ପାକିସ୍ଥାନରେ ଏଲିୟନ୍ସ! ଇସ୍ଲାମାବାଦର ଆକାଶରେ ଦେଖାଯାଇଛି ଆଶ୍ଚର୍ଯ୍ୟ କରି ଦେବା ଭଳି ଦୃଶ୍ୟ

ଆମ ଧରିତ୍ରୀ ବ୍ୟତୀତ କଣ କୈାଣସି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଉପସ୍ଥିତ ରହିଛି।କଣ କେବଳ ଆମ ପୃଥିବୀ ଏକମାତ୍ର ଗ୍ରହ ଅଟେ ଯାହା ପୂରା ବ୍ରହ୍ମାଣ୍ଡରେ ଜୀବନ ରଖିଥାଏ।କଣ ଏଲିୟନ୍ସ ଅଛନ୍ତି କି କେବଳ ଗୋଟିଏ କଳ୍ପନା ମାତ୍ର। ଏମିତି ଅନେକ ପ୍ରଶ୍ନ ବହୁଦିନ ଧରି ଆମ ମନରେ ଚାଲି ଆସୁଛି। ବୈଜ୍ଞାନିକ ମଧ୍ୟ ଅନ୍ୟ ଗ୍ରହର ପ୍ରାଣୀ ମାନଙ୍କ ବିଷୟରେ ଅଲଗା ଅଲଗା ଦାବି କରି ଆସୁଛନ୍ତି।

ହେଲେ ଅନେକ ଥର ତାଙ୍କ ସ୍ପେସଶିପକୁ ଦେଖିବାର ଦାବି ମଧ୍ୟ କରାଯାଇ ସାରିଛି। ଗୋଟିଏ ଥର ପୁଣି କିଛି ଏମିତି ହିଁ ଫଟୋ ସାମ୍ନାକୁ ଆସିଛି ଯାହା ପାକିସ୍ଥାନର ଅଟେ।ଫଟୋ ସେୟାର କରିଥିବା ବ୍ୟକ୍ତିଙ୍କ ଦାବି ହେଉଛି କି ପାକିସ୍ଥାନରେ ଏଲିୟନ୍ସ ପହଞ୍ଚି ସାରିଛନ୍ତି। ଆସନ୍ତୁ ଜାଣିବା ଏହି ଦାବି କିଏ କରିଛନ୍ତି ଏବଂ ତାଙ୍କ ଦାବିରେ କେତେ ଦମ ରହିଛି।

ଇସ୍ଲାମାବାଦର ଆକାଶରେ ଦେଖା ଯାଇଛି ୟୁଏଫଓ

ଏଲିୟନ୍ସ ଅଛନ୍ତି କି ନାହିଁ,ଏହି ଝଗଡ଼ା ବହୁତ ଲମ୍ବା ଚାଲିପାରେ କିନ୍ତୁ ଏଲିୟନ୍ସଙ୍କ ସ୍ପେଶ ଶିପ ଦେଖିବା ପରେ ଦାବି ପ୍ରାୟତଃ ହୋଇ ଯାଇଥାଏ। କିଛି ଏମିତି ହିଁ ଦାବି ବର୍ମିଘମରେ ରହୁଥିବା ଅରସଲାନ କରିଛନ୍ତି। ତାଙ୍କର ଦାବି ହେଉଛି କି ସେ ପାକିସ୍ତାନରେ ଏଲିୟନ୍ସଙ୍କ ଶିପ ଦେଖିଛନ୍ତି।ସେ ୟୁଏଫଓର ଆକାର ମଧ୍ୟ କହିଛନ୍ତି।ଅରସଲାନଙ୍କର କହିବା କଥା ହେଉଛି କି ଏହି ୟୁଏଫଓ ତ୍ରିକୋଣୀୟ ଆକାରର ଥିଲା ଏବଂ ସେ ଏହି ସ୍ପେସ ଶିପର ଭିଡିଓ ମଧ୍ୟ ବନେଇ ନେଇଛନ୍ତି।ଏହା ସହିତ ହିଁ ସେ ଅନେକ ଫଟୋ ମଧ୍ୟ ଉଠେଇ ଛନ୍ତି। ଦାବି କରିଥିବା ବ୍ୟକ୍ତି ୧୨ମିନିଟର ଭିଡିଓ ଏବଂ ଫଟୋକୁ ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରି ଦେଇଛନ୍ତି।

ୟୁଏଫଓରୁ ବାହାରୁଥିଲା ଲାଇଟ

ଅରସଲାନଙ୍କର ଦାବି ହେଉଛି କି ୟୁଏଫଓ ଠୋସ କଳା ରଙ୍ଗର ଥିଲା। ଏଥିରୁ ଲାଇଟ ମଧ୍ୟ ବାହାରୁଥିଲା ଏବଂ ଏହା ଲୋକମାନଙ୍କ ନଜରରୁ ବଞ୍ଚି ଉଡ଼ିବା ପାଇଁ ଚାହୁଁଥିଲା କିନ୍ତୁ ସେମାନେ ଉଜାଗର ହୋଇ ଯାଇଥିଲେ। ତାଙ୍କର କହିବା କଥା ହେଉଛି କି ୟୁଏଫଓ ପତଙ୍ଗ ପରି ଦେଖା ଯାଉଥିଲା ଏବଂ ବିନା ଟେଲିସ୍କୋପର କଳା ପଥର ପରି ଦେଖା ଯାଉଥିଲା। ହେଲେ ଯେତେବେଳେ ସେ କ୍ୟାମେରାକୁ ଜୁମ କରିଥିଲେ ତ ତାର ଆକାର ତ୍ରିକୋଣୀୟ ଦେଖା ଯାଇଥିଲା।

ଖାସ କଥା ଏହା ଅଟେ କି ୟୁଏଫଓ ପକ୍ଷୀମାନଙ୍କ ସହିତ ହିଁ ଉଡୁଥିଲା ଏବଂ ପକ୍ଷୀ ତାଙ୍କ ମାନଙ୍କ ଠାରୁ ଦୂରତା ବନେଇ ଉଡୁଥିବାର ଦେଖା ଯାଇଥିଲା।ଅରସଲାନଙ୍କର ଦାବି ହେଉଛି କି ସେ ୟୁଏଫଓକୁ ଖୋଜି ନେଇଛନ୍ତି ଯାହା ଗୋଟିଏ ବଡ଼ ଉପଲବ୍ଧି ଅଟେ।

ଡ୍ରୋନ ହେବାକୁ ମଧ୍ୟ କରିଥିଲେ ମନା

୩୩ବର୍ଷର ଯୁବକ ଆଉ ଏକ ଦାବି କରିଛନ୍ତି। ତାଙ୍କର ଏହା ମଧ୍ୟ କହିବା କଥା ହେଉଛି କି ଯେଉଁ ଲୋକମାନେ ଏହାକୁ ଡ୍ରୋନ କହୁଛନ୍ତି, ସେମାନେ ଜାଣି ନାହାନ୍ତି କି ଏହା କୈାଣସି ଡ୍ରୋନ ନଥିଲା।ସେ କହିଛନ୍ତି କି ସେ ଅନେକ ଡ୍ରୋନକୁ ଉଡେଇ ସାରିଛି ଏବଂ ସେଗୁଡିକ ବିଷୟରେ ଜାଣିଛି। ସେଠାରେ ସେ ଏହାକୁ ସେନାଙ୍କ ବିମାନ ହେବାର ଦାବିକୁ ମଧ୍ୟ ମୁଣ୍ଡରେ ମନା କରି ଦେଇଛନ୍ତି।ସେ କହିଛନ୍ତି କି ଦିନର ଆଲୋକରେ ଏହା କୈାଣସି ସେନାଙ୍କର ବିମାନ ନଥିଲା।

ଅରସଲାନଙ୍କର କହିବା କଥା ହେଉଛି କି ଏହା ୟୁଏଫଓ ହିଁ ଥିଲା। ସେଠାରେ ତାଙ୍କର ଏହି ଦାବି ଏଲିୟନ୍ସ ହଣ୍ଟର୍ସଙ୍କ କାନ ଛିଡ଼ା କରି ଦେଇଛି। ତାଙ୍କର ଏହି ଦାବିର ତଦନ୍ତ କରାଯାଉଛି। ଅନ୍ୟପକ୍ଷରେ କିଛି ଲୋକ ଏହାକୁ ମଜାରେ ମଧ୍ୟ ନେଉଛନ୍ତି। ଲୋକମାନେ ଅରସଲାନଙ୍କ ଦାବିକୁ ନେଇ ପାକିସ୍ତାନର ମଧ୍ୟ ମଜାକ ଉଡାଉଛନ୍ତି। ତାଙ୍କର କହିବା କଥା ହେଉଛି କି ପାକିସ୍ଥାନରେ ବର୍ତ୍ତମାନ ଏଲିୟନ୍ସ ମଧ୍ୟ ବିପଦ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *