ନିଆଁ ସବୁ ଜା-ଳିଦେଲା ! କିନ୍ତୁ ଜାଳିପାରିଲାନି ସ-ମ୍ପର୍କ । ଯାହାକୁ ନେଇ ଲୋକେ କହୁଛନ୍ତି ଯେ ” ଏମିତି ଜୋଇଁ ଭାଗ୍ୟରେ ଥିଲେ ମିଳେ । “

କୁହାଯାଏ ସମ୍ପର୍କ ଭଗବାନ ଯୋଡ଼ି ରଖିଥାନ୍ତି । ବାସ୍ତବ ସମ୍ପ-ର୍କକୁ କୌଣସି ଟଙ୍କା ପଇସା ଏବଂ ସମ୍ପତ୍ତି ସହିତ ତୁଳନା କରାଯାଇ ପାରିବ ନାହିଁ । ଯାହାର ଗୋଟିଏ ଦୃଢ଼ ଉଦାହରଣ ଏଠାରେ ଏହି ମାମଲାରେ ଦେଖିବାକୁ ମିଳିଛି । ଦୁଃ-ଖଦ ଦାୟକ ଖବର ଥିଲା ଘରପୋଡ଼ି କିନ୍ତୁ ସେହି ଦୁଃ-ଖକୁ କେହି ଜଣେ ମଣିଷ ହରଣ କରି ନେଇଛି କହିଲେ ଚଳେ ।

କଥାରେ ଅଛି ଶହେ ଥର ଚୋରି ହେଉ କିନ୍ତୁ ଥରେ ହେଲେ ଘରପୋଡ଼ି ନହେଉ । କାରଣ ଘରପୋଡ଼ି ହେଲେ ସବୁ ଜିନିଷ ଜଳିଯିବ ଏବଂ ତାସହିତ ପୁରା ଘର ମଧ୍ୟ ନଷ୍ଟ ହୋଇଯିବ । ଆଉ ଏଭଳି ପରିସ୍ଥିତି ଜଣେ ପରିବାର ସହିତ ଘଟିଛି । ସର୍ଟ ସର୍କିଟ କାରଣରୁ ଘର ସମେତ ଘରର ସବୁ ଜିନିଷପତ୍ର ଜଳି ଯାଇଛି । ଏମିତିକି କିଛିବି ଜିନିସ ନାହିଁ ।

ଆଜ୍ଞା ହଁ , ଆଉ କିଛିଦିନ ପରେ ଝିଅର ବିବାହ ହୋଇଥାନ୍ତା । ସେଥିପାଇଁ ଘରେ ସବୁ ଜିନିଷପତ୍ର କିଣା ସରିଥିଲା । ସବୁ ଶାଢ଼ୀ , ଗହଣା , ଯୌ-ତୁକ ଟଙ୍କା , ବାସନ କୁସନ ଇତ୍ୟାଦି ମଧ୍ୟ ଅଣା ସରିଥିଲା । କିନ୍ତୁ ଭାଗ୍ୟରେ ଏମିତି ଦୁର୍ଘ-ଟଣା ଘଟିବାର ଥିଲା ଯେ ତାହାକୁ କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ସର୍ଟ ସର୍କିଟ ଯୋଗୁଁ ସବୁ ଜ-ଳିଗଲା ।

ବାପା ମା’ ଚିନ୍ତାରେ ପଡ଼ିଥିଲେ ଯେ ପୁଅ ଘର ଲୋକେ ବିବାହ ପାଇଁ ମନା କରିଦେବେ । ଏଥିପାଇଁ ମୁଣ୍ଡରେ ହାତ ଦେଇ ବସିଥିଲେ ବାପା ମା’ । କିନ୍ତୁ ଯେଉଁ ଯୁବକଙ୍କ ସହିତ ଝିଅର ବିବାହ ହେବାର ଥିଲା , ସେ ଯେ ଏତେ ଭଲ ତାହା କେହିବି ଭାବି ନଥିଲେ । ଯାହାକୁ ନେଇ ପୁରା ପରିବାର ମୁଣ୍ଡରୁ ବୋଝ ଉତୁରି ଯାଇଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଚାନ୍ଦବାଲି ବ୍ଲକ ଉତ୍ତୁକୁଡ଼ାରେ ଘଟି ଯାଇଛି । ଘରପୋଡ଼ି କାରଣରୁ ପୁରା ପରିବାର ଝିଅ ବିବାହକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଯେଉଁ ପିଲା ସହିତ ଝିଅର ବିବାହ ହେବାର ଥିଲା ସେ କହିଛନ୍ତି ଯେ କିଛି ଜିନିଷର ଆବଶ୍ୟକତା ନାହିଁ । ସେ କେବଳ ଖଣ୍ଡେ ଶାଢ଼ୀ ପିନ୍ଧାଇ ଝିଅକୁ ବିବାହ କରି ଆଣିବେ ।

ଆଉ ତାଙ୍କର ଏହି ଉକ୍ତିକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଲୋକେ କହୁଛନ୍ତି ଯେ ଏଭଳି ଜୋଇଁ ଭାଗ୍ୟରେ ଥିଲେ ମିଳେ । ପୁଣି ଆଜିକା ଯୁଗରେ ଏଭଳି ପିଲା ମିଳିବା ଭାରି କଷ୍ଟକର ବୋଲି ପରିବାର ଲୋକେ କହୁଛନ୍ତି । କେହି କେହି କହୁଛନ୍ତି ଯେ ନି-ଆଁ କେବେ ସମ୍ପ-ର୍କକୁ ଭାଙ୍ଗି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *