ସମୁଦ୍ର ଭିତରେ ବୁଡ଼ି , କୃଷ୍ଣଙ୍କ ଦ୍ଵାରିକା ନଗରୀ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ । ସମୁଦ୍ର ଭିତରେ ଆଜିବି ସେହିଭଳି ରହିଛି ନଗରୀ ।

ଆଜିବି ଦ୍ଵାରିକା ନଗରୀ ସମୁଦ୍ର ଭିତରେ ଠିକ ସେମିତି ରହିଛି । ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ଦର୍ଶନ କରିବାକୁ ଯାଇଥିଲେ । ସମୁଦ୍ର ଭିତରେ ବୁଡ଼ି ରହି ମୋଦୀ ଦ୍ଵାରିକା ନଗରୀର ଦର୍ଶନ କରିବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପ୍ରାର୍ଥନା କରିଛନ୍ତି । ଆଉ ବର୍ତ୍ତମାନ ସେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ତେବେ ଆପଣ ମାନେବି ଜାଣିଥିବେ ଯେ କିଭଳି ଦ୍ଵାରିକା ନଗରୀ ଯୁଗ ଯୁଗ ଧରି ସମୁଦ୍ର ଭିତରେ ବୁଡ଼ି ରହିଛି ।

ସେହି ଦ୍ଵାରିକାକୁ ଦେଖିବାକୁ ସମସ୍ତଙ୍କ ମନରେ ଅନେକ ଇଚ୍ଛା ଆକାଂକ୍ଷା ରଖିଥାଏ । କୃଷଙ୍କ ଦ୍ଵାରିକା ସେ ସମୟରେ କିଭଳି ସୁନ୍ଦର ଥିଲା ଏବଂ ତାହାକୁ କିଭଳି ସଜ୍ଜିତ କରାଯାଇଥିଲା , ତାହାକୁ ଦେଖିବା ପାଇଁ ଅନ୍ୟ ମାନଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଧ୍ୟ ଖୁବ ଉତ୍ସାହ ଭରି ରହିଥିଲା ।

ଆଉ ସେଥିପାଇଁ ନରେନ୍ଦ୍ର ମୋଦୀ ଦ୍ଵାରିକା ଦର୍ଶନ କରିବାକୁ ଯାଇଥିଲେ । ଗଭୀର ପାଣି ଭିତରେ ବୁଡ଼ି ଭଗବାନ ଶ୍ରୀକୃଷ୍ଣଙ୍କୁ ମୋଦୀ ପୂଜା କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି । ରବିବାର ଦିନ ପ୍ରଧାନମନ୍ତ୍ରୀ କୁଚ୍ଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁର ଉଦ୍ଘାଟନ କରିବା ପରେ ଦ୍ଵାରିକା ଯାଇ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି ।

ସମୁଦ୍ର ଭିତରକୁ ଯାଇ ବର୍ତ୍ତମାନ ସୁଦ୍ଧା ରହିଥିବା ଦ୍ଵାରିକା ନଗରୀ ପରିଦର୍ଶନ କରିବା ସହିତ ସେଠାରେ ବସି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ଏବଂ ତାହାର ଅନୁଭୂତିକୁ ସେ ବର୍ତ୍ତମାନ ସୋସିଆଲ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି ।ମୋଦୀ ଲେଖିଛନ୍ତି ଯେ ପାଣି ଭିତରକୁ ଯାଇ ଦ୍ଵାରିକା ନଗରୀରେ ପ୍ରାର୍ଥନା କରିବା ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା । ମୁଁ ଆଧ୍ୟାତ୍ମିକତା , ମହାନତା ଏବଂ କାଳଜୟୀ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ନିଜକୁ ସାମିଲ କରିଥିବା ଅନୁମାନ କଲି ।

ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ ବୋଲି ପିଏମ ମୋଦୀ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ଵାରିକା ସହର ଭଗବାନ ଶ୍ରୀକୃଷ୍ଣଙ୍କ ସହର ଅଟେ । ଦ୍ଵାରିକା ଦର୍ଶନ କରିବାକୁ ଯିବାବେଳେ ପାଣିରେ ବୁଡ଼ିବା ସମୟରେ ଏକ ଅପୂର୍ବ ଅନୁଭୂତି ମିଳିଥିଲା । ଆଧ୍ୟାତ୍ମିକ , ମହାନତା ଏବଂ କାଳଜୟୀ ଭକ୍ତିର ଗୌରବମୟ ଅତୀତକୁ ଅନୁଭବ କରିବା ସହ ଭବବାନ ଶ୍ରୀକୃଷ୍ଣଙ୍କ ନଗରୀର ଦର୍ଶନ ଅତ୍ୟନ୍ତ ସୁନ୍ଦର ଥିଲା ।

Leave a Reply

Your email address will not be published. Required fields are marked *