟରେ ତୁଳସୀ ଗଣନାଟ୍ୟର ଲୋକପ୍ରିୟ କଳାକାର ପୀୟୂଷ ତ୍ରିପାଠୀ ଏହାକୁ ନେଇ ନିଜର ମତ ଦେଇଛନ୍ତି । ସେ ଜଣେ ଏମିତି ବ୍ୟକ୍ତିତ୍ୱଯିଏକି କେବେବି ନିଜର ପ୍ରଶଂସା କରନ୍ତି ନାହିଁ ।

ତାଙ୍କୁ ହଜାରେ ସଫଳତା ମିଳିଲେବି ସୁଦ୍ଧା ସେ ସବୁବେଳେ ଶ୍ରେୟ ନିଜ ନାଟକ ଟିମକୁ ଦିଅନ୍ତି । ଯାହାକି ଅନ୍ୟ କଳାକାର ମାନଙ୍କ ଠାରେ ଦେଖିବାକୁ ମିଳିନଥାଏ । ପୀୟୂଷ ତ୍ରିପାଠୀ ଖଳନାୟକ ଭାବରେ ଏତେ ଭଲ ଅଭିନୟ କରନ୍ତି ଯେ ଲୋକେ ସେହି ଅଭିନୟକୁ ବାସ୍ତବ ଭାବି ତାଙ୍କୁ ନାନା ପ୍ରକାରର କଥା କହି ଗାଳି ଗୁଲଜ କରିବା ସହିତ ମଞ୍ଚ ଉପରକୁ ଚେୟାର ଏବଂ ବୋତଲ ମଧ୍ୟ ଫିଙ୍ଗିଥିଲେ । ଯାହାକୁ ନେଇ ସେ ଆଜି ପର୍ଯ୍ୟନ୍ତ ଦୁଃଖ ପ୍ରକାଶ କରି ଆସିଛନ୍ତି । ସେ କହନ୍ତି ଯେ ସେହି ଘଟଣା ଏତେ ଦୁଃଖ ଦାୟକ ଥିଲା ଯେ ସେଥିପାଇଁ ସେ ଆଜି ସୁଦ୍ଧା ଭୟରେ ଅଛନ୍ତି । କୌଣସି ବୋତଲ ଶବ୍ଦ ମଧ୍ୟ ଶୁଣିଲେ ସେ ଭୟଭୀତ ହୋଇ ଯାଆନ୍ତି ।

ତେଣୁ ସେ ହାତ ଯୋଡ଼ି ଅନୁରୋଧ କରି କହିଛନ୍ତି ଯେ ଦର୍ଶକ ମାନେ ସେହି କିଛି କ୍ଷଣର ଖୁସି ଏବଂ କ୍ରୋଧ ପାଇଁ ଏଭଳି କରିବା ଉଚିତ ନୁହେଁ , ଯାହାକି ବାସ୍ତବରେ ତାଙ୍କୁ ଖୁବ କଷ୍ଟ ଦେଇଥାଏ । ସବୁପରେବି ଓଡ଼ିଶାରେ ପୀୟୂଷଙ୍କ ଫ୍ୟାନ ଫୋଲଇଂର କୌଣସି ଅଭାବ ନାହିଁ ।

ନିକଟରେ ଦୈତାରୀ ପଣ୍ଡା ଏବଂ ରାଣୀ ପଣ୍ଡାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବିଷୟରେ ଯେତେବେଳେ ପୀୟୂଷଙ୍କୁ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ ଉଭୟଙ୍କ ସହିତ ଏହି ବିଷୟରେ କଥା ହେଲେ ହେଁ ସେହି ସମୟର ପରିସ୍ଥିତି ଅନୁଯାୟୀ ତାହା କୌଣସି ସମାଧାନ ହୋଇ ନଥିଲା । ହୁଏତ ଆଗକୁ ସମୟ ବଦଳିଲେ ତାହାର ସମାଧାନ ମଧ୍ୟ ଆସିଯିବ । ଏସବୁ ପରେ ପୀୟୂଷ ଆମ ଓଡ଼ିଶାର କଳାକୁ ଆହୁରି ଉନ୍ନତ କରିବାରେ ପ୍ରଚେଷ୍ଟା କରିବାକୁ ସବୁ ଲୋକଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *