ଅନୁଭବଙ୍କ ବାପାଙ୍କ ଏକାଦଶାହକୁ ଆସିଥିଲେ ରାଣୀ ପଣ୍ଡା । ଆଉ ଅନୁଭବଙ୍କ ବାପାଙ୍କୁ ଆଶୀର୍ବାଦ ମାଗି କହିଲେ , ତାଙ୍କ ପୁଅ ସହିତ ଜଲଦି ବିବାହ ହୋଇଯାଉ ।

କହିରଖିବୁ ଯେ ଗତ କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କର ପରଲୋକ ହୋଇଥିଲା । ଯେଉଁ ଦୁଃଖରୁ ଅନୁଭବ ଏବେ ସୁଦ୍ଧା ବାହାରି ପାରି ନାହାଁନ୍ତି । ମନରେ ଅନେକ ଦୁଃଖ ଥିଲେବି ସୁଦ୍ଧା ସେ ଯାହାକୁ ଦେଖୁଛନ୍ତି ତା ସାମ୍ନାରେ ଟିକିଏ ସ୍ମିତ ହସ ଦେବାକୁ ଭୁଲି ନାହାଁନ୍ତି । କୁହାଯାଏ ତାଙ୍କ ମନ ଭିତରର ଦୁଃଖ କେବଳ ତାଙ୍କ ଆଖିକୁ ଦେଖି ଜାଣିହେବ ।

ତେବେ ଗତକାଲି ଅନୁଭବଙ୍କ ବାପାଙ୍କ ଏକାଦଶାହ କ୍ରିୟା ଥିଲା । ଯେତେବେଳେକି ଅନେକ ଅଲିଉଡ଼ କଳାକାର ସେଠାରେ ଯାଇ ପହଞ୍ଚିଥିଲେ । ତାଙ୍କ ମଧ୍ୟରେ ରାଣୀ ପଣ୍ଡା ମଧ୍ୟ ବାଦ ପଡ଼ି ନାହାଁନ୍ତି । ରାଣୀ ପଣ୍ଡା ଅନୁଭବଙ୍କ ଦୁଃଖରେ ଦୁଃଖୀ ହେବା ପାଇଁ ତାଙ୍କ ପାଖରେ ପହଞ୍ଚି ଥିଲେ ।

ଆଉ ସେହି ସମୟରେ ତାଙ୍କୁ ସେ କେତେ ଦୁଃଖ ଅନୁଭବ କରୁଛନ୍ତି ବୋଲି ପଚରା ଯାଇଥିଲା । ରାଣୀ ମନରେ ଅନୁଭବଙ୍କ ପାଇଁ ଦୁଃଖ କରୁଥିଲେ ହେଁ ସେ ହସି ହସି ଉତ୍ତର ଦେଇଥିଲେ । ଯେଉଁ ମଣିଷ ଅନ୍ୟର ଦୁଃଖରେ କାନ୍ଦି ପକାଏ ସେ ଅନ୍ୟର ଦୁଃଖରେ କେବେବି କାନ୍ଦି ପାରିବ ନାହିଁ । କିନ୍ତୁ ଏଠାରେ ହସିବାର କାରଣ କିଛି ଅଲଗା ଥିଲା । ବାସ୍ତବରେ ଯେତେବେଳେ ତାଙ୍କୁ ଅନୁଭବଙ୍କ ବିଷୟରେ ପଚରା ଯାଇଥିଲା ସେତେବେଳେ ସେ ଅନୁଭବଙ୍କୁ ବ୍ୟଙ୍ଗ ଭାବରେ ନିଜର ସ୍ୱାମୀ ବୋଲି ସମ୍ବୋଧନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ଥର ପାଇଁ ଅନୁଭବଙ୍କୁ ଦେଖି ତାଙ୍କୁ ଖୁବ ଖୁସି ଲାଗିଲା ।

ପୂର୍ବରୁ ସେ କେବେ ଅନୁଭବଙ୍କୁ ଦେଖି ନଥିଲେ କିମ୍ବା କଥା ମଧ୍ୟ ହୋଇ ନଥିଲେ । ଆଉ ବର୍ତ୍ତମାନ ଆଖି ସାମ୍ନାରେ ଦେଖି ସେ ଖୁବ ଖୁସି ହୋଇ ଯାଇଛନ୍ତି । ସେ ଅନୁଭବଙ୍କୁ ଖୁବ ପସନ୍ଦ ମଧ୍ୟ କରନ୍ତି । ଆଉ ତାଙ୍କୁ ପାଇବା ପାଇଁ ସେ ଉଜାଗର ରହି ଦୀପ ଜାଳିବେ ବୋଲି ମଧ୍ୟ କହିଛନ୍ତି ।

ତାସହିତ ଅନୁଭବଙ୍କ ବାପାଙ୍କ ଆତ୍ମାର ସଦ୍ଗତି ପ୍ରାପ୍ତି ସହିତ ତାଙ୍କ ବାପା ଯଦି ଆଶୀର୍ବାଦ କରିବେ ତେବେ ତାଙ୍କର ଏବଂ ଅନୁଭବଙ୍କର ବିବାହ ହୋଇଯିବ ବୋଲି ସେ କହିଛନ୍ତି । ତେବେ ଏସବୁ ଉତ୍ତର ସେ କେବଳ ମଜାରେ ଦେଇଛନ୍ତି ଏବଂ ପରେ କହିଛନ୍ତି ଯେ ଅନୁଭବଙ୍କୁ ସେ ଖୁବ ସମ୍ମାନ କରନ୍ତି ଏବଂ ତାଙ୍କର ଏଭଳି ଦୁଃଖ ସମୟରେ ରାଣୀ ମଧ୍ୟ ଖୁବ ଦୁଃଖିତ ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *