ଶାସନର ଅଭାବ, ଭୟଙ୍କର ରମ୍ପା ରମ୍ପି ଯିଏ ଯେଉଁଠି ଯାହାକୁ ପାଇଲା ରାମ୍ପିଲା। ଏଭଳି ମତ ଦେଲେ ସୁର ରାଉତରାୟ : ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳତ୍କାରର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌତୁକ ନିର୍ଯ୍ୟାତନାକୁ ସହ୍ୟ ନ କରି ପାରି ଆତ୍ମ-ହତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ହେବାରେ ଲାଗିଛି।

ବର୍ତ୍ତମାନ ସମୟରେ ଅନେକ ନେତା ମାନେ ନାରୀ ଉପରେ ଅନେକ ଭାଷଣ ଦେଉଛନ୍ତି। ନାରୀ ମାତା, ନାରୀ ଶକ୍ତି ଉପରେ ମଧ୍ୟ ଅନେକ ପ୍ରବଚନ ଶୁଣିବାକୁ ମିଳୁଛି। ଅନ୍ୟପଟେ ଦେଖିବାକୁ ଗଲେ ସୋସିଆଲ ମିଡ଼ିଆରେ ସର୍ବଦା ଭାଇରାଲ ହେଉଥିବାର ଓଡ଼ିଶାର କଂଗ୍ରେସ ନେତା ସୁର ରାଉତ ମଧ୍ୟ ନାରୀ ଶକ୍ତି ଉପରେ ଭାଷଣ ଦେଇ ଖୁବ ଭାଇରାଲ ହେବାରେ ଲାଗିଛନ୍ତି।

ନାରୀ ନିର୍ଯ୍ୟାତନା ହେଉ କିମ୍ବା ବଧୂ ହତ୍ୟା କିମ୍ବା ବଳତ୍କାର ରେ ଆମ ଓଡ଼ିଶା ଏଥିରେ ଏକ ନମ୍ବର ଅଛି। ତେବେ ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ହେଲେ ଏହାକୁ ରୋକିବାରେ ଅସଫଳ ହୋଇଛନ୍ତି। ତେବେ ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତ ମୁଁହ ଖୋଲିଛନ୍ତି। ତେବେ ରାଜ୍ୟରେ ବଢୁଥିବା ନିର୍ଯ୍ୟାତନା ପାଇଁ ସୁର ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିକଟରେ ଗୁହାରି କରିଛନ୍ତି।

ତେବେ ଆପଣମାନେ ଜାଣି ଥିବେ ଯୁବତୀଙ୍କୁ ଫିଲ୍ମରେ କାମ ଦେବେ ବୋଲି କହି ନିର୍ଯ୍ୟାତନା କରିଥିଲେ। ଜଣଙ୍କ ପରେ ଜଣେ ବଳା-ତ୍କାର କରିଥିଲେ। ଯାହାଫଳରେ ବର୍ତ୍ତମାନ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ଏହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶରୀର ଆରୋଗ୍ୟ ରହୁ ବୋଲି କାମନା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗୁହାରି କରିଛନ୍ତି କି ସେ ଶାସନ ବ୍ୟବସ୍ଥା କୁ ଦୃଢ଼ କରିବା ପାଇଁ। କାରଣ ଆଜିର ଯୁବକ ମାନେ ଯୁବତୀଙ୍କୁ ରାସ୍ତାରେ ଚଲେଇ ଦେଉ ନାହାଁନ୍ତି। ଯେଉଁଠି ଦେଖିବା ସେଠି ନାରୀ ମାନେ ଶୋଷଣର ଶିକାର ହେଉଛନ୍ତି।

ସୁର ରାଉତଙ୍କ କହିବାନୁଯାୟୀ, ଯୁବପିଢ଼ି ମାନେ ବେକାର ହୋଇ ବସିଛନ୍ତି। କେବଳ ସେତିକି ନୁହେଁ ନିଶାରେ ମଧ୍ୟ ବୁଡି ରହୁଛନ୍ତି। ରାସ୍ତା ଘାଟରେ ରମ୍ପା ରମ୍ପି ହେଉଛନ୍ତି। ଓଡିଶାରୁ ଶାସନ ଲୋପ ପାଇବାରେ ଲାଗିଲାଣି। ଲଜ୍ୟାଜନକ ଖବର ସାମ୍ନାକୁ ଆସିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ବେକାର ଯୁବପିଢ଼ି ମାନେ ମର୍ଡର, ଚୋରି, ନାରୀ ଆଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତେବେ ସେମାନଙ୍କୁ ସଠିକ ବାଟକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *