ବାଲେଶ୍ଵରରେ ହ-ତ୍ୟା ଆଉ ଭଦ୍ରକରେ କ-ଟା ମୁଣ୍ଡ , ସ୍ବାମୀଙ୍କୁ ହ-ତ୍ୟା କଲା ସ୍ତ୍ରୀ…

ଏପରି କଥା ଶୁଣି ଆପଣଙ୍କ ଦେହ ଶୀତେଇ ଉଠି ଯାଉଥିବ ନିଶ୍ଚିତ ଭାବରେ । କିପରି ମଣିଷ ଏତେ ତଳକୁ ଖସି ଯାଇପାରିଲା ଆଉ କିପରି ଜଣେ ମଣିଷ ହୋଇ ଆଉ ଜଣେ ମଣିଷକୁ ହ-ତ୍ୟା କରି ତାର ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇ ପାରିଲା । ତେବେ ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବର୍ତ୍ତମାନ ସମୟରେ ଆଲୋଚନାର ବିଷୟବସ୍ତୁ ପାଲଟି ଯାଇଛି ଆଉ ଯାହାକୁ ଶୁଣିବା ପରେ ସମସ୍ତେ ଭୟଭୀତ ହୋଇ ଯାଉଛନ୍ତି ।

ନୃଶଂସ ସ୍ତ୍ରୀ ଆଉ ନୃଶଂସ ତାର କାଣ୍ଡ । ନିଜ ସ୍ଵାମୀକୁ ହ-ତ୍ୟା କଲା ଆଉ ତାପରେ ମୁଣ୍ଡ ଗଣ୍ଡି ବି ଅଲଗା କରିଦେଲା । ତେବେ ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ତେବେ ମହିଳା ଜଣକ ଫକିର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ବିବାହ କରିଥିଲେ ଆଉ ସେଥିରୁ ତାଙ୍କର ତିନୋଟି ପିଲା ମଧ୍ୟ ରହିଥିଲା । ତେବେ ପରିବାରରେ କିଛି ମତ ପାର୍ଥକ୍ୟ ଦେଖା ଦେବାରୁ ମହିଳା ଜଣକ ତାଙ୍କୁ ଛାଡି ଆଉ ଜଣେ ଶ୍ରୀଧର ଦଳବେହେରା ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ ।

ତେବେ ଶ୍ରୀଧର ନୟାଗଡ଼ ଜିଲ୍ଲାର ହୋଇ ଥିବା ବେଳେ ବାଲେଶ୍ବରରେ ଏକ ପାଣି ଟାଙ୍କି ବିଭାଗରେ ସେ କାମ କରୁଥିଲେ । ତେବେ ସେଠାରେ ନିଜ ସ୍ତ୍ରୀ ସହିତ ରହୁଥିଲେ ଶ୍ରୀଧର । ପରିବାର ଅତ୍ୟନ୍ତ ଖୁସିରେ ଚାଲିଥିଲା । କିନ୍ତୁ ସ୍ତ୍ରୀ ଗୋଟିଏ ସ୍ୱାମୀରେ ନଥିଲେ ଶାନ୍ତି । ତାଙ୍କ ମନ ଇଆଡ଼େ ସିଆଡେ ଉଡି ବୁଲୁଥିଲା । ପରକୀୟା ପ୍ରୀତିରେ ଥିଲା ତାଙ୍କ ମନ । ଆଉ ସେଥିପାଇଁ ସେ ନିଜ ପୂର୍ବ ସ୍ଵାମୀଙ୍କ ପାଖକୁ ଫେରି ଯାଇଥିଲେ ଆଉ ଶ୍ରୀଧରଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିଲେ ।

ତେବେ ହଠାତ୍ ଏପରି କିଛି ଘଟଣା ଘଟିଥିଲା ଯେ , ଶ୍ରୀଧରଙ୍କୁ ତାଙ୍କ ପତ୍ନୀ , ତାଙ୍କ ପୂର୍ବତନ ସ୍ଵାମୀଙ୍କ ସହିତ ମିଶି ହ-ତ୍ୟା କରିଥିଲେ । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ହ-ତ୍ୟା କରି ସାରି ମୁଣ୍ଡକୁ ଶରୀର ଠାରୁ ଅଲଗା କରି ଦେଇଥିଲେ । ଆଉ ଭଦ୍ରକ ଜିଲ୍ଲାରେ ଥିବା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଫୋପାଡ଼ି ଦେଇଥିଲେ । ତେବେ ପରିବାର ଲୋକ ଥାନାରେ ଅଭିଯୋଗ ଦେବା ପରେ ସବୁ ସତ ସାମ୍ନାକୁ ଆସିଛି ଆଉ ପୋଲିସ ଦୋଷୀ ମାନଙ୍କୁ ଧରି ଗିରଫ କରି ନେଇଛି ।

Leave a Reply

Your email address will not be published. Required fields are marked *